ଦେଶର ଗଣତନ୍ତ୍ର ବିପଦରେ: ୟାସିର

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଏବଂ ଲୋକ ସଭା ସଦସ୍ୟ ପଦ ରଦ୍ଦ ପ୍ରତିବାଦରେ ଶନିବାର ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ଅପରାହ୍ନରେ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏକ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକରେ ରାସ୍ତା ଅବରୋଧ କରିଥିଲା। ଏହାପରେ ଛାତ୍ର କଂଗ୍ରେସ ପକ୍ଷରୁ ଭାଜପା କାର୍ଯ୍ୟାଳୟ ଆଗରେ ପ୍ରତିବାଦ ପାଇଁ ଯାଉଥିବା ବେଳେ ରାସ୍ତାରେ ୟାସିରଙ୍କ ସମେତ ଅନ୍ୟ ଛାତ୍ର ନେତାଙ୍କୁ ପୋଲିସ ଅଟକାଇବା ସହ ଭ୍ୟାନରେ ନେଇଯାଇଥିଲା।
ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସ୍ବରକୁ ଚପାଇ ଦେବାପାଇଁ ମୋଦି ଚକ୍ରାନ୍ତ କରୁଛନ୍ତି। ନରେନ୍ଦ୍ର ମୋଦି ଏବଂ ତାଙ୍କର ପ୍ରିୟ ଶିଳ୍ପପତି ଯେଉଁମାନେ କି ଦେଶର ବ୍ୟାଙ୍କରୁ ଟଙ୍କା ଲୁଟି ନେଇଛନ୍ତି ସେମାନଙ୍କ ବିରୋଧରେ ରାହୁଲ ଗାନ୍ଧୀ ସ୍ବର ଉତ୍ତୋଳନ କରିବା କ’ଣ ଅପରାଧ। ଭାରତ ଯୋଡ଼ୋ ଯାତ୍ରାରେ ଜନସାଧାରଣଙ୍କ ନିକଟରେ ରାହୁଲ ଗାନ୍ଧୀଙ୍କ ଗ୍ରହଣୀୟତାକୁ ମୋଦି ହଜମ କରିପାରୁନାହାନ୍ତି। ରାହୁଲଙ୍କ ବିରୋଧରେ ଯେଉଁ ମାମଲା ରୁଜୁ ହୋଇଛି ତା’ର ଷଡ଼ଯନ୍ତ୍ର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରସ୍ତୁତ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ମୋଦିକୃତ ଦୁର୍ନୀତି ବିରୋଧରେ କୌଣସି ଜନପ୍ରତିନିଧି ଯେପରି ଆଉ ସ୍ବର ଉତ୍ତୋଳନ କରିବେ ନାହିଁ ସେଥିପାଇଁ ଏହି ବ୍ୟବସ୍ଥା ହୋଇଛି। ଅଣଭାଜପା ଦଳ ଯେଉଁମାନେ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ ରଖନ୍ତି ସେମାନେ ଏକତ୍ରିତ ହେବାର ସମୟ ଆସିଛି ବୋଲି ସେ କହିଛନ୍ତି। ନିର୍ବାଚିତ ପ୍ରତିନିଧିମାନଙ୍କର ଅଧିକାରକୁ ନରେନ୍ଦ୍ର ମୋଦି ଛଡ଼େଇ ନେବାକୁଯୋଜନା କରୁଛନ୍ତି। ସାମ୍ବିଧାନିକ ଅନୁଷ୍ଠାନ ବିପଦରେ। କୋର୍ଟ, ନିର୍ବାଚନ କମିଶନ ଭଳି ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ମୋଦିଙ୍କ ପ୍ରଭାବରେ ନିରପେକ୍ଷତା ଅବଲମ୍ବନ କରିପାରୁନାହାନ୍ତି। ରାହୁଲ ଗାନ୍ଧୀଙ୍କ ମୋଦି ବିରୋଧୀ ଆହ୍ବାନ ଭାରତର କୋଣଅନୁକୋଣରେ ପହଞ୍ଚି ସାରିଛି। ମୋଦି ଦେଶକୁ ଲୁଣ୍ଠନ କରୁଛନ୍ତି ବୋଲି ସାଧାରଣ
ଜନତାଙ୍କ ନିକଟରେ ରାହୁଲ ପ୍ରମାଣିତ କରିଛନ୍ତି। ରାହୁଲଙ୍କ ନେତୃତ୍ୱ ପ୍ରତି ମୋଦି ଓ ଭାଜପା ଭୟଭୀତ ହୋଇଯାଇଛନ୍ତି। ସଭ୍ୟ ପଦ ରଦ୍ଦ କରିବା ଏକ ଆକ୍ରୋଶମୂଳକ ଏବଂ ଅଗଣତାନ୍ତ୍ରିକ ପଦକ୍ଷେପ ବୋଲି ସାଧାରଣ ଲୋକେ ଅନୁଭବ କରିସାରିଲେଣି ବୋଲି ନଓ୍ବ୍‌ାଜ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ରଞ୍ଜିତ ପାତ୍ର, ରଜନୀ ମହାନ୍ତି, ଅଶୋକ ଦାସ, ନିହାର ବେହେରା, ସାଗର ପଟ୍ଟନାୟକ, ରଞ୍ଜିତ ସେନାପତି, ବିଶ୍ୱଭୂଷଣ ମହାପାତ୍ର, ସୁରଜ ରାଉତ, ବିଭୂତି ଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ସୁନୀଲ କୁମାର ସାହୁ, ମୁନା ପରିଡ଼ା, ଆର୍ଯ୍ୟାନ ସାସ୍‌ମଲ, ସୌରଭ ପଟ୍ଟନାୟକ, ଶୁଭ୍ରଜ୍ୟୋତି ଲେଙ୍କା, ସାଇରାମ ପ୍ରମୁଖ ବହୁ ଛାତ୍ର କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri