ଆର୍‌ଆଇ କାର୍ଯ୍ୟାଳୟ ଖୋଲିବାକୁ ଜବରଦଖଲ ଉଚ୍ଛେଦ

ଭାପୁର,୧୩ା୪(ଡି.ଏନ.ଏ.): ଭାପୁର ବ୍ଲକ ଅନ୍ତର୍ଗତ ଶାଳପଡ଼ା ପଞ୍ଚାୟତରେ ରାଜସ୍ବ ନୀରିକ୍ଷକ ଗୃହ ନିର୍ମାଣ ପାଇଁ ବୁଧବାର ରାଜସ୍ବ ପ୍ରଶାସନିକଙ୍କ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଶାଳପଡ଼ା ପଞ୍ଚାୟତରେ ଆର୍‌ଆଇ କାର୍ଯ୍ୟାଳୟ ଖୋଲିବାକୁ ଭାପୁରଠାରୁ ଖଣ୍ଡପଡ଼ା ରାସ୍ତା ଶାଳପଡ଼ା ସ୍କୁଲ ନିକଟସ୍ଥ ସାମ୍ନାରେ ଗୋଚର ଜମି ତହସିଲ ପକ୍ଷରୁ ଚିହ୍ନଟ ହୋଇଥିଲା। ହେଲେ ଶାଳପଡ଼ା ସହର ସାହିର ଆରତ ନାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ନାୟକ ଦୀର୍ଘଦିନ ଧରି ସେଠାରେ ଏକ କୁଡ଼ିଆ ଘର କରି ଜବରଦଖଲ କରି ରହୁ ଆସୁଥିଲେ। ଗ୍ରାମ ଭିତରେ ତାଙ୍କର ନିଜସ୍ବ ଘର ଥିଲେ ବି କୌଣସି କାରଣରୁ ଘରକୁ ଯାଉଥିଲେ। ସେହି କୁଡ଼ିଆ ଘରେ ତାଙ୍କର ପତ୍ନୀ ସହ ୩ ଝିଅ, ଗୋଟିଏ ପୁଅ ରହୁଥିଲେ। ତହସିଲ ପକ୍ଷରୁ ବାରମ୍ବାର ନୋଟିସ ପାଇବା ପରେ ମଧ୍ୟ ସେ ଜାଗା ଛାଡି ନ ଥିଲେ। ଭାପୁର ତହସିଲଦାର ଲଗ୍ନଜିତ ବେହେରା, ଆର୍‌ଆଇ ସସ୍ମିତା ସାହୁ ,ସୁପରଭାଇଜର ପ୍ରଫୁଲ୍ଲ କୁମାର ନାହକ, ଫତେଗଡ଼ ଥାନାର ଏସ୍‌ଆଇ ଏମ୍‌.ଡି. ଜାଫ୍ରୁଲାଙ୍କ ସହ ଗୋଟିଏ ପ୍ଲାଟୁନ୍‌ ପୋଲିସ ଫୋର୍ସ ଉପସ୍ଥିତରେ ଜେସିବି ମେଶିନ ସାହାଯ୍ୟରେ ଜବରଦଖଲ ଉଚ୍ଛେଦ କରିଥିଲେ। ଜବରଦଖଲ ହୋଇଥିବା ଗୋଟିଏ ଏକରରୁ ଊଦ୍ଧର୍‌ବ ଜାଗା ନିଜ ଅକ୍ତିଆରକୁ ଆଣିଥିଲେ। ସେହି ସ୍ଥାନରେ ୪୦ଡିସିମିଲି ଜାଗାରେ ଗୃହ ନିର୍ମାଣ ହେବା ସହ ବାକି ଜାଗାରେ ସୁରକ୍ଷା ପ୍ରାଚୀର କରି ତହସିଲ ଅଧୀନରେ ରହିବ ବୋଲି ସୂଚନା ମିଳିଛି। ଜବରଦଖଲରେ ରହିଥିବା ବ୍ୟକ୍ତି କହିଛନ୍ତିଳ, ମୁଁ କ’ଣ ଏକୁଟିଆ ଭାପୁର ବ୍ଲକରେ ସରକାରୀ ଜାଗା ଜବରଦଖଲରେ ରହିଥିଲି। ଅନ୍ୟମାନଙ୍କୁ କାହିଁକି ଜବରଦଖଲ ଉଚ୍ଛେଦ କରାଯାଉନାହିଁ। ଆଗାମୀଦିନରେ ନ୍ୟାୟ ନ ପାଇଲେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଦେବେ ବୋଲି ସୂଚନା ମିଳିଛି। ପ୍ରଶାସନର ଏଭଳି ଜବରଦଖଲ ଉଚ୍ଛେଦକୁ ବୃଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri