Odisha Elections 2024

ଦଲକାଏ ନିଆଁରେ ଛାରଖାର ହେବ ଧନ, ଜୀବନ

କେନ୍ଦ୍ରାପଡ଼ା ଅଫିସ, ୧୨।୪: ଗ୍ରାମାଞ୍ଚଳରେ ଖରାଦିନ ପାଇଁ ଅଗ୍ନିକାଣ୍ଡ ବଢ଼ୁଛି। ତେବେ ଏହି ବିପଦ ଏବେ କେନ୍ଦ୍ରାପଡ଼ା ଜିଲାର ସହରାଞ୍ଚଳ ପାଇଁ ଏକ ଆଶଙ୍କାରେ ପରିଣତ ହୋଇଛି। ମଲ୍‌ଗୁଡ଼ିକୁ ନୋଟିସ ଦିଆଯାଇଥିଲେ ମଧ୍ୟ ଅଗ୍ନି ନିରାପତ୍ତା ନେଇ କେହି ସତର୍କ ନୁହନ୍ତି। ସରକାରୀ ଓ ବେସରକାରୀ କୋଠା ମଧ୍ୟ ସୁରକ୍ଷିତ ନୁହେଁ। ଦଲକାଏ ନିଅଁାରେ ଧନ ଜୀବନ ନଷ୍ଟ ହୋଇଯିବ ବୋଲି ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ମୀର ଆବୁ ଓବେଦା, ଆଶିଷ କୁମାର ସେନାପତି କହିଛନ୍ତି, ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାରଙ୍କ ସୌରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ପ୍ରତି ରାଜ୍ୟକୁ ଚିଠି କରିଥିଲେ। ଏହି ଚିଠି ଅନୁଯାୟୀ ମକ୍‌ ଡ୍ରିଲ ସହ ପ୍ରତି ୨ମାସରେ ଥରେ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଚିଠି ଜିଲାରେ କାର୍ଯ୍ୟକାରୀ ହେଉନାହିଁ। କେନ୍ଦ୍ର ସରକାର ଦେଶରେ ଉଜଳା ଯୋଜନା ପ୍ରଚଳନ ପରେ ରନ୍ଧନ ପାଇଁ ଗ୍ୟାସ କନେକ୍‌ଶନ ଅହେତୁକ ଭାବେ ବୃଦ୍ଧି ପାଇଛି। ପ୍ରତି ବିତରକ ହିତାଧିକାରୀଙ୍କୁ ଗ୍ୟାସ ସମ୍ପର୍କରେ ଅବଗତ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଇବା କଥା। ଏ ନେଇ ଚୁକ୍ତିପତ୍ରରେ ଉଲ୍ଲେଖ ଥିଲେ ମଧ୍ୟ ବିତରକ ଏହି ନିୟମକୁ କେବଳ କାଗଜପତ୍ରରେ ସୀମିତ ରଖିଛନ୍ତି। ସେହିପରି ଜିଲାରେ ବହୁ ଘରୋଇ ଚିକିତ୍ସାଳୟ ଓ ଶିକ୍ଷାନୁଷ୍ଠାନ ଖୋଲାଯାଇଛି। ଏହି ଅନୁଷ୍ଠାନଗୁଡ଼ିକୁ ଅଗ୍ନି ସୁରକ୍ଷା ବଳ ମଧ୍ୟରେ ରଖିବା ପାଇଁ ନିୟମ ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ଅବଜ୍ଞା କରୁଛନ୍ତି। ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଏପରି ଅବସ୍ଥା ଦେଖିବାକୁ ମିଳୁଛି। କେନ୍ଦ୍ରାପଡ଼ା ଜିଲାରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ସରକାରୀ, ବେସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ସାଧାରଣ ଚଳପ୍ରଚଳ କରୁଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଏହି ବ୍ୟବସ୍ଥା ପ୍ରତି ଆଖି ବୁଜି ଦେଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ ଆଦିରେ ଉପଯୁକ୍ତ ପରିମାଣରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ସେହିପରି ଜିଲାରେ ବହୁ ଘରୋଇ ବିଦ୍ୟାଳୟ, ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ ସଚେତନ ନାହାନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ସହକାରୀ ଅଗ୍ନିଶମ ଅଧିକାରୀ ନରେନ କୁମାର ମହାନ୍ତିଙ୍କୁ ପଚାରିବାରେ ଅଗ୍ନିକାଣ୍ଡ ଧନ ଜୀବନ ପ୍ରତି ବିପଦ। ନିମିଷକରେ ଏହା ବହୁ କ୍ଷତି ପହଞ୍ଚାଇଥାଏ। ଏ ନେଇ ବିଭାଗ ପକ୍ଷରୁ ଗତ ବର୍ଷକ ମଧ୍ୟର ୩୦ରୁ ଊର୍ଦ୍ଧ୍ୱ ସଚେତନତା କାର୍ଯ୍ୟକ୍ରମ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ କେତେଗୋଟି ଶିକ୍ଷାନୁଷ୍ଠାନରେ ହୋଇଛି। ଗ୍ୟାସ ବିତରକ ସଂସ୍ଥା ଏହି ସଚେତନତା କାର୍ଯ୍ୟକ୍ରମକୁ ଅଣଦେଖା କରିବା ଠିକ୍‌ ନୁହେଁ। ସହର ମଧ୍ୟରେ ଥିବା ମଲ୍‌ଗୁଡ଼ିକୁ ଏ ନେଇ ନୋଟିସ ହୋଇଛି। ଜିଲାର ବିଭିନ୍ନ ଅନୁଷ୍ଠାନକୁ ନୋଟିସ ଯାଇଥିବା ବେଳେ ୨୦୦ରୁ ଅଧିକ ଅନୁଷ୍ଠାନ ଏହି ନିରାପତ୍ତା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri