Posted inଜାତୀୟ

ସୁଦାନରେ ଫସିଛନ୍ତି ୩ ହଜାର ଭାରତୀୟ

ଖାର୍ତୁମ/ନୂଆଦିଲ୍ଲୀ,୨୨।୪: ଉତ୍ତର-ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ସେନା ଜେନେରାଲ ଓ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ ମଧ୍ୟରେ ଶନିବାରଠାରୁ ଚାଲିଥିବା ସଂଘର୍ଷ ଗମ୍ଭୀର ସ୍ଥିତି ଉପୁଜାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ସୁଦାନର ସାମରିକ ସଂଘର୍ଷରେ ୪୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩,୫୦୦ ଆହତ ହୋଇଛନ୍ତି। ଦେଶରେ ସାମରିକ ଶାସନ ପାଇଁ ସୁରକ୍ଷା ବଳ ପ୍ରତିଶ୍ରୁତିବଦ୍ଧ ଥିବା ସେନା କମାଣ୍ଡର ଅବ୍‌ଦେଲ ଫତ୍ତାହ ଅଲ୍‌-ବୁର୍‌ହାନ୍‌ କହିଛନ୍ତି। ରାପିଡ୍‌ ସପୋର୍ଟ ଫୋର୍ସ (ଆର୍‌ଏସ୍‌ଏଫ୍‌) ସହିତ କୌଣସି ପ୍ରକାର ଆଲୋଚନା କରିବା ଆମତ୍ସମର୍ପଣ ସହ ସମାନ ବୋଲି କହିବା ସହ ଏପରି ସମ୍ଭାବନାକୁ ସେ ଏଡ଼ାଇଦେଇଛନ୍ତି। ଅନ୍ୟପକ୍ଷେ ଶୁକ୍ରବାର ସକାଳ ୬ଟାରୁ ୭୨ ଘଣ୍ଟିଆ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ ଥିବା ଅର୍ଦ୍ଧସାମରିକ ଆର୍‌ଏସ୍‌ଏଫ୍‌ କହିଛି। କିନ୍ତୁ ରାଜଧାନୀ ଖାର୍ତୁମ ଓ ଆଖପାଖ ଅଞ୍ଚଳରେ ଏବେ ବି ଗୁଳିଗୋଳାର ଶବ୍ଦ ଶୁଣିବାକୁ ମିଳୁଛି।
୨୦୧୯ରେ ସୁଦାନର ପୂର୍ବତନ ରାଷ୍ଟ୍ରପତି ଓମାର ଅଲ୍‌-ବଶିରଙ୍କ ଅମଳରେ ସରକାର ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ବିଦ୍ରୋହ ଯୋଗୁ ସାମରିକ ଅଧିକାରୀରୁ ରାଜନେତା ସାଜିଥିବା ଅଲ୍‌-ବଶିର ସରକାରଙ୍କ ପତନ ପରେ ଦୁର୍ନୀତି ମାମଲାରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ନାଗରିକ ଗଣତନ୍ତ୍ର ପ୍ରତିଷ୍ଠା ଉଦ୍ୟମ ହୋଇଥିଲା। ଏନେଇ ଚାଲିଥିବା ଅନ୍ତର୍ଜାତୀୟ ଉଦ୍ୟମ ବିଫଳ ହେବା ପରେ ଶନିବାରଠାରୁ ଆର୍‌ଏସ୍‌ଏଫ୍‌ ଏବଂ ସୁଦାନ ସେନା ମୁହଁାମୁହଁି ଅବସ୍ଥାରେ ରହିଛନ୍ତି। ସାମରିକ ସଂଘର୍ଷରେ ୪୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ଜୀବନ ଗଲାଣି। ଅନୂ୍ୟନ ୩,୫୦୦ ଜଣ ଆହତ ହୋଇଥିବା ଡବ୍ଲ୍ୟୁଏଚ୍‌ଓ ମୁଖପାତ୍ର ମାର୍ଗାରେଟ୍‌ ହାରିସ୍‌ ସୂଚନା ଦେଇଛନ୍ତି। ଜେନେଭାରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ମାର୍ଗାରେଟ୍‌ କହିଛନ୍ତି, ମୃତକଙ୍କ ମଧ୍ୟରୁ ୯ ଓ ଆହତଙ୍କ ଭିତରୁ ୫୦ ଜଣ ହେଉଛନ୍ତି ଶିଶୁ। ଇତିମଧ୍ୟରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସୁଦାନ ନିର୍ଦ୍ଦେଶକ ପିଏରେ ହୋନ୍ନୋରାଟ୍‌ ଚାଦ୍‌ରେ କହିଛନ୍ତି, ପଡ଼ୋଶୀ ଦେଶଗୁଡ଼ିକରୁ ଶରଣାର୍ଥୀମାନଙ୍କ ଆଗମନ ବଢ଼ୁଥିବାରୁ ସେମାନଙ୍କ ସଂଖ୍ୟା ୬ ଲକ୍ଷ ଟିପିଛି। ଏଥିଲାଗି ଅଧିକ ଅନ୍ତର୍ଜାତୀୟ ସହାୟତାର ଆବଶ୍ୟକତା ବଢ଼ିବାରେ ଲାଗିଛି। ବାସ୍ତବରେ ଏହା ଏକ ବଡ଼ ଚ୍ୟାଲେଞ୍ଜ। ସ୍ଥିତି ସଙ୍କଟପୂର୍ଣ୍ଣ ଥିବାରୁ ଅନେକ ଦେଶ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ନେବା ପାଇଁ ଉଦ୍ୟମ ଚଳାଇଛନ୍ତି। ସୁଦାନ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ପ୍ରତ୍ୟର୍ପଣ ପାଇଁ ତାଲିକା ପ୍ରସ୍ତୁତ କରୁଛି। ଚାଦ୍‌କୁ ପ୍ରାୟ ୨୦ ହଜାର ଲୋକ ପଳାୟନ କଲେଣି। ହିଂସା ପ୍ରଭାବିତ ସୁଦାନରେ ଫସିରହିଥିବା ୩,୦୦୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ସ୍ବଦେଶକୁ ଫେରାଇ ଆଣିବା ପାଇଁ ବିଭିନ୍ନ ରାଷ୍ଟ୍ର ସହ ଯୋଗାଯୋଗ କରାଯାଉଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ସହ ବିଗୁଡ଼ୁଥିବା ସ୍ଥିତି ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସେଠାରେ ଫସିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଆଣିବା ପାଇଁ ଏକ ଜରୁରୀ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ବୈଠକରେ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ, ସୁଦାନରେ ଭାରତୀୟ ରାଷ୍ଟ୍ରଦୂତ ରବୀନ୍ଦ୍ର ପ୍ରସାସ ଜୟସ୍ବାଲ ଓ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri