ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ହତାଶ

ପଟ୍ଟାମୁଣ୍ଡାଇ,୩ା୪(ସ୍ବ.ପ୍ର.): ରାଜ୍ୟର ପ୍ରମୁଖ ଜିଲା ଭାବେ କେନ୍ଦ୍ରାପଡ଼ାର ସ୍ବତନ୍ତ୍ର ପରିଚୟ ରହିଛି । ଏକଦା ମନ୍ତ୍ରୀପଡ଼ା ଭାବେ ପରିଚିତ କେନ୍ଦ୍ରାପଡ଼ା ଆଜି ବି ଶିଳ୍ପବିହୀନ। ଜିଲାର ଶତକଡା ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। ଶିକ୍ଷିତ ଯୁବତୀଯୁବକମାନେ ନିଯୁକ୍ତି ଅଭାବରୁ ବେକାର ହୋଇ ବସିଥିବାବେଳେ କାମଧନ୍ଦା ନ ପାଇ ଶ୍ରମିକ ଶ୍ରେଣୀର ଲୋକମାନେ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି। ଅଧିକନ୍ତୁ ଯେଉଁମାନେ କୃଷି ଉପରେ ଭରସା କରି ନିଜର ଆଗାମୀ ଭବିଷ୍ୟତ ଓ ତେଲଲୁଣର ସଂସାରକୁ ଗଢିବା ପାଇଁ ସ୍ବପ୍ନ ଦେଖୁଛନ୍ତି ସେମାନେ ମଧ୍ୟ ବହୁ ସମୟରେ ହତାଶ ହେଉଛନ୍ତି। କୃଷି ସାମଗ୍ରୀର ଉଚିତ ଦର ମିଳୁ ନ ଥିବାବେଳେ ଶୀତଳଭଣ୍ଡାର ଅଭାବରୁ ଅଧିକାଂଶ ସମୟରେ ଉପତ୍ାଦିତ ସାମଗ୍ରୀ ନଷ୍ଟ ହେଉଛି। ଅର୍ଥକରୀ ଫସଲ ଭାବେ ପରିଚିତ ପନିପରିବା ରକ୍ଷଣାବେକ୍ଷଣ ଅଭାବରୁ ପଚି ନଷ୍ଟ ହେଉଛି। କିଛିଦିନ ହେବ ଅଦିନିଆ ବର୍ଷା କାରଣରୁ ପନିପରିବା ଫସଲ ପଚିଯିବା ଭୟରେ ଚାଷୀମାନେ ତୋଳି କମ୍‌ ମୂଲ୍ୟରେ ବିକ୍ରି କରିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି।
ସୁବିଧା ନ ଥିବାରୁ କଷ୍ଟଲବ୍ଧ ଫସଲକୁ ମଧ୍ୟ ରକ୍ଷା କରାଯାଇପାରୁନାହିଁ ବୋଲି କୃଷକ ନେତା ବିଜୟ ଦାସ, ସୁରେନ୍ଦ୍ର ପରିଡା, ସୁଶାନ୍ତ ସାମଲ, ଭାସ୍କର ରାଉତ, କୁଞ୍ଜବିହାରୀ ନାୟକ ପ୍ରମୁଖ କହିଛନ୍ତି। ସେହିପରି ନରେନ୍ଦ୍ର ଧଳ, ହିମାଂଶୁ ବିଶ୍ୱାଳ, ଚିତ୍ତରଞନ ମଲ୍ଲିକ ପ୍ରମୁଖ କୁହନ୍ତି, ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳରେ ଥିବା ଅଣ୍ଢରା, ଅମୃତମଣୋହୀ, ବଲୁରିଆ, ପେଣ୍ଠପାଳ, ତରଡିପାଳ, ସିଂହଗାଁ, ନୀଳକଣ୍ଠପୁର, ଡାମରପୁର, ବାଲିପାଟଣା, ବାଛରା, ଶ୍ରୀରାମପୁର, ବଳଭଦ୍ରପୁର ଆଦି ପଞ୍ଚାୟତ ଓ ଭେଡ଼ା ଅଞ୍ଚଳରେ ଥିବା ନରସିଂହପୁର, ଡିହାପଡା, ମୂଳବସନ୍ତ, ଗଙ୍ଗାରାମପୁର, ସାନଜରିଆ, ଦିହୁଡିପୁର, ବଡପଡା, ବଡମୋହନପୁର, ଖଡିଅଣ୍ଟା ଆଦି ପଞ୍ଚାୟତ ଏବଂ ପୌରାଞ୍ଚଳ ବାଲିପଡା, କଷଣଅଣ୍ଟା, ଷଣ୍ଢପଲ୍ଲୀ, ତନୁପୁର, କାକୁଡିପଲ୍ଲୀ, ଅଳଭା ଆଦି ଧୋୟାଞ୍ଚଳରେ ବହୁଳ ଭାବେ ପନିପରିବା ଫସଲ କରାଯାଇଥାଏ। ଏହି ଫସଲକୁ ପଟ୍ଟାମୁଣ୍ଡାଇ ସମେତ ଆଖପାଖ ବିଭିନ୍ନ ହାଟ ବଜାରରେ ବିକ୍ରି କରାଯାଇଥାଏ। ଚାଷୀମାନେ ବହୁ କଷ୍ଟରେ ଚଢ଼ା ଦାମରେ ମଞ୍ଜି, ଚାରା, ପୋକମରା ଔଷଧ, ରାସାୟନିକ ସାର ବ୍ୟବହାର କରି ପନିପରିବା ଫସଲ କରିଥାନ୍ତି। ଏପରି କି ଜଳସେଚନ ସୁବିଧା ନ ଥିବା ଅଞ୍ଚଳରେ ତେଣ୍ଡାରେ ବହୁ ପରିଶ୍ରମ କରି ଜମିକୁ ଜଳସେଚିତ କରିବା ସହିତ ଆଳୁ, ବାଇଗଣ, ଟମାଟୋ, ପୋଟଳ, କଖାରୁ, ଭେଣ୍ଡି, ପିଆଜ ଓ ରସୁଣ ଆଦି ଫସଲ କରିଥାନ୍ତି। ହେଲେ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଉଚିତ ମୂଲ୍ୟରେ ପନିପରିବା ବିକ୍ରି କରିବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି। ଏଥିପାଇଁ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇଠାରେ ୨ଟି ଶୀତଳଭଣ୍ଡାର ଖୋଲିବା ପାଇଁ କୃଷକମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri