ବଇଣ୍ଡା,୫ା୪ : ଠିକା ସଂସ୍ଥା ବଦଳିଲା। ହେଲେ ବଦଳିଲାନି ୫୫ନଂ. ଜାତୀୟ ରାଜପଥର ଭାଗ୍ୟ। ପୂର୍ବରୁ କଚ୍ଛପ ଗତିରେ ଚାଲୁଥିବା ସମ୍ପ୍ରସାରଣ କାର୍ଯ୍ୟ ଏବେ ବି ସେହି ବିଳମ୍ବିତ। ଧୀର ମନ୍ଥର ଗତିରେ କାମ ହେଉଥିବା ବେଳେ ନୂତନ ରାସ୍ତାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଫାଟ। ଅନୁଗୋଳ ଜିଲା କିଶୋରନଗର ବ୍ଲକର ଜାମ୍ବୁନାଳୀ ଠାରୁ ବାମୁର ୪୦ କିଲୋମିଟର ମଧ୍ୟରେ ୧୨ଟି ସ୍ଥାନରେ ରାସ୍ତା ଫାଟିଯାଇଛି। ଫଳରେ ଏହାର ସ୍ଥାୟିତ୍ୱକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଠିକା ସଂସ୍ଥାର ନିମ୍ନମାନର କାର୍ଯ୍ୟ ଯୋଗୁ ନବନିର୍ମିତ ରାଜପଥରେ ଏପରି ଫାଟ ସୃଷ୍ଟି ହୋଇଥିବା ନେଇ ହଣ୍ଡପା ଗ୍ରାମବାସୀ ମଙ୍ଗଳବାର ଅନୁଗୋଳ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଗ୍ରାମବାସୀ ଦର୍ଶାଇଛନ୍ତି, କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ୨୦୨୦ରେ ଶେଷ ହେବା କଥା। କିନ୍ତୁ ଅନୁଗୋଳ ଜିଲାରେ ନିର୍ମାଣ କାମରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଛି। ଇତିମଧ୍ୟରେ ଠିକା ସଂସ୍ଥା ବଦଳିଯାଇଛି। କିନ୍ତୁ ରାଜପଥ କାର୍ଯ୍ୟ ଆଶାଜନକ ଭାବେ ଆଗେଇପାରୁ ନାହିଁ। ଏପରି କି କାମ ଦେଖିବାକୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଏନ୍ଏଚ୍ଏଆଇ ଅଧିକାରୀ ଉପସ୍ଥିତ ରହୁନାହନ୍ତି। ନିର୍ମାଣ ପୂର୍ବରୁ ମାଟି ପରୀକ୍ଷଣ ଠିକ୍ ଭାବେ କରାଯାଉନାହିଁ। କିଶୋରନଗର ବ୍ଲକର ଜାମ୍ବୁନାଳୀ ଠାରୁ ବାମୁର ୪୦ କିଲୋମିଟର ରାସ୍ତାର ଆହୁରି ୩୦ ପ୍ରତିଶତ କାମ ବାକି ରହିଥିବା ବେଳେ ନୂତନ ରାସ୍ତାରେ ଫାଟ ଦେଖାଦେଇଛି। ପ୍ରଥମେ କମରେଇ ଠାରେ ରାସ୍ତା ଫାଟି ଯାଇଥିଲା। ହେଲେ କିଛି ଦିନ ହେବ ପାଗବନ୍ଦା, ରାଣୀଭୂଇଁ, କମରେଇ, ନୂଆଭୂଇଁ, ବଇସିଣା, ଗୁରୁଜାଙ୍ଗ, ଖଇରମୁଣ୍ଡା, ଚମ୍ପାପୁର, ସୁସବ, ହଣ୍ଡପା, ଠେଲକନାଳି, ଡେବେରାପାଲି ଆଦି ସ୍ଥାନରେ ୩ରୁ ୪ ମିଟର ଲମ୍ବ ପର୍ଯ୍ୟନ୍ତ ରାସ୍ତାରେ ଫାଟ ଦେଖିବାକୁ ମିଳିଛି। କମରେଇ ଠାରେ ରାସ୍ତା ଫାଟିବାକୁ ନେଇ ୨୫ ମେ ୨୦୨୧ରେ ଜିଲାପାଳଙ୍କଠାରେ କମରେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଠିକାସଂସ୍ଥା ଉକ୍ତ ସ୍ଥାନ ମରାମତି କରିବା ପରିବର୍ତ୍ତେ ମାଟି ପକାଇ ଘୋଡ଼ାଇ ଦେଇଥିଲା। ଏବେ ୧୨ଟି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ରାଜପଥର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ବାମୁରଠାରେ ଫ୍ଲାଏ ଓଭର ବ୍ରିଜ୍ କାର୍ଯ୍ୟ ୪୦ ପ୍ରତିଶତ ହୋଇଥିବାବେଳେ ବଇଣ୍ଡା ଫ୍ଲାଏ ଓଭରବ୍ରିଜ୍ ଓ ଉଭୟ ପାଶର୍ବରେ ନିର୍ମାଣ ହେଉଥିବା ରାସ୍ତାରେ ଆବଶ୍ୟକ ପାଣି ଦିଆଯାଉନାହିଁ। ଡ୍ରେନ ନିର୍ମାଣ କରାଯାଉଥିଲେ ବି ଏହା ନିମ୍ନମାନର ବୋଲି ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଏନ୍ଏଚ୍ଏଆଇ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଅଭିଯୋଗ ସମ୍ପର୍କରେ ଠିକାସଂସ୍ଥା ପରିଚାଳକ ଆର୍.କେ. ନାୟକ କହିଛନ୍ତି, ରାସ୍ତା କାମ ଠିକ୍ ଭାବେ ଚାଲିଛି। ଆବଶ୍ୟକ ପାଣି ଦିଆଯାଉଛି। ଯେଉଁ ଅଞ୍ଚଳରେ ମାଟି ଦବୁଛି, ସେଠାରେ ରାସ୍ତା ଫାଟିଯାଉଛି।
Posted inHome, Home Left, ଅନୁଗୋଳ, ଆମ ଜିଲା ଖବର View All
ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି
ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...
ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ
ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ ଚାମ୍ପିୟନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶି ବିଶ୍ୱାଳ...
ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା
ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...
ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ
ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...
ସ୍କୁଲ୍ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍ ଭଡ଼ା
ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...
ୟୁନୁସ ସରକାରଙ୍କ କ୍ଲାସ୍ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…
ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...
ମାତ୍ର ୫୬ ବଲରେ କମାଲ୍ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍ ପୂର୍ବରୁ…
ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...
୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!
୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...
Archives


