ପୁରୀରେ ପହଞ୍ଚତ୍ଲା ପଞ୍ଚମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ, ୧୩ା୪: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଆସନ୍ତା ଜୁନ ୨୦ରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପବିତ୍ର ଅକ୍ଷୟ ତୃତୀୟାଠାରୁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ତେଣୁ ପର୍ଯ୍ୟାୟ କ୍ରମେ ରଥକାଠ ଆସି ପୁରୀରେ ପହଞ୍ଚୁଛି। ଏହି କ୍ରମରେ ବୁଧବାର ପଞ୍ଚମ ପର୍ଯ୍ୟାୟରେ ଭଞ୍ଜନଗର ମୁଜାଗଡ଼ ବନାଞ୍ଚଳ ଉତ୍ତର ଘୁମୁର ବନଖଣ୍ଡରୁ ୨୫ ଖଣ୍ଡ ରଥକାଠ ଏକ ବଡ଼ ଟ୍ରକ ଯୋଗେ ଆସିଛି। ତନ୍ମଧ୍ୟରେ ୪୦ ଫୁଟିଆ ୨୦ ଖଣ୍ଡ ଧଉରା ଏବଂ ୫ ଖଣ୍ଡ ଫାସିକାଠ ରହିଛି। ବୁଧବାର ସୁଦ୍ଧା ୨୦୬ ଖଣ୍ଡ କାଠ ପୁରୀ ବଡ଼ଦାଣ୍ଡରେ ପହଞ୍ଚତ୍ଛି।
ସୂଚନାଯୋଗ୍ୟ, ପୂର୍ବରୁ ନୟାଗଡ଼ ବନଖଣ୍ଡରୁ ପ୍ରଥମ ପର୍ଯ୍ୟାୟରେ ୧୦୪, ଦ୍ୱିତୀୟ ପର୍ଯ୍ୟାୟରେ ୨୪ ଏବଂ ତୃତୀୟ ପର୍ଯ୍ୟାୟରେ ବୌଦ୍ଧ ବନଖଣ୍ଡରୁ ୨୮ ଖଣ୍ଡ ଧଉରା ଓ ଚତୁର୍ଥ ପର୍ଯ୍ୟାୟରେ ୨୫ ଖଣ୍ଡ ଅସନ କାଠ କାଠ ଆସି ପୁରୀରେ ପହଞ୍ଚତ୍ଥିଲା। ବୁଧବାର ୨୫ ଖଣ୍ଡ କାଠ ଆସିଛି। ଫଳରେ ଏବେସୁଦ୍ଧା ମୋଟ ୨୦୬ ଖଣ୍ଡ କାଠ ପହଞ୍ଚିସାରିଛି। ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷରୁ ୧୧୮ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୪୭ ଖଣ୍ଡ କାଠର ଆବଶ୍ୟକତା ରହିଛି। ଏ ପର୍ଯ୍ୟନ୍ତ ମୋଟ ୨୦୬ ଖଣ୍ଡ କାଠ ପୁରୀରେ ପହଞ୍ଚିଥିବା ବେଳେ ବଳକା କାଠ ପର୍ଯ୍ୟାୟ କ୍ରମେ ଆସିବ। ୮୧ ଖଣ୍ଡ କାଠ କଟକର ଶ’ମିଲସ୍ଥିତ ଖପୁରିଆ କରତ କଳରେ ପହଞ୍ଚି ସାରିଛି। ପରମ୍ପରା ଅନୁଯାୟୀ, ରାମନବମୀରେ କଟକସ୍ଥିତ ଶ’ ମିଲ୍‌ରେ ରଥକାଠ ଚିରଟ କାମ ଆରମ୍ଭ ହୋଇଛି। ଶ୍ରୀପଞ୍ଚମୀ ତିଥିରେ ରଥକାଠ ଅନୁକୂଳ ହେବ। ଆବଶ୍ୟକ ଥିବା ରଥ କାଠ ପର୍ଯ୍ୟାୟ କ୍ରମେ ପୁରୀକୁ ଆସିବ ବୋଲି ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲାର ନବୀନ ବେହେରାଙ୍କ କହିବା ଅନୁଯାୟୀ, ରଥକାଠ ନେଇ ସେ ଉତ୍ତର ଘୁମୁସର ବାଇବିଲ ଗ୍ରାମରୁ ଗତ ୧୦ ତାରିଖରେ ପୁରୀ ଅଭିମୁଖେ ବାହାରିଥିଲେ। ରଥକାଠକୁ ଗ୍ରାମବାସୀ ପୂଜାଚ୍ଚର୍ନା କରିଥିଲେ। ଏପରିକି ଯେଉଁ ଗ୍ରାମ ଦେଇ ତାଙ୍କ ଗାଡ଼ି ଆସିଥିଲା, ସେହି ସବୁ ଗ୍ରାମର ବାସିନ୍ଦା ରଥକାଠକୁ ପୂଜାର୍ଚ୍ଚନା କରିଥିଲେ। ସେ ମହାପ୍ରଭୁଙ୍କ କାର୍ଯ୍ୟ କରି ବହୁତ ଖୁସି ଅଛନ୍ତି। ଆଗକୁ ମହାପ୍ରଭୁ ତାଙ୍କୁ ଏପରି କାର୍ଯ୍ୟ କରିବା ପାଇଁ ଆଶୀର୍ବାଦ ଦିଅନ୍ତୁ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri