ପୁନରୁଦ୍ଧାର ହୋଇପାରୁନି ପରିତ୍ୟକ୍ତ ଦୁଇ ପୋଖରୀ

ପାରଳାଖେମୁଣ୍ଡି,୬।୪(ଡି.ଏନ୍‌.ଏ.): ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରନ୍ତି କିନ୍ତୁ ବାସ୍ତବରେ ତାହା ଲୋକଙ୍କ କାମରେ ଆସୁ ନ ଥିବା ଅଭିଯୋଗ ହେଉଛି। କେବଳ ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହୁଅନ୍ତି। ପାରଳାଖେମୁଣ୍ଡି ସହରର ମଝିରେ ରହିଥିବା ଦୁଇଟି ପୋଖରୀରେ ଗତ କିଛିବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଛି ୧ କୋଟିରୁ ଅଧିକ ଟଙ୍କା କିନ୍ତୁ ଏତେ ସରକାରୀ ରାଶି ଖର୍ଚ୍ଚ ପରେ ମଧ୍ୟ ପୋଖରୀ ଦୁଇଟି ଲୋକଙ୍କ କାମରେ ଆସୁନି। ଯାହାକୁ ନେଇ ଦୁର୍ନୀତିର ଗନ୍ଧ ବାରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନ ପ୍ରତିନିଧି। ସେପଟେ ପାରଳା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ପୂର୍ବରୁ ୧ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ବେଳେ ଏବେ ପୁଣି ସରକାରଙ୍କ ଆମ ପୋଖରୀ ଯୋଜନାରେ ଏହି ଦୁଇଟି ପୋଖରୀର ପୁନରୁଦ୍ଧାର କରାଯିବ।
ଓଡ଼ିଶାର ଅନ୍ୟତମ ସର୍ବ ପୁରାତନ ସହର ପାରଳାଖେମୁଣ୍ଡି ପୌର ପରିଷଦ, ୧୮୮୫ ମସିହାରେ ସ୍ଥାପିତ ଏହି ପୌର ପରିଷଦର ନାଳ ନର୍ଦ୍ଦମା, ଜଳ ନିଷ୍କାସନ ବ୍ୟବସ୍ଥା ସବୁ ପାରଳା ଗଜପତି ରାଜ ବଂଶ ଅମଳର । ବର୍ଷାଜଳର ନିଷ୍କାସନ ସହ ସୁବିନିଯୋଗ ପାଇଁ ସହର ମଧ୍ୟରେ ଓ ଏହାର ଆଖପାଖ ଅଞ୍ଚଳରେ ଅନେକ ପୋଖରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବହୁ ବର୍ଷ ପୂର୍ବେ ତିଆରି କରିଥିଲେ ସେଥି ମଧ୍ୟରୁ ଶଙ୍କୁରି ବନ୍ଧ ଓ ପଟ୍ଟନାୟକ ବନ୍ଧ ଅନ୍ୟତମ। ବର୍ଷାଦିନରେ ପାହାଡର ବର୍ଷା ପାଣି ପ୍ରଥମେ ଶଙ୍କୁରି ବନ୍ଧରେ ପ୍ରବେଶ କରେ। ସେଠି ଭର୍ତ୍ତି ହୋଇଗଲେ ସେଠୁ ପାଣି ଯାଏ ପଟ୍ଟନାୟକ ବନ୍ଧକୁ । ସେଠୁ ଭର୍ତ୍ତିହେଲେ କ୍ରମଶଃ ତଳେ ତଳେ ଥିବା ବନ୍ଧକୁ ଯାଏ, ଫଳରେ ସହରରେ ବର୍ଷା ପାଣି ସୁନିଷ୍କାସନ ସହ ବର୍ଷ ସାରା ପାଣି ସମସ୍ୟା ରହୁ ନ ଥିଲା ଓ ଭୂତଳ ଜଳ ପରିମାଣ ଭଲ ରହୁଥିଲା, ଏତେ ସୁନ୍ଦର ଦୂରଦୃଷ୍ଟି ପରିକଳ୍ପନା ନେଇ ପୋଖରୀ ସବୁ ନିର୍ମାଣ କରିଥିଲେ ତତ୍କାଳୀନ ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତି, କିନ୍ତୁ ଏବେକାର ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ବ୍ୟବସ୍ଥା ଗତ ଦଶ ବର୍ଷ ହେଲା ସହର ମଝିରେ ଥିବା ଏହି ଦୁଇଟି ପୋଖରୀ ସମ୍ପୂର୍ଣ ଭାବେ ବ୍ୟବହାର ଅନୁପଯୋଗୀ ହୋଇପଡିଛି, ଗତ କିଛିବର୍ଷ ମଧ୍ୟରେ ଏକାଧିକ ସରକାରୀ ଯୋଜନା ମାଧ୍ୟମରେ ଶଙ୍କୁରି ବନ୍ଧରେ ଖର୍ଚ୍ଚ ହୋଇଛି ୩୪ ଲକ୍ଷ ଟଙ୍କା ଓ ପଟ୍ଟନାୟକ ବନ୍ଧରେ ଏକ କୋଟି ୩୩ ଲକ୍ଷ ଟଙ୍କା, ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ମନୋରଞ୍ଜନ କେନ୍ଦ୍ର ପାଇଁ ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଲୋକଙ୍କ ଟିକିଏ ବି କାମରେ ଆସୁନି ଯାହାକୁ ନେଇ ପ୍ରଶ୍ନ କରିବା ସହ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀମାନେ। କୋଟିଏରୁ ଊଦ୍ଧର୍‌ବ ଟଙ୍କା ଖର୍ଚ୍ଚ ହୋଇଥିବା ପଟ୍ଟନାୟକ ବନ୍ଧରେ ପାଣି ରହିବା ବଦଳରେ ବନ୍ଧ ମଧ୍ୟରେ ଉଠିଛି ବଡ ବଡ ଗଛ ଆଉ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଶଙ୍କୁରି ବନ୍ଧର ଅବସ୍ଥା ନ କହିବା ଭଲ, ବନ୍ଧ ଚାରିପଟ ଅପରିଷ୍କାର ଭାବେ ଗଛ ଲତାବୁଦାରେ ପରିପୂର୍ଣ୍ଣ। ସେଠାର ପାଣି ବ୍ୟବହାର ଉପଯୋଗୀ ନୁହେଁ। ଉଭୟ ବନ୍ଧକୁ ସଂଯୋଗ କରୁଥିବା ରାସ୍ତା ହୋଇଛି ହେଲେ ଏ ଅପରିଷ୍କାର ପରିବେଶକୁ କେହି ଆସୁନାହାନ୍ତି, ତେଣୁ ଏବେ ପୁଣି କାମ କରିବା ପୂର୍ବରୁ ଆଗରୁ ହୋଇଥିବା କାମର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ନଟବର ଗରାଡଙ୍କୁ ପଚାରିବାରୁ ଉଭୟ ପୋଖରୀ ଆଗାମୀ ଦିନରେ ପୁଣି ନୂଆ ଯୋଜନାରେ ସୌନ୍ଦର୍ଯ୍ୟକରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri