Posted inଫୁରସତ

ମହାବିଷୁବ ସଂକ୍ରାନ୍ତି ବିଶେଷ

ଓଡ଼ିଶାବାସୀଙ୍କ ପାଇଁ ପଣା ସଂକ୍ରାନ୍ତି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପର୍ବ। ଏହି ଦିନଠାରୁ ଓଡ଼ିଆ ନବବର୍ଷ ଆରମ୍ଭ ହୋଇଥାଏ। ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମଋତୁ ଆରମ୍ଭ ହୋଇଥାଏ। ଚଉଁରା ଓ ବେଲଗଛ ମୂଳେ ବେଲପଣା ଭୋଗ ଲଗାଯାଇଥାଏ। ବସୁନ୍ଧରା ଠେକିରେ ଏକ କଣା କରି ସେଥିରେ ଛତୁଆ, ଦହି, ଗୁଡ଼ମିଶା ବେଲପଣା ରଖି ଚଉଁରାରେ ଟଙ୍ଗା ଯାଇଥାଏ। ଏହି ଅବସରରେ ଦକ୍ଷିଣ ଓଡ଼ିଶାରେ ଝାମୁଯାତ, ଦଣ୍ଡନାଚ ଓ ଉତ୍ତର ଓଡ଼ିଶାରେ ଚଡ଼କ ପର୍ବ ବେଶ୍‌ ଧୁମ୍‌ଧାମରେ ପାଳିତ ହୋଇଥାଏ। ଦଣ୍ଡପାଟୁଆମାନେ ଠାକୁରାଣୀଙ୍କ ମନ୍ଦିର ଆଗରେ ନିଆଁରେ ଚାଲିଥା’ନ୍ତି। ମହାବିଷୁବ ସଂକ୍ରାନ୍ତିଠାରୁ ଓଡ଼ିଆ ନୂଆବର୍ଷ ଆରମ୍ଭ ହେଉଥିବାରୁ ଘରେ ଘରେ ଦେବଦେବୀଙ୍କ ସ୍ଥାନାନ୍ତର ପୂଜା, ଭୋଗ, ହୋମ ଆଦି ଅନୁଷ୍ଠିତ ହୋଇଥାଏ। ନୂଆ ଓଡ଼ିଆ ପଞ୍ଜିକା ପ୍ରଚଳିତ ହୋଇଥାଏ। ପଣା ସଂକ୍ରାନ୍ତିରେ ଲୋକମାନେ ବ୍ରତ ଧାରଣ କରିଥା’ନ୍ତି। ଏହି ଦିନ ହନୁମାନଙ୍କ ଜୟନ୍ତୀ ହୋଇଥିବାରୁ ହନୁମାନଙ୍କ ପୂଜା ମଧ୍ୟ କରାଯାଇଥାଏ। ଅଗ୍ନି ଓ ବାୟୁଙ୍କ କୋପରୁ ରକ୍ଷା ନିମନ୍ତେ ହନୁମାନଙ୍କ ପୂଜା ଅନୁଷ୍ଠିତ ହୋଇଥାଏ।
ଓଡ଼ିଆ ଜନଜୀବନରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଂକ୍ରାନ୍ତି ଦିନଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଅନ୍ୟ ଭାବରେ କେହି କେହି ଜଳ ସଂକ୍ରାନ୍ତି ବୋଲି କହିଥା’ନ୍ତି। ଏହି ଦିନରୁ ବାୟୁର ଗତି ପ୍ରଖର ହୋଇଥାଏ ଏବଂ କିଛି ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ବ୍ରାହ୍ମଣ ବା ଯାଚକମାନଙ୍କୁ ସୂର୍ଯ୍ୟଦେବଙ୍କ କୋପରୁ ରକ୍ଷା କରିବା ପାଇଁ ସେମାନଙ୍କୁ ତାଳପତ୍ରରେ ତିଆରି ଛତ୍ର ବା କଠଉ ପାଦୁକା ପ୍ରଦାନ କରିଥାଆନ୍ତି। ଏହି ସଂକ୍ରାନ୍ତିର ଆଉ ଏକ ବିଶେଷତ୍ୱ ହେଉଛି ଆମ ରାଜ୍ୟରେ ପବିତ୍ର ଝାମୁବ୍ରତର ଉଦ୍‌ଯାପନ ହୋଇଥାଏ, ଯାହାକି ଏକ ମାସ ପୂର୍ବରୁ ବ୍ରତଚାରୀମାନେ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିଥା’ନ୍ତି। କେବଳ ଓଡ଼ିଶା ନୁହେଁ, ଭାରତର ଉତ୍ତର ଭାଗରେ ମହାବିଷୁବ ସଂକ୍ରାନ୍ତିକୁ ଭିନ୍ନ ଭିନ୍ନ ଆଧ୍ୟାତ୍ମିକ ଭାବନାରେ ପାଳନ କରାଯାଇଥାଏ। ମହାବିଷୁବ ସଂକ୍ରାନ୍ତିଠାରୁ ଧାନ୍ୟ, ଲବଣ, ଭୋଗ, ରୂପ, ତେଜ, ସୌଭାଗ୍ୟ, ତାମ୍ବୁଳ, ମନୋରଥ, ଅଶୋକ, ଆୟୁ ଏବଂ ଧନ ସଂକ୍ରାନ୍ତି ବ୍ରତ ଶ୍ରଦ୍ଧାଳୁମାନେ ଆରମ୍ଭ କରନ୍ତି। ଏହି ବ୍ରତ ଯେଉଁମାନେ ପାଳନ କରନ୍ତି, ସେମାନେ ମହାବିଷୁବ ସଂକ୍ରାନ୍ତିଠାରୁ ନିଜର ମନୋମତ ବ୍ରତ ଆରମ୍ଭ କରି ପୁଣି ବର୍ଷକ ପରେ ମହାବିଷୁବ ସଂକ୍ରାନ୍ତିରେ ଉଦ୍‌ଯାପନ କରନ୍ତି। ମହାବିଷୁବ ସଂକ୍ରାନ୍ତି ଦିନ ପ୍ରତ୍ୟେକ ଦେବଦେବୀ ମନ୍ଦିରରେ ଛତୁ ଓ ପଣା ଲାଗିର ବିଧି ରହିଛି। ତେଣୁ ମହାବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ।
ମହାବିଷୁବ ସଂକ୍ରାନ୍ତି କେବଳ ଓଡ଼ିଶାର ଜନଜୀବନ ମଧ୍ୟରେ ସୀମିତ ନାହିଁ, ଦେଶବିଦେଶରେ ଏହା ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ପଞ୍ଜାବରେ ବୈଶାଖୀ, ଆସାମରେ ବିହୁ, ମିଥିଳାରେ ଜୁଇର ଶିତଲ, ବଙ୍ଗଳାରେ ନବବର୍ଷ, କର୍ନାଟକରେ ବିଷୁପର୍ବ, କେରଳରେ ବିଷୁ ଏବଂ ତାମିଲନାଡୁରେ ପୁଥାଣ୍ଡୁ ନାମରେ ଏହି ଦିନଟିକୁ ପାଳନ କରାଯାଏ। ଚୈତ୍ର ପର୍ବ ନାମରେ ପରିଚିତ ଝାମୁଝାତ୍ରା, ହିଙ୍ଗୁଳା ଯାତ୍ରା ବା ପଟୁଆ ଯାତ୍ରା, ଦଣ୍ଡଯାତ୍ରା, ଉଡ଼ା ଯାତ୍ରା ଆଦି ମହାବିଷୁବ ସଂକ୍ରାନ୍ତି ପୂର୍ବରୁ ଶେଷ ହୋଇଥାଏ। ଉତ୍ତର ଓଡ଼ିଶାରେ ଏହାକୁ ଚଡ଼କ ପର୍ବ ଏବଂ ଦକ୍ଷିଣ ଓଡ଼ିଶାରେ ମେରୁଯାତ୍ରା ବୋଲି କୁହାଯାଏ। ନବବର୍ଷକୁ ସ୍ବାଗତ ଜଣାଇବା ପାଇଁ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ। ଆଧ୍ୟାତ୍ମିକ ଚେତନାରେ ମହାବିଷୁବ ସଂକ୍ରାନ୍ତିର ଏକ ସ୍ବତନ୍ତ୍ରତା ରହିଥାଏ। ମକର ସଂକ୍ରାନ୍ତି, ଫେବୃୟାରୀ ମାସର କୁମ୍ଭ ସଂକ୍ରାନ୍ତି, ମାର୍ଚ୍ଚ ମାସର ମୀନ ସଂକ୍ରାନ୍ତି, ମଇ ମାସର ବୃଷ ସଂକ୍ରାନ୍ତି, ଜୁନ୍‌ ମାସର ରଜ ସଂକ୍ରାନ୍ତି, ଜୁଲାଇର କର୍କଟ ସଂକ୍ରାନ୍ତି, ଅଗଷ୍ଟର ସିଂହ ସଂକ୍ରାନ୍ତି, ସେପ୍ଟେମ୍ବରର କନ୍ୟା ସଂକ୍ରାନ୍ତି, ଅକ୍ଟୋବରର ତୁଳା ବା ଗର୍ଭଣା ସଂକ୍ରାନ୍ତି, ନଭେମ୍ବରର ବିଛା ସଂକ୍ରାନ୍ତି ପରି ବା ଧନୁମୁଆଁର ଅବକାଶ ରଖୁଥିବା ଧନୁ ସଂକ୍ରାନ୍ତି ବର୍ଷ ତମାମର ବିଭିନ୍ନ ସଂକ୍ରାନ୍ତି ଭିତରେ ଏହି ସଂକ୍ରାନ୍ତିର ସ୍ଥାନର ଏକ ସ୍ବତନ୍ତ୍ରତା ଥାଏ। ଓଡ଼ିଆଙ୍କ ନିତିଦିନିଆ ଜୀବନରେ ମହାବିଷୁବର ପବିତ୍ର ପାର୍ବଣ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଅପୂର୍ବ ସମ୍ପର୍କର ଭିତ୍ତିଭୂମିକୁ ସୁଦୃଢ଼ କରିଛି ନିଶ୍ଚୟ।
-ଡ. ରାଜକିଶୋର ମିଶ୍ର
ମୋ: ୭୦୦୮୧୮୧୮୨୦


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri