ଜନଜାତି ଶିକ୍ଷୟିତ୍ରୀ ଏବେ ଦିନମଜୁରିଆ

ଫୁଲବାଣୀ ଅଫିସ, ୧୦ା୪: ଅନୁସୂଚିତ ଜନଜାତିର ଜଣେ ଶିକ୍ଷୟିତ୍ରୀ(ଶିକ୍ଷା ସହାୟକ) ଚାକିରି କ୍ଷେତ୍ରରେ ୩ ବର୍ଷ ୮ ମାସ ପୂରଣ କରିସାରିବା ପରେ ଏବେ ତାଙ୍କୁ ଦିନମଜୁରିଆ ସାଜିବାକୁ ପଡ଼ିଛି। ପ୍ରଶାସନର ଅଣଦେଖା ହେତୁ ସେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଦେହ ଖରାପ ହେବାରୁ ୩/୪ ଦିନ ମେଡିକାଲରେ ରହିଗଲେ। ସୁସ୍ଥ ହୋଇ ବିଦ୍ୟାଳୟକୁ ଯିବାରୁ ତାଙ୍କ ଛୁଟି ଦରଖାସ୍ତ ଗ୍ରହଣ କଲେନାହିଁ କି କର୍ମକ୍ଷେତ୍ରରେ ଯୋଗଦେବାକୁ ଦେଲେନି ପ୍ରଧାନଶିକ୍ଷକ। ଏହାପରେ ସେ ବ୍ଲକ ଶିକ୍ଷାଧିକାରୀ, ସର୍ବଶିକ୍ଷା ପ୍ରକଳ୍ପ ସଂଯୋଜକ(ଡିପିସି), ଜିଲା ଶିକ୍ଷାଧିକାରୀ ଏବଂ ଜିଲାପାଳଙ୍କ ପାଖରେ ଗୁହାରି ଜଣାଇଲେ। ହେଲେ ସେମାନେ ଖାଲି ଏ ଅଫିସ୍‌ରୁ ସେ ଅଫିସ୍‌କୁ ଯିବାକୁ କହି କିଛି ବୁଝିଲେନାହିଁ। ଫଳରେ ଆଜକୁ ୯ ବର୍ଷ ହେବ ଶିକ୍ଷୟିତ୍ରୀ ଜଣକ ଦିନମଜୁରିଆ କାର୍ଯ୍ୟ କରୁଛନ୍ତି। ଏଭଳି ଘଟଣା କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକରେ ଦେଖିବାକୁ ମିଳିଛି।
କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅଧୀନ କାମ୍ବାନାଜୁ ଗ୍ରାମର ଧରିତ୍ରୀ ପ୍ରଧାନ ୨୦୧୧ ଏପ୍ରିଲ ୧୦ରେ ଜିଲାପାଳଙ୍କ ଚିଠି ନଂ.୪୯୧୫ରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିଲେ। ପ୍ରଥମେ ସେ ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ଗର୍ଜେଡି ନୂତନ ପ୍ରାଥମିକ ବିଦ୍ୟାଳୟ(ଏନ୍‌ପିଏସ୍‌)ରେ ଯୋଗଦେଇଥିଲେ। ଏହାପରେ ସର୍ବଶିକ୍ଷା ପ୍ରକଳ୍ପ ସଂଯୋଜକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସେହିବର୍ଷ ଅଗଷ୍ଟ ୯ରେ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ବାନ୍ଦାବାଜୁ ବିଦ୍ୟାଳୟକୁ ବଦଳି କରାଗଲା। ପୁଣି ସେଠାରୁ ସେ ଡେପୁଟେଶନରେ ଜୁଗାପଦର ସ୍କୁଲ ଯାଇ ପାଠ ପଢ଼ାଉଥିଲେ। ପ୍ରଧାନଶିକ୍ଷକଙ୍କ ଚିଠି ନଂ.୩୨/୧୭ା୧୨ା୨୦୧୪ରେ ରିଲିଭ୍‌ ହୋଇ ପୁନଃ ବାନ୍ଦାବାଜୁ ବିଦ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହାର କିଛିମାସ ପରେ ତାଙ୍କ ଦେହ ଖରାପ ହେଲା। ଫଳରେ ସେ ମେଡିକାଲରେ ଭର୍ତ୍ତି ହେଲେ। ୩/୪ ଦିନ ପରେ ବିଦ୍ୟାଳୟ ଯାଇ ପ୍ରଧାନଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେବାରୁ ସେ ଗ୍ରହଣ କଲେନାହିଁ। ଆଜିପର୍ଯ୍ୟନ୍ତ ଶିକ୍ଷୟିତ୍ରୀ ଧରିତ୍ରୀ ପ୍ରଧାନ ଏ ଅଫିସ୍‌ରୁ ସେ ଅଫିସ୍‌କୁ ଦୌଡୁଛନ୍ତି। ହେଲେ ତାଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଏ ନେଇ ଶିକ୍ଷୟିତ୍ରୀ କହିଛନ୍ତି, ସବୁ ଅଫିସ୍‌ ଦୌଡ଼ି ନିରାଶ ହେବାପରେ ଜିଲାପାଳଙ୍କୁ ଭେଟିଥିଲି। ସେ କହିଲେ ଏହା ଶିକ୍ଷା ବିଭାଗର କାମ। କ’ଣ ହୋଇଛି ବୁଝିବା। ମଁୁ ଜଣେ ଆଦିବାସୀ ସମ୍ପ୍ରଦାୟର ଶିକ୍ଷୟିତ୍ରୀ ହୋଇ ବି ଏବେ ଦିନମଜୁରିଆ ଭାବେ କାମ କରୁଛି। କେବେ ପ୍ରଶାସନ ମୋ ଦୁଃଖ ଶୁଣିବ ବୋଲି ଧରିତ୍ରୀ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କୁ ପଚାରିବାରୁ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ କ’ଣ ହୋଇଛି ବୁଝିଲା ପରେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲେ ଭକ୍ତ ଦାସ

କେସିଙ୍ଗା,୬।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୯ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଜନସମ୍ପର୍କ ପଦଯାତ୍ରା କରିବା ସହ ନିର୍ବାଚନୀ...

ମାଉସୀଙ୍କ ହାତରେ ପ୍ରସ୍ତୁତ ପୋଡ଼ ପିଠା ଖାଇ ମନ୍ଦିର ଫେରିଲେ ମା’ଠାକୁରାଣୀ

ଦାରିଙ୍ଗବାଡ଼ି,୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚାଲିଥିବା ମା’ଠାକୁରାଣୀଙ୍କ ଯାତ୍ରାର ପୂର୍ଣ୍ଣାହୁତି ହୋଇଯାଇଛି। ରବିବାର ମା’ଙ୍କ ଘଟ ପରିକ୍ରମାର ଶେଷ ଦିବସ ରହିଥିବା ବେଳେ ମା’ଙ୍କୁ...

୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ଅପରାଧିକ ମାମଲା, ସବୁଠାରୁ ଏହି ପ୍ରାର୍ଥୀଙ୍କ ନାଁରେ ରହିଛି ଅଧିକ

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

ସବୁଠାରୁ ଗରିବ ପ୍ରାର୍ଥୀ, ପାଖରେ ଅଛି ଏତିକି ଟଙ୍କା, ଏଡିଆର ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର,୬।୫: କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଝାରସୁଗୁଡ଼ା ନିଆଯାଇଛି। ସେଠାରେ ସୁରକ୍ଷିତ...

ଆଦୌ ପାଠ ପଢିନାହାନ୍ତି ୪ ପ୍ରାର୍ଥୀ, ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା! ଆଜି ପାଇଁ ୬ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୬।୫: ଆଜିଠୁ ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଏ ନେଇ ପୂବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,...

କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri