Posted inଜାତୀୟ

ପ୍ରକାଶ ସିଂ ବାଦଲଙ୍କ ପରଲୋକ

ଚଣ୍ଡିଗଡ଼,୨୫ା୪: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)ର ମୁଖ୍ୟ ପ୍ରକାଶ ସିଂ ବାଦଲଙ୍କର ମଙ୍ଗଳବାର ରାତି ୮ଟାରେ ମୋହାଲିର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିବାରୁ ବାଦଲଙ୍କୁ କିଛିଦିନ ପୂର୍ବରୁ ମୋହାଲିର ଫୋର୍ଟିସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସହ ପୁଅ ତଥା ଏସ୍‌ଏଡି ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ଏବଂ ଝିଅ ପରନୀତ କୌର ରହୁଥିଲେ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ୨୦୨୨ ପର୍ଯ୍ୟନ୍ତ ନିର୍ବାଚନୀ ରାଜନୀତିରେ ସକ୍ରିୟ ରହିଥିବା ବାଦଲ ହେଉଛନ୍ତି ଦେଶର ସର୍ବବରିଷ୍ଠ ପ୍ରାର୍ଥୀ। ସେ ତ୍ରୟୋଦଶ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ି ଏଏପି ପ୍ରାର୍ଥୀ ଗୁରମିତ୍‌ ସିଂ ଖୁଦିଆନଙ୍କଠାରୁ ହାରିଯାଇଥିଲେ। ଏହା ପରେ ସେ କ୍ୱଚିତ୍‌ ରାଜନୀତିରେ ସକ୍ରିୟ ରହିଥିଲେ। ବାଦଲ ରାଜନୀତି କ୍ୟାରିୟରରେ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି। ୧୯୫୨ରେ ସେ ସର୍ବକନିଷ୍ଠ ସରପଞ୍ଚ ନିର୍ବାଚିତ ହୋଇଥିଲେ। ସେହିପରି ୧୯୭୦ରେ ସେ ପଞ୍ଜାବର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୨ରେ ସେ ଥିଲେ ସର୍ବବରିଷ୍ଠ ମୁଖ୍ୟମନ୍ତ୍ରୀ। ସେ ୫ ଥର ମୁଖ୍ୟମନ୍ତ୍ରୀ ରହିଥିଲେ। ଗୋଟିଏ ଥର ଲୋକ ସଭାକୁ ନିର୍ବାଚିତ ହୋଇ ସେ ସ୍ବଳ୍ପ ସମୟ ପାଇଁ କେନ୍ଦ୍ରରେ କୃଷିମନ୍ତ୍ରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri