ଖୋଲୁଛି ପୁରୁଣା ପେଡ଼ି

ଢେଙ୍କାନାଳ,୨୫।୪: ବର୍ଷ ବର୍ଷ ଧରି ଥାନାରେ ଗଡୁଛି ମାମଲା। ଅଧିକାରୀ ବଦଳିଲେ ଥଣ୍ଡା ପଡ଼ିଯାଉଛି ତଦନ୍ତ। ନା ଅଭିଯୁକ୍ତ ଧରାପଡୁଛନ୍ତି ନା ପ୍ରସ୍ତୁତ ହୋଇପାରୁଛି ଫାଇନାଲ ରିପୋର୍ଟ। ଅପରାଧୀମାନେ ଖୋଲାଖୋଲି ବୁଲୁଛନ୍ତି। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁ ସେମାନେ ନୂଆ ଅପରାଧ ଘଟାଉଛନ୍ତି। ତେବେ ନିକଟରେ ଢେଙ୍କାନାଳ ଜିଲା ପୋଲିସର ନୂଆ ମୁଖିଆ ଭାବେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କାର୍ଯ୍ୟରେ ଯୋଗଦେବା ପରେ ଅପରାଧ ଜଗତର ପୁରୁଣା ପେଡ଼ି ଖୋଲିବା ଆରମ୍ଭ ହୋଇଛି। ସପ୍ତାହକ ମଧ୍ୟରେ ୨ଟି ମାମଲାର ରହସ୍ୟ ଉନ୍ମୋଚିତ ହୋଇଥିବାବେଳେ ତାଲିକାରେ ଆହୁରି ୧୨ରୁ ଊର୍ଦ୍ଧ୍ୱ କେସ୍‌ ରହିଥିବା ଜଣାପଡ଼ିଛି।
ଢେଙ୍କାନାଳ ଜିଲାର ବିଭିନ୍ନ ଥାନାରେ ୧୫ବର୍ଷ ପୁରୁଣା ବହୁ ଆପରାଧିକ ମାମଲା ସେମିତି ପଡ଼ିଛି। ଠିକ୍‌ ଭାବେ ତଦନ୍ତ ହେଉ ନ ଥିବାରୁ ଅଭିଯୋଗକାରୀ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏହାକୁ ନେଇ ପୋଲିସ ବିରୋଧୀ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ନିକଟରେ ଏସ୍‌ପି ମହାପାତ୍ର ଏହାର ସମୀକ୍ଷା କରିଛନ୍ତି। ଏଭଳି ଅବହେଳାକୁ ନେଇ ସେ ପ୍ରବଳ ବର୍ଷିବା ସହ ପୁରୁଣା ମାମଲାଗୁଡ଼ିକର ସମାଧାନ କରିବା ପାଇଁ ସେ ଥାନାଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ୨୦୧୬ ଏବଂ ୨୦୧୮ରେ ଘଟିଥିବା ଦୁଇଟି ମାମଲାର ଅଭିଯୁକ୍ତ ଧରାପଡ଼ିଛନ୍ତି। ସେହିପରି ଚୋରା ନିଶା କାରବାରର ଚେର ଖୋଜିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସଦର ଥାନା ଝାରଗାଡ଼ିଆ ଫାଣ୍ଡି ସଦରଦେଈପୁରରେ ୨୦୧୬ରେ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା କରି ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଥିଲେ। ଏଭଳି ନୃଶଂସ ହତ୍ୟାକାଣ୍ଡକୁ ଦୀର୍ଘ ୭ବର୍ଷ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ କୌଣସି ଆନ୍ତରିକତା ଦେଖାଇ ନ ଥିଲା। ଏହି ମାମଲାର ସମୀକ୍ଷା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜିଙ୍କଠାରୁ ଅନୁମତି ମିଳିବା ପରେ ଜିଲା ପୋଲିସର ଏକ ଟିମ୍‌ ଅଭିଯୁକ୍ତଙ୍କୁ ଧରିବାକୁ ମଧ୍ୟପ୍ରଦେଶ ଯାଇଥିଲା। ତେବେ ସେ ଭୁବନେଶ୍ୱରରେ ରହୁଥିବା ଜଣାପଡ଼ିବା ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନୁରୂପ ଭାବେ ପଦୋନ୍ନତି ପାଇଁ ସିସିଆର୍‌ରେ ଜିଲାପାଳଙ୍କ ଜାଲ ଦସ୍ତଖତ କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ଆର୍‌ଆଇଙ୍କୁ ଗିରଫ କରିଛି। ୨୦୧୮ରେ ଏହି ମାମଲା ହୋଇଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସକୁ ୫ବର୍ଷ ଲାଗିଯିବା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ଆସିବା ପରେ ଅଭିଯୁକ୍ତ ଆର୍‌ଆଇ ଜଣକ ଢେଙ୍କାନାଳ, ଗଁଦିଆ, କାମାକ୍ଷାନଗର ଆଦି ତହସିଲରେ କାର୍ଯ୍ୟ କରିସାରିଥିବାବେଳେ ତାଙ୍କୁ ସାମାନ୍ୟତମ ପଚରାଉଚରା ପାଇଁ ଥାନାକୁ ନ ଡାକିବା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଆହୁରି ଅନେକ ମାମଲା ବିଭିନ୍ନ ଥାନାରେ ପଡ଼ିଥିବାବେଳେ ସେସବୁର ସମାଧାନ କରିବା ଲାଗି ଉଦ୍ୟମ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri