ପ୍ରଶାସନର ଅବହେଳା, ଭତ୍ତା ପାଇଁ ୮୨ ବର୍ଷର ବୃଦ୍ଧା ମା’କୁ ଭାରରେ ବୋହିଲେ ପୁଅ

ବନ୍ତ,୨୫।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସମ୍ମୁଖରେ ସୋମବାର ମଧ୍ୟାହ୍ନରେ ଗଣଧାରଣାର ତୃତୀୟ ଦିନରେ ଏକ ଚକିତ ଘଟଣା ଦେଖିବାକୁ ମିଳିଛି । ପ୍ରଶାସନର କଦର୍ଯ୍ୟ ରୂପ ବ୍ୟବସ୍ଥାର ଅବହେଳା ଓ ପ୍ରଶାସନର ଅନ୍ଧକାନୁନ ଆଗରେ ପୁଣି ଜଣେ ଶ୍ରବଣ କୁମାରଙ୍କ ଜନ୍ମ ହୋଇଛି । ଆଜିର ଆଧୁନିକ ଡିଜିଟାଲ୍ ଯୁଗରେ ଯେଉଁଠି ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ସେଠି ନିଜର ମୌଳିକ ଅଧିକାର ଟିକକ ପାଇଁ ଜଣେ ପୁଅକୁ ନିଜ ୮୨ ବର୍ଷର ବୃଦ୍ଧା ମା’କୁ ଭାରରେ ବୋହି ପଞ୍ଚାୟତ କାର୍ଯ୍ୟାଳୟ ଆଗକୁ ଆଣିବାକୁ ପଡ଼ିଛି ।

ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସମ୍ମୁଖରେ ଚାଲିଥିବା ଗଣଧାରଣାର ତୃତୀୟ ଦିନରେ ଏଭଳି ଏକ ଚକିତ ତଥା ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି । ରାମଚନ୍ଦ୍ରପୁର ପଞ୍ଚାୟତ ୬ନଂ ୱାର୍ଡର ସ୍ବର୍ଗତ ଚୈତନ ମାଝୀଙ୍କ ପୁଅ ଚନ୍ଦ୍ରମଣି ମାଝୀ । ସରକାରଙ୍କ ଆବାସ ଯୋଜନା ଏବଂ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ତାଙ୍କର ୮୨ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ମା’ ସମ୍ପୂର୍ଣ୍ଣ ବଞ୍ଚିତ ହୋଇ ରହିଛନ୍ତି । ସ୍ଥାନୀୟ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି ଏବଂ ଆବେଦନ କରିବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ବ୍ୟବସ୍ଥା ଉପରେ ଅତିଷ୍ଠ ହୋଇ ଚନ୍ଦ୍ରମଣି ନିଜ ମା’ଙ୍କୁ ଏକ ଭାରରେ ବସାଇ କାନ୍ଧରେ ବୋହି ଆନ୍ଦୋଳନ ସ୍ଥଳକୁ ନେଇ ଆସିଥିଲେ। କାନ୍ଧରେ ମା’ଙ୍କୁ ବୋହି ଆଣୁଥିବା ବେଳେ ପଛରେ ପାଣି ହାଣ୍ଡି ଓ ରୋଷେଇ ସାମଗ୍ରୀର ଭାର ମଧ୍ୟ ଝୁଲୁଥିବାର ଦେଖାଯାଇଥିଲା, ଯାହା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି ।

ବ୍ୟାପକ ଅନିୟମିତତା ଅଭିଯୋଗ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଏବଂ ପ୍ରକୃତ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଥିବା ନେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଆୟୋଜିତ ହୋଇଛି । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଗରିବ ଶ୍ରେଣୀର ଲୋକଙ୍କୁ ବାଦ୍ ଦିଆଯାଇଛି। ବୃଦ୍ଧାବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କର ପ୍ରାପ୍ୟ ଭତ୍ତା ଯୋଗାଇବାରେ ଚରମ ଅବହେଳା ପ୍ରଦର୍ଶନ କରାଯାଉଛି । ୮୦ ବର୍ଷରୁ ଊର୍ଦ୍ଧ୍ୱ ଅନେକ ହିତାଧିକାରୀ ଏବେ ମଧ୍ୟ ଭତ୍ତାରୁ ବଞ୍ଚିତ।

ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଆର୍ଥିକ ହେରଫେର୍ ହୋଇଥିବା ପ୍ରତିବାଦକାରୀମାନେ ଦାବି କରିଛନ୍ତି । ଏହି ପ୍ରତିବାଦ ସଭାରେ ପଞ୍ଚାୟତର ପାନପଦୀ, ବର୍ଚ୍ଚିକୟାଁ, ବରପଦୀ ଓ ଗୋବିନ୍ଦପୁର ଭଳି ବିଭିନ୍ନ ଗ୍ରାମର ଶତାଧିକ ମହିଳା, ପୁରୁଷ ଏବଂ ଦିବ୍ୟାଙ୍ଗ ସାମିଲ ହୋଇଛନ୍ତି । ଖରାର ପ୍ରକୋପ ସତ୍ତ୍ୱେ ଲୋକେ ଟେଣ୍ଟ ତଳେ ବସି ନିଜର ଦାବି ଉପସ୍ଥାପନ କରୁଛନ୍ତି । ବର୍ତ୍ତମାନ ଏହି “କଳିଯୁଗର ଶ୍ରବଣ କୁମାର”ଙ୍କ ଚିତ୍ର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ବିରୋଧରେ ଆକ୍ରୋଶ ଓ ତୀବ୍ର ନିନ୍ଦାର ପାତ୍ର ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଜରିମାନା, ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ବର,୨୪।୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି…

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

ଭାଜପାକୁ ଶକ୍ତ ଧକ୍କା, ଦଳ ଛାଡୁଛନ୍ତି ଅଭିନେତା

ଚେନ୍ନାଇ,୨୪।୮: ଥାଲାପଥି ସି. ଜୋସେଫ ବିଜୟ ରାଜନୀତିରେ ପ୍ରବେଶ ଘୋଷଣା କରିବା ପରଠାରୁ, ନେତା ଏବଂ ସେଲିବ୍ରିଟିମାନେ ତାଙ୍କ ଦଳ, ତମିଜାଗା ଭେଟ୍ରି କାଝାଗମ (TVK) ରେ…

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri