Posted inଖେଳ

ବିଜୟପଥକୁ ଫେରିବା ଲକ୍ଷ୍ୟରେ ଆର୍‌ସିବି

ବେଙ୍ଗାଲୁରୁ, ୧୦ା୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଭେଟିବ। ଏଥିରେ ଦଳ ବ୍ୟାଟରମାନଙ୍କଠାରୁ ଅଧିକ ରନ ଏବଂ ଡେଥ୍‌ ଓଭରଗୁଡ଼ିକରେ ଶୃଙ୍ଖଳିତ ବୋଲିଂ ଆଶା କରିବ। ଆରସିବି ଏହି ମ୍ୟାଚ ପୂର୍ବରୁ କୋଲକାତା ନାଇଟ ରାଇଡର୍ସ (କେକେଆର)ଠାରୁ ନୈରାଶ୍ୟଜନକ ୮୧ ରନରେ ପରାଜିତ ହୋଇଛି। ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳ ବିଜୟ ପଥକୁ ଫେରିବାକୁ ଚେଷ୍ଟା କରିବ।

ଆରସିବିର ଡେଥ୍‌ ବୋଲିଂ ଦଳ ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି। କେକେଆର୍‌ ବିପକ୍ଷ ମ୍ୟାଚର ଏକ ମୁହୂର୍ତ୍ତରେ ସିଜନର ଦ୍ୱିତୀୟ ବିଜୟ ହାସଲ କରିବ ବୋଲି ମନେ କରୁଥିଲା ଆର୍‌ସିବି। ସେତେବେଳେ ବିପକ୍ଷ ଦଳର ୧୨ତମ ଓଭରରେ ୫ଉଇକେଟରେ ୮୯ ରନ କରି ସଙ୍କଟରେ ପଡ଼ିଥିଲା। ମାତ୍ର ପରେ କେକେଆର ଦୃଢ ପ୍ରତ୍ୟାବତ୍ତନ କରି ୨୦୪/୭ ସ୍କୋର କରିବାରେ ସମର୍ଥ ହୋଇଥିଲା। ଫଳତଃ ଆରସିବିକୁ ୮୧ରନରେ ପରାସ୍ତ ହେବାକୁ ପଡ଼ିଥିଲା। ଏହାପୂର୍ବରୁ ମୁମ୍ବାଇ ବିପକ୍ଷ ମ୍ୟାଚକୁ ଦଳ ୮ଉଇକେଟରେ ଜିତିଥିଲା। ଏହି ମ୍ୟାଚରେ ଡେଥ୍‌ ଓଭର ସ୍ପେଶାଲିଷ୍ଟ ହର୍ଶଲ ପଟେଲ ଓ ମହମ୍ମଦ ସିରାଜ ନୂଆ ବଲ୍‌ରେ ଭଲ ବୋଲିଂ କରିଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ସେମାନେ ସଂଘର୍ଷ କରିଥିଲେ। ନ୍ୟାଶନାଲ ଡ୍ୟୁଟି ପାଇଁ ଓ୍ବାନିନ୍ଦୁ ହସରଙ୍ଗା ଅନୁପସ୍ଥିତ ଅଛନ୍ତି।

ଗୋଇଠିରେ ଆଘାତପ୍ରାପ୍ତ ଥିବା ଜୋସ୍‌ ହାଜେଲଉଡ୍‌ କ୍ରମେ ଫିଟ୍‌ ହେଉଛନ୍ତି। ଚଳିତ ସପ୍ତାହରେ ଉଭୟେ ଦଳର ଯୋଗଦେବା ପରେ ଆରସିବିର ଡେଥ୍‌ ଓଭର ବୋଲିଂ ସମସ୍ୟା ଦୂରୀଭୁତ ହୋଇପାରେ। କିନ୍ତୁ ସେମାନେ ଫେରିବା ପର୍ଯ୍ୟନ୍ତ ରିସି ଟପ୍‌ଲେଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଦକ୍ଷିଣ ଆଫ୍ରିକୀୟ ମିଡିୟମ ପେସ୍‌ ବୋଲର ଓ୍ବେନ୍‌ ପାର୍ନେଲ ସହାୟକ ହୋଇପାରନ୍ତି।

ଆରସିବିର ବ୍ୟାଟିଂ ଲାଇନ୍‌ ଅପ୍‌ ଖୁବ୍‌ ଶକ୍ତିଶାଳୀ। ମୁମ୍ବାଇ ବିପକ୍ଷ ବିଜୟରେ ଓପନର ବିରାଟ କୋହଲି ଓ ଫାଫ୍‌ ଡୁପ୍ଲେସିଙ୍କର ବିଶେଷ ଭୂମିକା ରହିଥିଲା। ମାତ୍ର କେକେଆର ସ୍ପିନରଙ୍କ ଆଗରେ ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ଭୂଶୁଡ଼ି ପଡ଼ିଥିଲା। ସୋମବାର ଖେଳାଯିବାକୁଥିବା ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ସ୍ପିନର ମାନଙ୍କୁ ସାମ୍ନା କରିବା ଦଳ ପାଇଁ ଏକ ଚ୍ୟାଲେଞ୍ଜ ହେବ। ଲକ୍ଷ୍ନୌ ଇତିମଧ୍ୟେjର ଦୁଇଟି ମ୍ୟାଚ ଜିତିସାରିଥିବା ବେଳେ ଗୋଟିଏ ପରାଜୟ ବରଣ କରିଛି। ଦଳ ଯୁବ୍‌ ଲେଗ୍‌ ସ୍ପିନର ରବି ବିଷ୍ନୋଇ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ୬ ଉଇକେଟ ନେଇସାରିଲେଣି। ଭେଟେରାନ ଲେଗ୍‌ ସ୍ପିନର ଅମିତ ମିଶ୍ର ଓ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ପେସ୍‌ ବିଭାଗରେ ଇଂଲଣ୍ଡ ଫାଷ୍ଟ ବୋଲର ମାର୍କ ଉଡ୍‌ ରହିଛନ୍ତି, ଯଏକି ବର୍ତ୍ତମାନ ଟୁର୍ନାମେଣ୍ଟର ମିଳିତ ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର ଅଛନ୍ତି। ତାଙ୍କ ସହ ମିଡିୟମ ପେସ୍‌ର ଆଭେଷ ଖାନ୍‌ ରହିଛନ୍ତି। ବ୍ୟାଟିଂରେ ଦଳର କାଇଲ ମେୟର୍ସ ପ୍ରଭାବୀ ରହିଛନ୍ତି। ତେବେ ଅଧିନାୟକ କେ.ଏଲ୍‌ ରାହୁଲ ଓ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ଙ୍କ ଫର୍ମକୁ ଦଳ ଚିନ୍ତିତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ...

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର...

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri