ନିର୍ବାଚନ ରାଜନୀତିରେ ପୁନଃପ୍ରବେଶ ଲାଗି ଅମଙ୍ଗ: ତଥାଗତ

ଭୁବନେଶ୍ବର, ୨୪ା୪(ବ୍ୟୁରୋ): ମୁଁ ନିର୍ଦ୍ଦଳୀୟ। ଏବେ ମୁଁ କୌଣସି ଦଳରେ ନାହିଁ। ମୁଁ ଆପଣମାନଙ୍କ ଦଳରେ ଅଛି। ନିର୍ବାଚନ ରାଜନୀତିରେ ପୁନଃପ୍ରବେଶ କରିବାକୁ ଅମଙ୍ଗ ବୋଲି ରବିବାର ଶଙ୍ଖ ଭବନ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବା ଅବସରରେ ପୂର୍ବତନ ଏମ୍‌ପି ତଥା ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ଏହାସହ ଆଗାମୀ ଦିନରେ ମଧ୍ୟ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ତଥାଗତ କହିଥିଲେ। ଆଜି ମଧ୍ୟ ସେହି କଥାକୁ ସେ ଦୋହରାଇଛନ୍ତି। ଏହାପରଠାରୁ ତାଙ୍କୁ କେବେହେଲେ ବିଜେଡିର କୌଣସି ରାଜନୈତିକ ବା ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେବାର ଦେଖିବାକୁ ମିଳି ନ ଥିଲା। ୨୦୧୯ ସାଧାରଣ ନିର୍ବାଚନ ପରେ ତଥାଗତ ସତପଥୀ ପ୍ରଥମଥର ପାଇଁ ନବଗଠିତ ବିଜେଡି ଦଳୀୟ କାର୍ଯ୍ୟାଳୟକୁ ଯାଇଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ ସେଠାରେ ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ପ୍ରଶ୍ନ କରିଥିଲେ।
ଗଣମାଧ୍ୟମ ତାଙ୍କୁ ଶଙ୍ଖ ଦଳ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ପଚାରିବାରୁ ସେ କହିଛନ୍ତି, ଦଳର ସଭାପତିଙ୍କ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତାଙ୍କ କଥାକୁ ସମ୍ମାନ ଦିଏ। ତାଙ୍କ ସମ୍ମାନ ରକ୍ଷାକରି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏବେ ସେ ନିର୍ଦ୍ଦଳୀୟ। ନିର୍ବାଚନ ରାଜନୀତିରେ ପୁନଃପ୍ରବେଶ କରିବା ପାଇଁ ସେ ଅମଙ୍ଗ। ସେଥିପାଇଁ ବହୁତ ଖୁସିରେ ଅଛନ୍ତି। ଶଙ୍ଖ ଭବନ ବିଲ୍ଡିଂଟି ବହୁତ ସୁନ୍ଦର ଏବଂ ଭଲ ହୋଇଛି ବୋଲି ତଥାଗତ କହିଛନ୍ତି। ତେବେ ୨୦୨୪ ନିର୍ବାଚନ ସମୟରେ ଯଦି ତାଙ୍କୁ ଖୋଜାପଡ଼େ ଆଉ ଡକାଯାଏ ତେବେ ସେ ଆସିବେ କି ନାହିଁ ବୋଲି ପଚାରିବାରୁ ତଥାଗତ କହିଛନ୍ତି, ଯେଉଁମାନଙ୍କୁ ଖୋଜାପଡ଼େ ସେମାନେ ଭାରି ଖୁସି ହୁଅନ୍ତି ଏବଂ ଭାବନ୍ତି ଯାହାହେଉ ତାଙ୍କୁ ଖୋଜାପଡୁଛି। ସେହିପରି ତାଙ୍କୁ ଡକାଗଲାରୁ ସେ ଆସିଲେ। କୌଣସି ନିର୍ବାଚନୀ ରାଜନୀତିରେ ତାଙ୍କର ଯିବାର ପ୍ରଶ୍ନ ଉଠୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri