Posted inଜାତୀୟ

ଉନ୍ମାଦର ଅଗ୍ନିକୁଣ୍ଡ

ପାଟନା/କୋଲକାତା/ନୂଆଦିଲ୍ଲୀ,୩ା୪: ମାର୍ଚ୍ଚ ୩୦ ଓ ୩୧, ରାମନବମୀ। ସାରା ଦେଶ ଉତ୍ସବ ପାଳୁଥିବାବେଳେ ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ଗୁଜରାଟ ଓ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଥିଲା ସାମ୍ପ୍ରଦାୟିକ ହିଂସା। ସବୁଠି ଗୋଷ୍ଠୀ ସଂଘର୍ଷ ସହ ଭଙ୍ଗାରୁଜା, ଜଳାପୋଡ଼ା, ଲୁଟ୍‌ପାଟ୍‌, ପୋଲିସ ଉପରକୁ ଟେକାମାଡ଼ ହୋଇଥିଲା। ଏହି ହିଂସାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ସ୍ଥିତି କ୍ରମଶଃ ଶାନ୍ତ ହେବାରେ ଲାଗିଥିବାବେଳେ ରାଜନୈତିକ ବୟାନବାଜି ଉନ୍ମାଦର ଅଗ୍ନିକୁଣ୍ଡରେ ଘିଅ ଢାଳିବା ଭଳି କାମ କରୁଛି। ବିଶେଷକରି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଶାସିତ ପଶ୍ଚିମବଙ୍ଗର ହାଓଡା ଓ ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତୃତ୍ୱାଧୀନ ମହାମେଣ୍ଟ ସରକାର ଚାଲିଥିବା ବିହାରର ନାଳନ୍ଦା ଜିଲାରେ ଲାଗିଥିବା ସାମ୍ପ୍ରଦାୟିକ ନିଅଁା ଏବେ ଲିଭିବା ଆରମ୍ଭ ହୋଇଛି। କିନ୍ତୁ ଏହି ଦୁଇ ସହରରୁ ଉଠୁଥିବା ଧୂଅଁାକୁ ଫୁଙ୍କି ପୁଣି ଥରେ ଜଳାଇବା ପାଇଁ ଅପଚେଷ୍ଟା ଚାଲିଛି। ଏହି ପ୍ରସଙ୍ଗ କେବଳ ଦୁଇ ରାଜ୍ୟରେ ସୀମିତ ନ ରହି ଜାତୀୟ ରାଜନୀତିରେ ଉଷ୍ମତା ଭରିଦେଇଛି। କାରଣ ମମତା ବାନାର୍ଜୀଙ୍କ ପଶ୍ଚିମବଙ୍ଗ ଓ ନୀତୀଶ କୁମାରଙ୍କ ବିହାରକୁ ଦଖଲ କରିବା ପାଇଁ ଭାଜପା କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ଶତାଧିକ ଉପଦ୍ରବୀଙ୍କ ଗିରଫଦାରି, ପୋଲିସର କଡ଼ା ପ୍ରହରା ସତ୍ତ୍ୱେ ପୁନର୍ବାର କାଣ୍ଡ ଭିଆଇବାକୁ ସୁଯୋଗ ଉଣ୍ଡୁଛନ୍ତି ସାମ୍ପ୍ରଦାୟିକ ତତ୍ତ୍ୱ। ମୋଟାମୋଟି ଭାବେ ଦେଖିଲେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ରାଜ୍ୟକୁ ଧ୍ରୁବୀକରଣର ପ୍ରୟୋଗଶାଳା ଭାବେ ବ୍ୟବହାର କରାଯାଉଥିବା ମନେହେଉଛି ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗୃହଜିଲା ହେଉଛି ନାଳନ୍ଦା। ଏହାର ସଦର ମହକୁମା ବିହାରଶରିଫ୍‌ରେ ଶନିବାର ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହା ହେଉଛି ରାମନବମୀ ହିଂସାର ବର୍ଦ୍ଧିତ ସଂସ୍କରଣ, ଯହିଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଟେକାମାଡ଼ ସାଙ୍ଗକୁ ବୋମାମାଡ଼ ନାଳନ୍ଦା ଓ ରୋହତାସ୍‌ ଜିଲାର ସାସାରାମରେ ଅଶାନ୍ତ ପରିବେଶ ସୃଷ୍ଟି କରିଛି। ଅଦ୍ୟାବଧି ୧୧୨ ଜଣଙ୍କୁ ଗିରଫ କରାଯାଇଛି। ଫରେନ୍‌ସିକ୍‌ ସାଇନ୍ସ ଲାବରେଟୋରି (ଏଫ୍‌ଏସ୍‌ଏଲ୍‌) ଟିମ୍‌ ବୋମା ବିସ୍ଫୋରଣକୁ ନେଇ ତନାଘନା ଚଳାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସର ଫ୍ଲାଗ୍‌ମାର୍ଚ୍ଚ ଓ ପାଟ୍ରୋଲିଂ କାମ କରୁନାହିଁ। ଅନେକ ଗାଡ଼ି, ଘର ଓ ଦୋକାନକୁ ଉପଦ୍ରବୀମାନେ ଜାଳିପୋଡ଼ି ଛାରଖାର କରିଦେଇଛନ୍ତି। ଇଣ୍ଟରନେଟ୍‌ ସେବା ବାତିଲ କରାଯାଇଥିବାବେଳେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ଏପ୍ରିଲ ୪ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ପ୍ରଭାବିତ ଲୋକେ ଆତଙ୍କିତ ହୋଇ ଅନ୍ୟତ୍ର ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। ଦୁଇ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଇତିମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କଠାରୁ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ରାଜ୍ୟକୁ ଅତିରିକ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ପଠାଇବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି।

ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)ର ପାଟନାସ୍ଥିତ ମୁଖ୍ୟାଳୟକୁ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ତେବେ ରବିବାର ନଓ୍ବାଦା ଜିଲାରେ ପହଞ୍ଚତ୍ ଶାହା ନୀତୀଶଙ୍କୁ ଟାର୍ଗେଟ କରିଛନ୍ତି। ହିସୁଆରେ ଏକ ସଭାକୁ ସମ୍ବୋଧନ କରି ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ରାମନବମୀ ହିଂସା ରୋକିବାରେ ନୀତୀଶ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସାସାରାମରେ ଲୋକଙ୍କୁ ହତ୍ୟା କରାଯାଉଥିବାରୁ ସେ ସେଠାକୁ ଏବେ ଯିବେ ନାହିଁ। ଜଙ୍ଗଲରାଜର ସୂତ୍ରଧର ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମର୍ଥନରେ ଚାଲିଥିବା ଏହି ମହାମେଣ୍ଟ ସରକାର ସହ ଏନେଇ ଆଲୋଚନା କରାଯାଇପାରିବ ନାହିଁ। ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଭାଜପା କ୍ଷମତାକୁ ଆସିଲେ ବିହାରଶରିଫ୍‌ ଓ ସାସାରାମର ଦଙ୍ଗାକାରୀଙ୍କୁ ଟାଙ୍ଗି ଝୁଲାଇ ଦିଆଯିବ। ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟର ସମସ୍ତ ୪୦ ଲୋକ ସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦ୍ମ ଫୁଟିବ ବୋଲି ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ନୀତୀଶ ପାଟନାରେ ଥାଇ ଦିଲ୍ଲୀ ଦରବାରକୁ ଚ୍ୟାଲେଞ୍ଜ କରିଛନ୍ତି। ରାଜ୍ୟର ହିଂସା ପାଇଁ ସେ ବାହାର ଲୋକଙ୍କୁ ଦାୟୀ କରିଛନ୍ତି।

ହାଓଡା ଜିଲାସ୍ଥିତ ଶିବପୁର ଓ କାଜିପୁରା ଅଞ୍ଚଳରେ ଘଟିଥିବା ରାମନବମୀ ହିଂସାର ନିଅଁ। ରବିବାର ହୁଗୁଳି ଜିଲାକୁ ବ୍ୟାପିଛି। ହାଓଡାରୁ ୪୦ କି.ମି. ଦୂର ହୁଗୁଳିରେ ଭାଜପା ପକ୍ଷରୁ ଶୋଭାଯାତ୍ରା କରାଯାଉଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରୀମାନେ ଟେକାମାଡ଼ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ରାଜ୍ୟ ଭାଜପା ସଭାପତି ସୁକାନ୍ତ ମଜୁମଦାର ହାଓଡା ଯାଉଥିବାବେଳେ ପୋଲିସ ତାଙ୍କୁ ଅଟକ ରଖିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଭାଜପା ଓ ଅନ୍ୟ ଦକ୍ଷିଣପନ୍ଥୀ ସଙ୍ଗଠନଗୁଡ଼ିକ ଏହି ହିଂସା ଭିଆଇଛନ୍ତି। ଅନ୍ୟପକ୍ଷେ ଭାଜପା ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା ତଦନ୍ତ ଦାବି କରିଛି। ଶାହା ଶୁକ୍ରବାର ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ସହ ଆଲୋଚନା କରିଥିଲେ। ରବିବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ରାପିଡ୍‌ ଆକ୍ସନ ଫୋର୍ସ (ଆର୍‌ଏଏଫ୍‌) ପକ୍ଷରୁ ଫ୍ଳାଗ୍‌ମାର୍ଚ୍ଚ କରାଯାଇଛି। ଉତ୍ତର ଦିନାଜପୁର ଜିଲାର ଡାଲଖୋଲା ସହରରେ ଗୁରୁବାର ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁଇଟି ମାମଲାରେ ୩୮ ଜଣଙ୍କୁ ଗିରଫ କରାଯାଇଛି। ରାମନବମୀ ହିଂସାକାଣ୍ଡର ତଦନ୍ତ ଭାର ରାଜ୍ୟର କ୍ରାଇମ୍‌ ଇନ୍‌ଭେଷ୍ଟିଗେଶନ୍‌ ଡିପାର୍ଟମେଣ୍ଟ (ସିଆଇଡି)କୁ ଦିଆଯାଇଛି।

ବଡ଼ୋଦରାରେ ରାମନବମୀ ହିଂସା ନ ଥମୁଣୁ ଗିରସୋମନାଥ ଜିଲା ଉନା ସହରରେ ପୁଣି ଅନୁରୂପ ସ୍ଥିତି ଉପୁଜିଛି। ଶନିବାର ରାତିରେ ଉନାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ରବିବାର ଘୃଣା ମନ୍ତବ୍ୟ ଦେବା ଅଭିଯୋଗରେ ଦକ୍ଷିଣପନ୍ଥୀ ମହିଳା ସଙ୍ଗଠନ ‘କାଜଲ ହିନ୍ଦୁସ୍ଥାନୀ’ ର ୫୦ରୁ ଊର୍ଦ୍ଧ୍ୱ କର୍ମୀଙ୍କୁ ଅଟକ ରଖାଯାଇଛି। ସ୍ଥାନୀୟ ଅଞ୍ଚଳରେ ଦୋକାନବଜାର ବନ୍ଦ ରହିଛି। ମ୍ୟୁନିସିପାଲିଟିର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲାରେ ଶନିବାର ରାତିରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଟେକାମାଡ଼ ହୋଇଥିଲା। ରାଜଧାନୀ ରାଞ୍ଚତ୍ରୁ ୪୦୦ କି.ମି. ଦୂର ସାହିବଗଞ୍ଜରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିବାରୁ ଅନେକେ ଆହତ ହୋଇଛନ୍ତି। ଦୋକାନଗୃହଗୁଡ଼ିକୁ ଜାଳି ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ସିସିଟିଭି ଫୁଟେଜ୍‌ ଅଣ୍ଡାଳୁଛି। ମହାରାଷ୍ଟ୍ରର ଔରଙ୍ଗାବାଦ(ଛତ୍ରପତି ସମ୍ଭାଜୀନଗର)ରେ ରାମନବମୀ ହିଂସା ଉଗ୍ରରୂପ ଧାରଣ କରିଥିଲା। ପୋଲିସ ଗାଡ଼ି ଜାଳି ଦିଆଯାଇଥିଲା। ଏହି ହିଂସାର ଧୂଅଁ। ଏବେ ବି ଉଠୁଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସେଥିପ୍ରତି ଧ୍ୟାନଦେବା ପରିବର୍ତ୍ତେ ନିଜକୁ ହିନ୍ଦୁତ୍ୱବାଦୀ ଏବଂ ବିନାୟକ ଦାମୋଦର ସାବରକରଙ୍କ ଅନୁଗାମୀ ଦର୍ଶାଇବାକୁ ଯାଇ ଠାଣେ ସହରରେ ଗୌରବ ଯାତ୍ରାର ନେତୃତ୍ୱ ନେଇଛନ୍ତି। କାରଣ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ମୁଁ ଗାନ୍ଧୀ। ସାବରକର ନୁହେଁ ଯେ କ୍ଷମା ମାଗିବି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri