Posted inଖେଳ

ସୁନେଲିତାଙ୍କ ସ୍ବପ୍ନ

ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ)ରେ ହେବାକୁଥିବା ଜାତୀୟ ସିନିୟର ମହିଳା ହକି କୋଚିଂ କ୍ୟାମ୍ପ୍‌ ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ଖେଳାଳି ସୁନେଲିତା ଟପ୍ପୋ। ସୁନ୍ଦରଗଡ଼ର ଏହି ୧୬ ବର୍ଷୀୟା ଯୁବ ଖେଳାଳି ଜୁନିୟରସ୍ତରରେ ପ୍ରଭାବୀ ପ୍ରଦର୍ଶନ ପରେ ସିନିୟର କ୍ୟାମ୍ପ୍‌ ପାଇଁ ଭାରତୀୟ ସମ୍ଭାବ୍ୟ କୋର୍‌ ଦଳରେ ସାମିଲ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାର କୁକୁଡ଼ା ଗାଁ ହେଉଛି ତାଙ୍କ ଘର। ଖଣିଜ ସମ୍ପଦରେ ଭରପୂର ସୁନ୍ଦରଗଡ଼ ଜିଲାର ଆଦିବାସୀ ସମ୍ପ୍ରଦାୟରୁ ଅନେକ ହକି ଖେଳାଳି ସୃଷ୍ଟି ହୋଇଛନ୍ତି। ଓଡ଼ିଶାର ୯୦ ପ୍ରତିଶତ ହକି ଖେଳାଳି କେବଳ ସୁନ୍ଦରଗଡ଼ ଜିଲାରୁ ହିଁ ଆସିଛନ୍ତି। ସୁନେଲିତା ମଧ୍ୟ ଏଥିରୁ ବାଦ୍‌ ଯାଇନାହାନ୍ତି। ମାତ୍ର ୮ ବର୍ଷ ବୟସରୁ ସେ ହକିକୁ ଆଦରି ନେଇଛନ୍ତି। ”ଆମ ଗାଁର ଅଧିକାଂଶ ପିଲା ହକି ଖେଳିଥାନ୍ତି। ସେଠାରେ ଲୋକାଲ ହକି ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ ହୋଇଥାଏ। ତେଣୁ ମୁଁ ସ୍ବତଃ ଏହି କ୍ରୀଡ଼ା ପ୍ରତି ଆଗ୍ରହୀ ହେଲି ଏବଂ ୮ ବର୍ଷ ବୟସରୁ ଏଥିରେ ମନୋନିବେଶ କରିଥିଲି। ତେବେ ମୁଁ ଜଣେ ପେସାଦାର ଖେଳାଳି ହେବି ବୋଲି କେବେ ଭାବି ନ ଥିଲି। କେବଳ ଏହି ଗେମ୍‌କୁ ଉପଭୋଗ କରୁଥିଲି“ ବୋଲି ସୁନେଲିତା ପ୍ରକାଶ କରିଛନ୍ତି।
ଏହି ଅଞ୍ଚଳରୁ ଆସିଥିବା ଅଧିକାଂଶ ଖେଳାଳିଙ୍କ ଭଳି ସୁନେଲିତାଙ୍କ ପୃଷ୍ଠଭୂମି ମଧ୍ୟ ଭଲ ନୁହେଁ। ତାଙ୍କ ବାପା ଜଣେ କୃଷକ ଏବଂ ମା’ ଗୃହିଣୀ। ତେଣୁ ଏହି ଯୁବା ଫରଓ୍ବାର୍ଡଙ୍କ ପାଇଁ ଜଣେ ପେସାଦାର ହକି ଖେଳାଳି ହେବା ସହଜ ନ ଥିଲା। ତେବେ କେବେହେଲେ ହାରି ନ ଯିବାର ପ୍ରବୃତ୍ତି ଏବଂ ପାରିବାରିକ ସମର୍ଥନ ତାଙ୍କୁ ସୁନ୍ଦରଗଡ଼ସ୍ଥିତ ସାଇ ଟ୍ରେନିଂ ସେଣ୍ଟର (ଏସ୍‌ଟିସି)ରେ ଭର୍ତ୍ତି ହେବାରେ ସହାୟକ ହୋଇଥିଲା। ସେଠାରେ ହକି ସମେତ ଏକାଧିକ କ୍ରୀଡ଼ାରେ ଖେଳାଳିଙ୍କୁ ଟ୍ରେନିଂ ଏବଂ କୋଚିଂ ଦିଆଯାଇଥାଏ। ”ଆର୍ଥତ୍କ ସ୍ଥିତି ଦୁର୍ବଳ ଯୋଗୁ ଜଣେ ପେସାଦାର ହକି ଖେଳାଳି ହେବା ପଥରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ମାତ୍ର ପରିବାରର ବିଶ୍ୱାସ ମୋ ଉପରେ ରହିଆସିଛି। ସେମାନେ ମୋତେ ମାନସିକସ୍ତରରେ ସମର୍ଥନ କରିଆସିଥିବାରୁ ମୁଁ ଆଜି ଏଠାରେ ପହଞ୍ଚତ୍ପାରିଛି“ ବୋଲି ସୁନେଲିତା କହିଛନ୍ତି।
ଏସ୍‌ଟିସିକୁ ଆସିବା ପରେ ସୁନେଲିତା ଆଉ ପଛକୁ ଫେରି ଚାହିଁନାହାନ୍ତି। ମହିଳା ଜୁନିୟର ଦଳରେ ସାମିଲ ହେବାପରେ ସେ କ୍ରମାଗତ ଉତ୍ତମ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ପରୋକ୍ଷରେ ଏହା ତାଙ୍କୁ ହକି ଇଣ୍ଡିଆ ସିନିୟର ମହିଳା ଜାତୀୟ କୋଚିଂ କ୍ୟାମ୍ପରେ ସାମିଲ ହେବା ପାଇଁ ସହାୟକ ହୋଇଛି। ତାଙ୍କ ମତରେ କଠିନ ପରିଶ୍ରମର ଆଉ କିଛି ବିକଳ୍ପ ନାହିଁ। ଗେମ୍‌ ଠିକ୍‌ ଥିଲେ ମଧ୍ୟ ସଫଳତା ପାଇଁ ଆହୁରି ପରିଶ୍ରମ କରିବାକୁ କୋଚ୍‌ ତାଙ୍କୁ ପରାମର୍ଶ ଦେଇଥିଲେ। ତେଣୁ ପରିଶ୍ରମ ଜାରିରଖି ସେ ଆଗାମୀ ଦିନରେ ଅଧିକରୁ ଅଧିକ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଭବିଷ୍ୟତରେ ଅଲିମ୍ପିକ୍ସରେ ଖେଳିବା ଏବଂ ସେଠାରେ ସ୍ବର୍ଣ୍ଣପଦକ ଜିତିବା ତାଙ୍କର ଲକ୍ଷ୍ୟ ବୋଲି ସୁନେଲିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri