ମାମଲା ନିୟନ୍ତ୍ରଣ କରୁଛନ୍ତି ମଧ୍ୟସ୍ଥ

ଢେଙ୍କାନାଳ ଅଫିସ, ୩୧।୩(ରତନ ନାୟାର): ୨୦୨୦ରେ ୪ ହଜାର ୯୭, ୨୦୨୧ରେ ୪ ହଜାର ୭୨୧, ୨୦୨୨ରେ ୫ ହଜାର ୧୮୧ ଏବଂ ୨୦୨୩ ଫେବୃୟାରୀ ୨୮ ସୁଦ୍ଧା ୯୦୮ଟି ଆପରାଧିକ ମାମଲା ରେକର୍ଡ ହେବା ଢେଙ୍କାନାଳ ଜିଲାରେ ଆଇନଶୃଙ୍ଖଳା ସ୍ଥିତି କେତେ ବିପର୍ଯ୍ୟସ୍ତ ତାହାକୁ ସ୍ପଷ୍ଟ କରିଛି। କେବଳ ଏତିକି ନୁହେଁ, ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗ ସମ୍ପର୍କିତ ମାମଲା ମଧ୍ୟ ଆଶାତୀତ ବୃଦ୍ଧି ପାଇବା ପୋଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।
ଆପରାଧିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାକୁ ଢେଙ୍କାନାଳ ଜିଲାରେ ରହିଛି ୧୫ ଥାନା ଏବଂ ୯ ଫାଣ୍ଡି। ତଥାପି ବର୍ଷକୁ ବର୍ଷ ଅପରାଧ ସଂଖ୍ୟା ବଢ଼ିବା ପୋଲିସ ପ୍ରଶାସନ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସବୁ ଭିତରେ ଯେଉଁ କଥାଟି ସମ୍ମୁଖକୁ ଆସିଛି ତାହା ଯେତିକି ସମ୍ବେଦନଶୀଳ, ସେତିକି ଚିନ୍ତାଜନକ ମଧ୍ୟ। କାରଣ ଆପରାଧିକ କାର୍ଯ୍ୟକଳାପ ସମ୍ପର୍କିତ ସୂଚନା ସଂଗ୍ରହ କରିବା ଲାଗି ପୋଲିସ ପକ୍ଷରୁ ନିୟୋଜିତ ଇନ୍‌ଫର୍ମର ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି। ସେମାନେ ଅଭିଯୁକ୍ତ ପକ୍ଷ ଆଡ଼କୁ ଢଳୁଛନ୍ତି। ଟଙ୍କା ନେଇ ମାମଲାର ଦିଗ ମୋଡ଼ି ଦେଉଛନ୍ତି। ଅନେକ ସମୟରେ ପୀଡ଼ିତଙ୍କୁ ଗିରଫଦାରି ଭୟ ଦେଖାଇ ମାମଲା ଉଠାଇନେବାକୁ ବାଧ୍ୟ କରୁଛନ୍ତି। ଅଭିଯୋଗକାରୀଙ୍କ ମାମଲାକୁ କୋହଳ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତଙ୍କୁ ମତାଇ ପାଲଟା ଅଭିଯୋଗ କରୁଛନ୍ତି। ଏହାକୁ ନେଇ କାଉଣ୍ଟର କେସ୍‌ ସଂଖ୍ୟା ବଢୁଛି ଏବଂ ବର୍ଷ ବର୍ଷ ଧରି କୋର୍ଟରେ ମାମଲା ଗଡ଼ିଚାଲୁଛି। ଏଭଳି ଘଟଣା ବୃଦ୍ଧି ପାଉଥିବାରୁ ପୀଡ଼ିତ ପରିବାର ଥାନା କଚେରିକୁ ଦୌଡ଼ିବା ଅପେକ୍ଷା ଅନେକ କ୍ଷେତ୍ରରେ ଇନ୍‌ଫର୍ମରଙ୍କ କଥା ମାନିବାକୁ ବାଧ୍ୟ ହେଉଛନ୍ତି।
ଅନ୍ୟପଟେ ଜିଲାର ବହୁ ପୋଲିସ ଅଧିକାରୀଙ୍କ ବ୍ୟବହାର ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ଆଚରଣ ଏବଂ ଉଚ୍ଚାରଣରେ ପାର୍ଥକ୍ୟ ଯୋଗୁ ଥାନା, ଫାଣ୍ଡିକୁ ଯିବା ପୂର୍ବରୁ ସାଧାରଣ ଜନତା ଅନେକ ଥର ଭାବୁଛନ୍ତି। ପୋଲିସ ବିଭାଗରେ ଅଧସ୍ତନ କର୍ମଚାରୀଙ୍କଠାରୁ ପଦସ୍ଥ ଅଧିକାରୀମାନେ ଦୀର୍ଘଦିନ ହେଲା ଗାଦି ମାଡ଼ିବସିଛନ୍ତି। ଜନ ପ୍ରତିନିଧିଙ୍କ ବାହୁଛାୟା ତଳେ ରହି ସେମାନେ ନିଜର ପତିଆରା ବଢ଼ାଇ ଚାଲିଛନ୍ତି। ଗୋ-ଚାଲାଣକାରୀ, ପଥର ମାଫିଆଙ୍କ ସମେତ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ସଲାସୁତରା କରି ବିପୁଳ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ଧମକାଇ ସେମାନଙ୍କଠାରୁ ଶାଗମାଛ ଦରରେ ଜମି କିଣି ନେଇ ଜିଲାର ସ୍ଥାୟୀ ବାସିନ୍ଦା ପାଲଟିଯିବା ମଧ୍ୟ ନଜିର ରହିଛି। ୨୦୨୨ରେ ଏଭଳି ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଭିଯୋଗରେ ଡିଏସ୍‌ପି ର଼୍ୟାଙ୍କର ଜଣେ ଅଧିକାରୀଙ୍କ ସମେତ ଅନ୍ୟ କେତେଜଣ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ପ୍ରତି ଥାନା, ଫାଣ୍ଡିରେ ଅସାଧୁ କାର୍ଯ୍ୟରେ ଲିପ୍ତ ଏଭଳି ଅନେକ କର୍ମଚାରୀ ଅଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ। ଏଭଳି ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟକଳାପ ଖାକିରେ କଳଙ୍କ ବୋଳୁଥିବାବେଳେ ପୋଲିସ ଏବଂ ଜନତାଙ୍କ ମଧ୍ୟରେ ଦୂରତା ବଢୁଥିବା ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ନୂତନ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ଜିଲାରେ ଯୋଗଦେବା ପରେ ପୋଲିସ ବ୍ୟବସ୍ଥାକୁ ସଜଡ଼ାଯାଉଛି। ଏସ୍‌ସି, ଏସ୍‌ଟି ମାମଲା ଓ କାଉଣ୍ଟର କେସ୍‌ ବୃଦ୍ଧି ପାଉଛି। ଜିଲାକୁ ଯେପରି ଅଧିକ ସଂଖ୍ୟକ ପୋଲିସ ଅଫିସର ଆସିବେ, ସେ ଦିଗରେ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri