ଶିକ୍ଷକ ନ ଆସିବାରୁ ୩୦ ଛାତ୍ରୀଛାତ୍ର ପରୀକ୍ଷାରୁ ବଞ୍ଚିତ

କୋରାପୁଟ/ ନାରାୟଣପାଟଣା, ୨୬।୩(ସ୍ବ.ପ୍ର./ ଡି.ଏନ.ଏ.)
ଛାତ୍ରୀଛାତ୍ରଙ୍କୁ ସରକାରୀ ସ୍କୁଲମୁହାଁ କରିବାକୁ ୫-ଟି ରୂପାନ୍ତରିତ କାର୍ଯ୍ୟକ୍ରମରେ ବିଦ୍ୟାଳୟଗୁଡିକୁ ବହୁ ଅର୍ଥ ଯୋଗାଇ ଦିଆଯାଉଛି। ଛାତ୍ରୀଛାତ୍ରଙ୍କୁ ମାଗଣା ପୋଷାକ, ଖାଇବା ଏବଂ ବହିପତ୍ର ସରକାର ଯୋଗାଇ ଦେଉଛନ୍ତି। ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳରେ ଡ୍ରପଆଉଟ୍‌ ରୋକିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏହା ସତ୍ତ୍ୱେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସୁନାହିଁ। ବିଦ୍ୟାଳୟକୁ କେବେ ପିଲା ଆସିଲେ ଶିକ୍ଷକଙ୍କ ଦେଖାମିଳୁନି ତ କେବେ ଶିକ୍ଷକ ଆସିଲେ ପିଲା ଆସୁନାହାନ୍ତି। ସ୍କୁଲକୁ ଶିକ୍ଷକ ନ ଆସିବା ଯୋଗୁ ଛାତ୍ରୀଛାତ୍ର ଶୁକ୍ରବାର ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଏପରି ଘଟଣା କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ବିଜାଘାଟି ପଞ୍ଚାୟତର ତୁର୍ଲି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।
ଏବେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡିକରେ ବାର୍ଷିକ ପରୀକ୍ଷା ଚାଲିଛି। ତେବେ ତୁର୍ଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପରୀକ୍ଷା ବନ୍ଦ ରହିଛି। ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ଯାଏ ୩୦ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଏମାନଙ୍କ ପାଇଁ ୨ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ, ଅନ୍ୟଜଣେ ସହକାରୀ ଶିକ୍ଷକ। ପ୍ରଧାନଶିକ୍ଷକ ଦିଲିପ ଖଟାଇ ଏଠାରେ ଚାକିରି କରିବା ଦିନଠୁ ସ୍କୁଲ ହତା ମାଡିନାହାନ୍ତି। ସେ ଅଧିକାଂଶ ସମୟ ଭୁବନେଶ୍ୱରରେ ରହୁଛନ୍ତି। ତେବେ ସ୍କୁଲ କାଗଜପତ୍ରରେ ସବୁ ଠିକ୍‌ଠାକ୍‌ ଚାଲିଥିବା ଦର୍ଶାଯାଉଛି। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ପ୍ରତିଦିନ ମିଳୁଛି, ଛାତ୍ରୀଛାତ୍ର ନିୟମିତ ବିଦ୍ୟାଳୟ ଆସୁଥିବା ଉପସ୍ଥାନ ଖାତାରେ ଦର୍ଶାଯାଉଛି। ସ୍କୁଲରେ ଥିବା ଅନ୍ୟ ଜଣେ ସହକାରୀ ଶିକ୍ଷକ କାଁଭାଁ ଆସି ବିଦ୍ୟାଳୟ ବୁଲି ଯାଉଛନ୍ତି। ଶିକ୍ଷକଙ୍କ ଅନୁପସ୍ଥିତି ଯୋଗୁ ବିଦ୍ୟାଳୟରେ ପଢୁଥିବା ୩୦ ଛାତ୍ରୀଛାତ୍ର ବାର୍ଷିକ ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ବର୍ଷ ତମାମ ସ୍କୁଲରେ ତାଲା ଝୁଲୁଥିବାରୁ ପାଠପଢା ହେଉନି। ଏପରି ସ୍ଥଳେ ପିଲାମାନେ କ’ଣ ପରୀକ୍ଷା ଦେବେ ବୋଲି ତୁର୍ଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ତୁର୍ଲି ଗ୍ରାମର ଓ୍ବାର୍ଡସଭ୍ୟ ସୁରେ ଶିରିକା, ରାହୁଲ ଶିରିକା, ଗାହିଁ ଶିରିକା, ମାସୁରୁ ଶିରିକା, ଧରା ଶିରିକା, ପୂର୍ଣ୍ଣ ଶିରିକା, ଜତ ଶିରିକା ପ୍ରମୁଖ ଅଭିଭାବକ ବିଗତ ଦିନରେ ଉଭୟ ଶିକ୍ଷକଙ୍କୁ ଡାକି ତାଗିଦ୍‌ କରିଥିଲେ। ଏନେଇ ବିଇଓ ଅଫିସରେ ଅଭିଯୋଗ କରିଥିଲେ। କିଛି ମାସ ଧରି ସେମାନଙ୍କ ଦରମା ମଧ୍ୟ ବନ୍ଦ ହୋଇଥିଲା। ଏହା ସତ୍ତ୍ୱେ ସେମାନେ ସୁଧୁରିନାହାନ୍ତି ବୋଲି ଅଭିଭାବକମାନେ କହିଛନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ରାମଚନ୍ଦ୍ର ନାହାକଙ୍କୁ ପଚାରିବାରୁ ସେ କହିଲେ, ଘଟଣା ସମ୍ପର୍କରେ ବିଇଓଙ୍କୁ ରିପୋର୍ଟ ମାଗିବେ। ରିପୋର୍ଟ ଆସିବା ପରେ ଉଭୟ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri