Odisha Elections 2024

ଚାଲିଛି ବେଆଇନ ପଥର ଚାଲାଣ

ଭେଡେନ ୨୩।୪: (ଡି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ତହସିଲ ଅଞ୍ଚଳରେ ପଥର ମାଫିଆଙ୍କ ରାଜ୍‌ ଚାଲିଛି। କେତେକ ପ୍ରଶାସନିକ କର୍ମଚାରୀ ପଥର ମାଫିଆଙ୍କ ହାତବାରିସି ସାଜିଥିବା ଅଭିଯୋଗ ହେଉଛି। ବିନା ନିଲାମରେ ବେଧଡ଼କ ପଥରଖାଦାନ ଗୁଡ଼ିକରେ ଉଚ୍ଚଶକ୍ତି ସମ୍ପନ୍ନ ଡ଼ିନାମାଇଟ ବିସ୍ଫୋରଣ କରି ବଡ଼ ବଡ଼ ବ୍ରେକର ଜରିଆରେ ପଥର ଉତ୍ତୋଳନ କରାଯାଉଛି। ଏହା ପ୍ରତିଦିନ ଟ୍ରାକ୍ଟର, ହାଇୱା ଯୋଗେ ଶହ ଶହ ଟ୍ରିପ୍‌ କ୍ରଶରଗୁଡ଼ିକୁ ଯାଉଥିବା ଦେଖିବାକୁ ମିଳିଛି। ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଜନସାଧାରଣ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ସୁଫଳ ମିଳିପାରିନାହିଁ।
ପ୍ରକାଶ ଯେ, ସରକାରଙ୍କ ମାଇନ୍ସ ଅଧିନିୟମ ଅନୁସାରେ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ସପ୍ତାହ ମଧ୍ୟରେ ତହସିଲ ଅନ୍ତର୍ଗତ ବାଲି, ମାଟି, ମୋରମ, ପଥର ଆଦି ସୈରାତ୍‌ ଉତ୍ସଗୁଡ଼ିକୁ ବର୍ଷିକିଆ କିମ୍ବା ଲିଜ୍‌ ସୂତ୍ରରେ ନିଲାମ ଦିଆଯାଇଥାଏ। ମାତ୍ର ଚଳିତବର୍ଷ ଏପ୍ରିଲ ମାସ ଶେଷ ହେବା ଉପରେ ଥିବାବେଳେ ଏପଯର୍‌ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି। ଏହା ମାଫିଆଙ୍କ ପାଇଁ ସୁଯୋଗ ଆଣିଦେଇଛି। ବିଶେଷ କରି ଗଣ୍ଡତୁରୁମ ରାଜସ୍ବ ସର୍କଲର ଗଣ୍ଡତୁରୁମ, ଭାଙ୍ଗକୁଦ, କେଶ୍ରିପାଲି, ଟିହିକିପାଲି, ଭାଲୁପାଲି, ସାରସପାଲି ଆଦି ଗ୍ରାମରେ ଥିବା ପଥରଖାଦାନ ଗୁଡ଼ିକରେ ବେଧଡ଼କ ପଥର ଉତ୍ତୋଳନ ଚାଲିଛି। ଏପରିକି ମାଫିଆମାନେ ମହାନଦୀ ଗର୍ଭରେ ଥିବା ପଥରକୁ ମଧ୍ୟ ସେମାନେ ଛାଡୁନାହାନ୍ତି। ସେହିପରି ଗଣ୍ଡତୁରୁମ, ମହୁଲପାଲି, କମ୍ପପାଲି, ଭୂତଲୋଡ଼, କମଗାଁ, ଉଦେପୁର, ଧୁବେନପାଲି, ବରଗାଁ, ଅଛାଣ୍ଡପାଲି, କୁତ୍‌ପାଲି ଆଦି ଗ୍ରାମରେ ଥିବା ବାଲିଘାଟରୁ ହାଇୱା, ଟ୍ରାକ୍ଟର ଯୋଗେ ବାଲି ବୋଝେଇ ହୋଇ ପ୍ରତିଦିନ ଶହ ଶହ ଟ୍ରିପ ସମ୍ବଲପୁର ଏବଂ ବରଗଡ଼ ପଟକୁ ଚୋରାଚାଲାଣ ହେଉଛି। ଏ ସମ୍ପର୍କରେ ଭେଡ଼େନ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଲେ, ଆମେ ଏହି ସୈରାତ ଉତ୍ସଗୁଡ଼ିକର ନିଲାମ ପାଇଁ ସରକାରଙ୍କ ଖଣି ଓ ପ୍ରଦୂଷଣ ବିଭାଗକୁ ଜଣାଇଛୁ। ମାତ୍ର ଏପର୍ଯ୍ୟନ୍ତ ସେଠାରୁ କୌଣସି ଅର୍ଡର ଆସିନାହିଁ। ତେବେ ଯେଉଁଠି ବି ଏହି ବେନିୟମ କାରବାର ଚାଲିଛି ଆମେ ତାଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରିବୁ ବୋଲି ତହସିଲଦାର ମୁଣ୍ଡା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ...

ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା

ଜି.ଉଦୟଗିରି,୧୬ା୫(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ...

ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ଭାଜପାକୁ ଭୋଟ୍‌ ଦିଅନ୍ତୁ: ନଡ୍ଡା

ପଦ୍ମପୁର,୧୬।୫: ପଦ୍ମପୁରରେ ଭାଜପା ସଭାପତି ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଛି, ଚାବି କୁଆଡ଼େ ଗଲା। ରତ୍ନ ଭଣ୍ଡାର...

ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍‌ ଧରିଛି। ଗୁରୁବାର...

ଧାରଣାସ୍ଥଳରେ ପୋଲିସର ଲାଠିଚାର୍ଜ, ଛତ୍ରଭଙ୍ଗ ଦେଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଖଲ୍ଲିକୋଟ ଥାନା ଆଗରେ ସକାଳ ୯ଟାରୁ ଭାଜପା ସମର୍ଥକଙ୍କ ଧାରଣା ଜାରି ରହିଥିଲା। ୧.୩୦ ସମୟରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ...

ଖଲ୍ଲିକୋଟ ପରେ ପୋଲସରାରେ ରାଜନୈତିକ ହିଂସା: ଫୁଟିଲା ଗୁଳି, ଜଣେ ଗୁରୁତର

ପୋଲସରା,୧୬।୫: ନିର୍ବାଚନ ଭିତରେ ତେଜୁଛି ନିର୍ବାଚନୀ ହିଂସା। ଖଲ୍ଲିକୋଟ ଭଳି ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ବି ଫୁଟିଛି ଗୁଳି...

ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକ, ଲାଠି ଚାର୍ଜ କଲା ପୋଲିସ

ଖଲ୍ଲିକୋଟ,୧୬।୫: ଗଞ୍ଜାମ ଖଲ୍ଲିକୋଟ ହିଂସାକାଣ୍ଡକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ...

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ହାଟଡିହୀ,୧୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ହାଟଡିହୀ ବ୍ଲକର ୩୭ନଂ ଜୋନ୍‌ରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ବିଭିନ୍ନ ପଞ୍ଚାୟତ ଗସ୍ତକରି ପ୍ରଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri