ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଲେ

କୋରାପୁଟ,୩୧।୩(ସ୍ବ.ପ୍ର.): କିରଣ୍ଡଳରୁ ବିଶାଖାପାଟଣା ଯାଉଥିବା ପାସେଞ୍ଜର ଟ୍ରେନ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। କେତେକ ଯାତ୍ରୀ ଚଳନ୍ତା ଟ୍ରେନ୍‌ରୁ ଜଣେ ଯାତ୍ରୀଙ୍କୁ ତଳକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଟ୍ରେନ୍‌ ଚକ ତଳେ ପଡ଼ି ଯୁବକଙ୍କ ଗୋଡ଼ କଟିଯାଇଛି। ସେ ହେଲେ ଜଗଦଳପୁର ଅଞ୍ଚଳର ଜାଭେଦ ମହମ୍ମଦ ବୋଲି ଜଣାପଡିଛି। ଜାଭେଦଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଜିଆର୍‌ପି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, କିରଣ୍ଡାଳ-ବିଶାଖାପାଟଣା ପାସେଞ୍ଜର ଟ୍ରେନ ଜଗଦଳପୁରରୁ ବିଶାଖାପାଟଣା ଯାଉଥିଲା। ହେଲେ ପାଡୁଆ ଷ୍ଟେଶନ ପୂର୍ବରୁ ଜାଭେଦଙ୍କ ସହ ଟ୍ରେନ୍‌ରେ ଥିବା କେତେକ ଯାତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଜାଭେଦ ପାଡୁଆ ଷ୍ଟେଶନରେ ଓହ୍ଲାଇବା ପାଇଁ ଟ୍ରେନ୍‌ ଗେଟ୍‌ ନିକଟରେ ବସି ରହିଥିଲେ। ସେତିକିବେଳେ ପୂର୍ବରୁ ପାଟିତୁଣ୍ଡ କରିଥିବା କେତେକ ଯାତ୍ରୀ ଜାଭେଦଙ୍କ ପାଖକୁ ଆସି ପଛରୁ ଠେଲିଦେଇଥିଲେ। ଜାଭେଦ ଟ୍ରେନ୍‌ରୁ ଖସିପଡି ଚକ ତଳେ ପଡି ଯାଇଥିଲେ। ଫଳରେ ଜାଭେଦଙ୍କ ଏକ ଗୋଡ କଟିଯାଇଥିଲା। ସ୍ଥାନୀୟ କେତେକ ବ୍ୟକ୍ତି ଜାଭେଦଙ୍କୁ ଉଦ୍ଧାର କରି ପ୍ରଥମେ ନନ୍ଦପୁର ମାଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ଦୁଇଦିନ ପରେ ଜି.ଉଦୟଗିରିରେ ପୁଣି ତଳମୁହାଁ ପାରଦ, ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ

ଜି.ଉଦୟଗିରି,୧୯/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି । ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ...

ଗଞ୍ଜେଇ ଚାଷ ପାଇଁ କଠୋର ହେଲା ପୋଲିସ: ଚାଷୀଙ୍କୁ ଦେଲା ଚେତାବନୀ

ଦାରିଙ୍ଗବାଡି,୧୯।୧୨(ଅରୁଣ ସାହୁ):ଏଥର ଆଉ ଗଞ୍ଜେଇ ନୁହେଁ, ପନିପରିବା, ଷ୍ଟ୍ରବେରୀ, ମକା, ଜୈବିକ ହଳଦୀ, କ୍ଷୁଦ୍ରଦାନା ଚାଷକୁ ଅଧିକା ଗୁରୁତ୍ୱ ଦିଅ। ଗଞ୍ଜେଇ ଚାଷ କଲେ ପୋଲିସ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ହେବେ ଓଡ଼ିଶାର ସଙ୍ଗମ କୁମାର ସାହୁ

କଟକ,୧୯ା୧୨: ସୁପ୍ରିମକୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ନିଯୁକ୍ତ ଦେବା ପାଇଁ ଗୁରୁବାର ସୁପାରିଶ କରିଛି। ମୁଖ୍ୟ...

ମହିଳାଙ୍କୁ ଯୌନ ଉତ୍ପୀଡନରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri