Posted inଜାତୀୟ

ବାନ୍ଦିପୁର ଟାଇଗର ରିଜର୍ଭ ପହଞ୍ଚିଲେ ନରେନ୍ଦ୍ର ମୋଦି, ଜାରି କରିବେ ବାଘଙ୍କ ସଂଖ୍ୟା ସମ୍ବନ୍ଧିତ ନୂଆ ସଂଖ୍ୟା

ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକର ବାନ୍ଦିପୁର ଟାଇଗର ରିଜର୍ଭ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ମୋଦି ସେଠାରେ ବାନ୍ଦିପୁର ନ୍ୟାଶନାଲ ପାର୍କରେ ଇଣ୍ଟରନ୍ୟାଶନାଲ ବିଗ କ୍ୟାଟସ୍‌ ଏଲାଏନ୍ସର ଶୁଭାରମ୍ଭ କରିବେ।

ଇଣ୍ଟରନ୍ୟାଶନାଲ ବିଗ କ୍ୟାଟସ୍‌ ଏଲାଏନ୍ସ(ଆଇବିସିଏ) ବିଶ୍ୱର ୭ଟି ବଡ ବିଲେଇ ବାଘ, ସିଂହ, ଚିତାବାଘ, ହିମ ଚିତାବାଘ, ପୁମା, ଜାଗୁଆର ଓ ଚିତା ଉପରେ ସଂରକ୍ଷଣ ଓ ସୁରକ୍ଷା ଉପରେ ଧ୍ୟାନ ଦେବ।
ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ ୨୦୧୯ରେ ବିଶ୍ୱ ନେତାଙ୍କଠାରୁ ଏହି ପଦକ୍ଷେପ ପାଇଁ ଆହ୍ବାନ କରିଥିଲେ, ଯାହାଦ୍ୱାରା ଏସିଆରେ ଏହି ଜୀବମାନଙ୍କର ଅବୈଧ ଶିକାର ଓ ବ୍ୟାପାର ବନ୍ଦ ହୋଇପାରିବ। ସୂଚନାଯୋଗ୍ୟ, ୨୦୧୪ ପରଠାରୁ ଦେଶରେ ଏହି ୭ଟି ଜୀବଙ୍କର ସଂଖ୍ୟା ବୃଦ୍ଧି ହୋଇଛି। ଏଥିମଧ୍ୟରୁ ଟାଇଗର ଜନସଂଖ୍ୟା ୨୦୧୮ରେ ୩୩ ପ୍ରତିଶତ ବୃଦ୍ଧି ପାଇ ୨,୯୬୭ରେ ପହଞ୍ଚିଛି, ୨୦୧୪ରେ ଏହା ୨,୨୨୬ ଥିଲା। ବାଘଙ୍କର ଶେଷ ଗଣନା ୨୦୧୮ରେ ହୋଇଥିଲା।
ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୨୦୨୨ର ଜନଗଣନା ଆଧାରରେ ବାଘଙ୍କ ସଂଖ୍ୟାର ନବିନତମ ସଂଖ୍ୟା ଜାରି କରିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବାନ୍ଦିପୁର ଟାଇଗର ରିଜର୍ଭରେ ସଂରକ୍ଷଣର ପ୍ରୟାସରେ ସାମିଲ ଫ୍ରଣ୍ଟ ଲାଇନ ଫିଲ୍ଡ ଷ୍ଟାଫ ଓ ସ୍ବୟଂ ସହାୟତା ଗ୍ରୁପ ସହ କଥା ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri