ଚାଇନାକୁ ଲକ୍ଷେ ମାଙ୍କଡ଼ ବିକିବ ଶ୍ରୀଲଙ୍କା

କଲୋମ୍ବୋ, ୧୪।୪: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭାରତର ପଡ଼ୋଶୀ ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କା। ଏଥିଯୋଗୁ ଦେଶବାସୀ ନାହିଁ ନ ଥିବା ଅସୁବିଧା ଦେଇ ଗତି କରୁଛନ୍ତି। ଦେଶର ଆର୍ଥିକ ସ୍ଥିତିରେ ସ୍ଥିରତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ବର୍ତ୍ତମାନ ସମୟରେ ଶ୍ରୀଲଙ୍କା ଚାଇନାକୁ ପାଖାପାଖି ୧ ଲକ୍ଷ ଟୋକ୍‌ ମାଙ୍କଡ଼ ବିକ୍ରି କରିବ ବୋଲି କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି।
ଚାଇନାର ୧,୦୦୦ ଚିଡ଼ିଆଖାନାରେ ମାଙ୍କଡ଼ର ଆବଶ୍ୟକତା ଥିବାଯୋଗୁ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ଏ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା କୃଷି ମନ୍ତ୍ରୀ ମହିନ୍ଦା ଅମରାଓ୍ବିରା ସୂଚନା ଦେଇଛନ୍ତି। ଏ ନେଇ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଶ୍ରୀଲଙ୍କାରେ ବହୁଳ ସଂଖ୍ୟାରେ ଦେଖାଯାଉଥିବା ଟୋକ୍‌ ମାଙ୍କଡ଼କୁ ଅନ୍ତର୍ଜାତୀୟ ୟୁନିୟନ୍‌ ଫର୍‌ କଞ୍ଜର୍ଭେଶନ୍‌ ଅଫ୍‌ ନେଚର (ଆଇୟୁସିଏନ୍‌) ରେଡ୍‌ ଲିଷ୍ଟ ଭୁକ୍ତ କରିଥିଲା। ଏପରିସ୍ଥଳେ ସରକାରଙ୍କ ମାଙ୍କଡ଼ ବିକ୍ରି କରିବା ନିଷ୍ପତ୍ତି ନେଇ ପ୍ରକୃତି ସଂରକ୍ଷକ ଚିନ୍ତା ପ୍ରକଟ କରିଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଦେଖାଯିବା ପରଠାରୁ ଶ୍ରୀଲଙ୍କାରେ ପ୍ରାଣୀ ରପ୍ତାନି ପ୍ରାୟତଃ ନିଷିଦ୍ଧ କରାଯାଇଛି।
ଦେଶରେ ଟୋକ୍‌ ମାଙ୍କଡ଼ଙ୍କୁ କୀଟ ସହିତ ତୁଳନା କରାଯାଉଛି। କାରଣ ଖାଦ୍ୟ ଅନ୍ବେଷଣରେ ମାଙ୍କଡ଼ ସବୁ ଗୋଟିଏ ଗୋଟିଏ ଗାଁ ଉପରେ ଚଢ଼ାଉ କରିବା ସହ ଅନେକ ସମୟରେ ମଣିଷଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଫସଲ ନଷ୍ଟ କରିବାରେ ମଧ୍ୟ ଏମାନଙ୍କ ଭୂମିକା ରହିଛି। ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯିବା ପରଠୁ ୩ ପ୍ରକାର ମାଙ୍କଡ଼ ସମେତ ମୟୂର, ବାର୍‌ହାଙ୍କୁ ସଂରକ୍ଷିତ ସୂଚୀରୁ ବାଦ୍‌ କରାଯାଇଛି ଏବଂ ସେମାନଙ୍କ ହତ୍ୟା ପାଇଁ କୃଷକଙ୍କୁ ଅନୁମତି ମିଳିଛି। ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦେଶରେ ମାଙ୍କଡ଼ଙ୍କ ସର୍ଭେ କରାଯାଇ ନ ଥିବାବେଳେ ୧ ଲକ୍ଷ ମାଙ୍କଡ଼ଙ୍କୁ ଚାଇନା ପଠାଯିବା ନିଷ୍ପତ୍ତିକୁ ଶ୍ରୀଲଙ୍କାର ପ୍ରାଣୀ ଅଧିକାର ଗ୍ରୁପ୍‌ ‘ଦ ଏନ୍‌ଭାଇରନ୍‌ମେଣ୍ଟାଲ୍‌ ଫାଉଣ୍ଡେଶନ୍‌’ ପକ୍ଷରୁ ସମାଲୋଚନା କରାଯାଇଛି। ଅନ୍ୟପକ୍ଷେ ଚାଇନା ଏତେମାତ୍ରାରେ ମାଙ୍କଡ଼ ନେଇ କ’ଣ କରିବ ସେ ନେଇ ସ୍ପଷ୍ଟୀକରଣ ଦେବା ଲାଗି ଫାଉଣ୍ଡେଶନ୍‌ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri