Posted inଫୁରସତ

ଡ୍ରାଇଭିଂ ଲାଇସେନ୍ସ ପାଇଁ ୯୬୦ ଟେଷ୍ଟ

ସିଓଲ: କିଛି ଜିନିଷ ହାସଲ କରିବାକୁ ହେଲେ ସେଥିପାଇଁ ଧୈର୍ଯ୍ୟ ରଖିବାକୁ ହୁଏ। ହେଲେ ୪ରୁ ୫ଥର କିମ୍ବା ୮ରୁ ୯ଥର ପ୍ରୟାସ କରିବା ପରେ ଯଦି ସେହି ଜିନିଷ ନ ମିଳେ, ସେତେବେଳେ ଆମେ ତା’ର ପାଇବା ଆଶା ଛାଡ଼ିଦେଉ। ହେଲେ ଏପରି ଜଣେ ମହିଳା ଅଛନ୍ତି, ଯାହାଙ୍କ ଧୈଯ୍ୟ ବହୁତ। ସାଉଥ୍‌ କୋରିଆର ୬୯ ବର୍ଷୀୟା ମହିଳା ଚା ସାସୁନ୍‌ଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ୧୮ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମହିଳାଙ୍କୁ ଏହି ୧୮ ବର୍ଷ ମଧ୍ୟରେ ୯୬୦ ଥର ଟେଷ୍ଟ ଦେବାକୁ ପଡ଼ିଛି। ରିପୋର୍ଟ ଅନୁସାରେ, ପରିବା ବିକ୍ରି କରିବାକୁ ଉକ୍ତ ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ଥିଲା। ସେଥିପାଇଁ ସେ ୨୦୦୫ ଏପ୍ରିଲରେ ପ୍ରଥମଥର ଡ୍ରାଇଭିଂ ଟେଷ୍ଟ ଦେଇଥିଲେ। ହେଲେ ସେଥିରେ ଫେଲ୍‌ ହୋଇଥିଲେ। ସେ ଧୈର୍ଯ୍ୟ ନ ହରାଇ ସପ୍ତାହରେ ୫ଥର ଯାଇ ଟେଷ୍ଟ ଦେବାକୁ ଲାଗିଲେ। ଏହିପରି ତାଙ୍କୁ ୩ ବର୍ଷ ମଧ୍ୟରେ ମୋଟ ୭୮୦ ଥର ଟେଷ୍ଟ ଦେବାକୁ ପଡ଼ିଛି। ଏହାପରେ ସେ ସପ୍ତାହକୁ ୨ ଥର ଟେଷ୍ଟ ଦେବାକୁ ଗଲେ। ଏହିଭଳି ୯୬୦ ଥର ଡ୍ରାଇଭିଂ ଟେଷ୍ଟ ଦେବା ପରେ ଯାଇ ତାଙ୍କୁ ନିକଟରେ ଲାଇସେନ୍ସ ମିଳିଛି। ଏହି ୧୮ ବର୍ଷ ମଧ୍ୟରେ ତାଙ୍କୁ ୧୧ହଜାର ପାଉଣ୍ଡ(ଭାରତୀୟ ମୁଦ୍ରାରେ ୧୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ) ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସାଉଥ୍‌ କୋରିଆର ହ୍ୟୁଣ୍ଡାଇ କାର୍‌ ମାନୁଫ୍ୟାକ୍ଚରର ତାଙ୍କୁ ଏକ ନୂଆ ଗାଡ଼ି ଉପହାର ଆକାରରେ ଦେଇଥିଲେ, ଯାହାର ଦାମ୍‌ ୧୧,୬୪୦ ପାଉଣ୍ଡ(ଭାରତୀୟ ମୁଦ୍ରାରେ ୧୧ ଲକ୍ଷ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ)ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri