Posted inଫୁରସତ

ଗ୍ରେଟ୍‌ ବ୍ଲୁ ହୋଲ୍‌

ବ୍ଲୁ ହୋଲ୍‌ ହେଉଛି ସମୁଦ୍ର ମଝିରେ ବିଭିନ୍ନ ସ୍ଥାନରେ ଥିବା ଏକ ନୀଳ ରଙ୍ଗର ଗର୍ତ୍ତ, ଯାହାକି ଆଜିର ଅତ୍ୟାଧୁନିକ ଯୁଗରେ ଏବେବି ରହସ୍ୟପୂର୍ଣ୍ଣ। ତେବେ ବେଲିଜେ ବ୍ଲୁ ହୋଲ୍‌ ହେଉଛି ପୃଥିବୀର ସବୁଠୁ ବଡ଼ ସାମୁଦ୍ରିକ ଗର୍ତ୍ତ, ଯାହାକୁ ଦି ଗ୍ରେଟ୍‌ ବ୍ଲୁ ହୋଲ୍‌ ବୋଲି ମଧ୍ୟ କୁହାଯାଇଥାଏ। ଜାଣନ୍ତୁ ଏହି ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ସ୍ଥାନ ସମ୍ପର୍କରେ କିଛି ତଥ୍ୟ…
ପୃଥିବୀରେ ଥିବା ସମସ୍ତ ବ୍ଲୁ ହୋଲ୍‌ ମଧ୍ୟରୁ ବେଲିଜେ ବ୍ଲୁ ହୋଲ୍‌ ସବୁଠାରୁ ବଡ଼, ଯାହାର ପରିଧି ପ୍ରାୟ ୩୦୦ ମିଟର ହୋଇଥିବା ବେଳେ ଗଭୀରତା ପ୍ରାୟ ୧୦୮ ମିଟର। ଏହା ବେଲିଜେ ସହରଠାରୁ ପ୍ରାୟ ୧୦୦କିମି. ଦୂର ସମୁଦ୍ରଠାରେ ଅବସ୍ଥିତ।
ବିଜ୍ଞାନ ମତରେ ସମୁଦ୍ର ମଝିରେ ଅନେକ ଛୋଟ ବଡ଼ କାର୍ବୋନେଟ୍‌ ଚଟାଣ ରହିଛି। ଯାହା ଦୀର୍ଘ ବର୍ଷଧରି ପାଣିରେ କଟି ବଡ଼ ଏବଂ ଗଭୀର ଖାଲ ସୃଷ୍ଟି କରିଥାଏ ଏବଂ ଏହା ମଧ୍ୟରେ ସମୁଦ୍ର ପାଣି ପଶିଯିବା କାରଣରୁ ଗଭୀର ନୀଳ ରଙ୍ଗ ଦେଖାଯାଇଥାଏ। ତା’ଛଡା ଏହା ଅଧିକ ଗଭୀର ହୋଇଥିବାରୁ ଏହା ମଧ୍ୟରେ ସୂର୍ଯ୍ୟକିରଣ ପଡ଼ିଲେ ଗାଢ଼ ନୀଳ ରଙ୍ଗ ଦେଖାଯାଏ। ଆଉ ଏଥିପାଇଁ ଏହାକୁ ବ୍ଲୁ ହୋଲ୍‌ ବୋଲି ନାମ ରଖାଯାଇଛି। ଆହୁରି ମଧ୍ୟ କୁହାଯାଏ ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ ଅର୍ଥାତ୍‌ ଶେଷ ବରଫ ଯୁଗ ବେଳେ ପୃଥିବୀ ପୃଷ୍ଠରେ ଥିବା ବଡ଼ ବଡ଼ ଗୁମ୍ଫା ଉପରେ ପାଣି ମାଡ଼ିଯିବାରୁ ଏସବୁ ସୃଷ୍ଟି ହୋଇଛି।
ମେରାଇନ୍‌ ବାୟୋଲୋଜିଷ୍ଟ ଜାକ୍ୱେସ୍‌ କଷ୍ଟେଉ ୧୯୭୧ ମସିହାରେ ଗ୍ରେଟ୍‌ ବ୍ଲୁ ହୋଲ୍‌କୁ ଦେଖିବା ପରେ ଏହା ସମ୍ପର୍କରେ ଅନେକ ତଥ୍ୟ ଲୋକଲୋଚନକୁ ଆସିଲା ଏବଂ ଏହା ଅଧିକ ପ୍ରସିଦ୍ଧ ହୋଇଗଲା।
୧୯୮୮ ମସିହାରେ ବ୍ରିଟିଶ୍‌ ଡାଇଭର(ସମୁଦ୍ର ବୁଡାଳି) ନେଡ୍‌ ମିଡିଲ୍‌ଟନ୍‌ ତାଙ୍କ ପୁସ୍ତକ ‘ଟେନ୍‌ ଇୟର୍ସ ଅଣ୍ଡରଓ୍ବାଟର’ରେ ବେଲିଜେ ବ୍ଲୁ ହୋଲ୍‌କୁ ‘ଗ୍ରେଟ୍‌ ବ୍ଳୁ ହୋଲ୍‌’ ବୋଲି ଲେଖିଥିଲେ। ସେହିଠାରୁ ଏହି ନାଁ ପ୍ରଚଳିତ ହୋଇଆସୁଛି।
୨୦୧୨ ମସିହାରେ ଡିସ୍କଭରି ଚ୍ୟାନେଲ୍‌ ପକ୍ଷରୁ ଏହାକୁ ପୃଥିବୀର ସବୁଠୁ ବିସ୍ମୟକର ସ୍ଥାନର ମାନ୍ୟତା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri