ପଛୁଆ ବର୍ଗଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଅକ୍ଷମଣୀୟ: ଭାଜପା

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଦେଶର ସମ୍ବିଧାନ ଓ ଆଇନର ଊର୍ଦ୍ଧ୍ୱରେ କେହି ନୁହନ୍ତି। କିନ୍ତୁ ଗାନ୍ଧୀ ପରିବାର ନିଜକୁ ଦେଶର ଆଇନର ଊର୍ଦ୍ଧ୍ୱରେ ବୋଲି ମନେକରିବା ଦୁର୍ଭାଗ୍ୟଜନକ। ଏକ ଜାତୀୟ ରାଜନୈତିକ ଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଛୁଆ ବର୍ଗଙ୍କୁ ଅପମାନିତ କଲା ଭଳି ଟିପ୍ପଣୀ ଅକ୍ଷମଣୀୟ ା ତୁରନ୍ତ ସେ କ୍ଷମାପ୍ରାର୍ଥନା କରିବା ଉଚିତ ବୋଲି ଭାଜପା ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ା ଶନିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ନିର୍ଦ୍ଦିଷ୍ଟ ଭାବେ ପଛୁଆ ବର୍ଗ ପ୍ରତି ଅଶାଳୀନ ମନ୍ତବ୍ୟ ରାହୁଲଙ୍କ ଦାୟିତ୍ୱହୀନତାକୁ ପ୍ରମାଣିତ କରିଛି, ଯାହା ଦେଶ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ଏହି କାରଣରୁ କୋର୍ଟ ତାଙ୍କୁ ଦୋଷୀ ଭାବେ ଦଣ୍ଡ ପ୍ରଦାନ ମଧ୍ୟ କରିଛନ୍ତି ା ଏହା ସତ୍ତ୍ୱେ ମଧ୍ୟ ଗାନ୍ଧୀ ନିଜ ଭୁଲକୁ ସ୍ବୀକାର କରି ଦେଶବାସୀଙ୍କୁ ନିଃସର୍ତ୍ତ କ୍ଷମା ମାଗିବା ପରିବର୍ତ୍ତେ ନିଜ ସାମନ୍ତବାଦୀ ମାନସିକତାକୁ ପ୍ରତିଫଳିତ କରୁଛନ୍ତି ବୋଲି ସେ କହିଛନ୍ତି।
ଅତୀତରେ ଜନଜାତି ଓ ଦଳିତ ବର୍ଗଙ୍କୁ ଉପେକ୍ଷିତ କରି ସେମାନଙ୍କୁ ବିକାଶ ଧାରାରୁ ବଞ୍ଚିତ ରଖି ଆସିଥିବା କଂଗ୍ରେସ ଦଳ ଆଜି ପଛୁଆ ବର୍ଗ ବିରୋଧୀ ବୋଲି ପ୍ରମାଣିତ ହୋଇଛି ା ରାହୁଲ ଗାନ୍ଧୀ କେବଳ ଭାରତୀୟ ଜନତା ପାର୍ଟିକୁ ନୁହେଁ ବରଂ ବିଦେଶ ମାଟିରେ ମଧ୍ୟ ଦେଶକୁ ଅପମାନିତ କରିବାକୁ ପଛାଉନାହାନ୍ତି ା ବର୍ତ୍ତମାନ ବିରୋଧୀ ଦଳର ମାନ୍ୟତା ହରାଇଥିବା କଂଗ୍ରେସ ଦଳର ଅନ୍ୟ ନେତୃବୃନ୍ଦମାନେ ଗାନ୍ଧୀଙ୍କ ବକ୍ତବ୍ୟକୁ ସମ୍ମାନ ଜଣାଇବା ସହିତ ସମର୍ଥନ କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସୁରଥ କହିଛନ୍ତି ା
ରାହୁଲ ଗାନ୍ଧୀଙ୍କ ସମାଲୋଚନା କରିବାର ଅଧିକାର ରହିଛି ା କିନ୍ତୁ ସମାଲୋଚନା ଆଳରେ ପଦ ମର୍ଯ୍ୟାଦାର ସମ୍ମାନକୁ ହତ୍ୟା କରି ଖରାପ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରିବା ରାହୁଲଙ୍କ ଭଳି ଜଣେ ରାଷ୍ଟ୍ରୀୟ ନେତାଙ୍କଠାରୁ ଆଶା କରାଯାଏ ନାହିଁ ା କର୍ନାଟକ ନିର୍ବାଚନ ସାମ୍ନା କରିବା ପୂର୍ବରୁ କଂଗ୍ରେସ ଦଳ ରାହୁଲଙ୍କୁ ମୋହରା କରି ନିର୍ବାଚନ ବୈତରଣୀ ପାରିହେବା ପାଇଁ ଅପଚେଷ୍ଟା କରୁନାହିିଁ ତ ବୋଲି ସୁରଥ ପ୍ରଶ୍ନ କରିଛନ୍ତି ା
କୋର୍ଟ ନିଷ୍ପତ୍ତିକୁ ରାଜନୈତିକ ରଙ୍ଗ ଦେଇ ଭାଜପା ଉପରେ ଦୋଷ ଲଦିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ଓବିସି ବିରୋଧୀ ବକ୍ତବ୍ୟ ପାଇଁ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ନ ମାଗିଲେ ଭାଜପା ତରଫରୁ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ସୁରଥ କହିଛନ୍ତି। ଖବରଦାତା ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri