ଶିଖରଚଣ୍ଡୀ ପାହାଡ଼ରେ ୪ ହାତୀ

ଭୁବନେଶ୍ୱର (ବ୍ୟୁରୋ)/ ବାରଙ୍ଗ,୨୫।୩(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ଶିଖରଚଣ୍ଡୀ ପାହାଡ଼ରେ ଶୁକ୍ରବାର ସକାଳେ ୪ଟିକିଆ ହାତୀପଲ ଥିବା ଜଣାପଡ଼ିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଦିନତମାମ ଏହି ହାତୀପଲ ପାହାଡ଼ ଉପରେ ବେଶ୍‌ ଉତ୍ପାତ କରିଥିଲେ। ସେଠାରେ ଥିବା କିଛି ଘର ଭଙ୍ଗାରୁଜା କରିବା ସହ ବହୁ ଔଷଧୀୟ ବୃକ୍ଷକୁ ଉପାଡ଼ି ନଷ୍ଟ କରିଦେଇଥିଲେ। ପାହାଡ଼ ପାଦଦେଶରେ ଦାରୁଠେଙ୍ଗ, ପଥରଗାଡିଆ, କିଟ୍‌, ପଟିଆ ଭଳି ଜନବସତିମାନ ଥିବାରୁ ସମସ୍ତଙ୍କ ମନରେ ହାତୀକୁ ନେଇ ଭୟ ସୃଷ୍ଟି ହୋଇଥିଲା। କାଳେ ହାତୀ ପାହାଡ଼ ଉପରୁ ବାହାରି ଜନବସତିମୁହଁା ହେବେ ସେଥିପାଇଁ ବିପଦର ଆଶଙ୍କା ଦେଖାଦେଇଥିଲା। ଅନ୍ୟପଟେ ଖବରପାଇ ମନ୍ଦିର କମିଟି ସହ ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ ପହଞ୍ଚତ୍ ପ୍ରାଥମିକ ଭାବେ ସାଧାରଣ ଲୋକଙ୍କୁ ପାହାଡ଼ ଉପରକୁ ଛାଡି ନ ଥିଲେ। ଏପରିକି ବନ ବିଭାଗ କର୍ମଚାରୀମାନେ ୪ ହାତୀର ଗତିପଥକୁ ଅନୁଧ୍ୟାନ କରିବା ସହ ଜଗି ରହିଥିଲେ। ତେବେ ଗୁରୁବାର ରାତିରେ ଭରତପୁର ଜଙ୍ଗଲରୁ ଏହି ୪ ହାତୀ ଆସିଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ସେମାନଙ୍କ ମଧ୍ୟରେ ଗୋଟିଏ ଦନ୍ତା ହାତୀ ସହ ୨ଟି ମାଈ ହାତୀ ଓ ଗୋଟିଏ ଛୁଆ ହାତୀ ରହିଛି। ସେମାନଙ୍କୁ ଜଙ୍ଗଲକୁ ଫେରାଇନେବାକୁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଏ ନେଇ ଭୁବନେଶ୍ୱର ବନ୍ୟପ୍ରାଣୀ ବନାଞ୍ଚଳର ରେଞ୍ଜର ବାଉରିବନ୍ଧୁ ମହାପାତ୍ର କହିଛନ୍ତି, ଶିଖରଚଣ୍ଡୀ ପାହାଡ଼ରେ ହାତୀ ଥିବା ଜଣାପଡ଼ିବା ପରେ ସକାଳୁ ଆମ କର୍ମଚାରୀ ହାତୀକୁ ଜଗିଛନ୍ତି। ସେମାନେ ରାତି ହେଲେ ଚାଲିବା ଆରମ୍ଭ କରନ୍ତି। ତେବେ ରାତି ୯ଟା ସୁଦ୍ଧା ହାତୀମାନେ ଯାଇନାହାନ୍ତି। ଅଳ୍ପ ବାଟ ତଳକୁ ଖସିଛନ୍ତି। କିନ୍ତୁ ଜନସାଧାରଣଙ୍କ ଗହଳି ଯୋଗୁ ବିଳମ୍ବ ହେଉଛି। ହାତୀ ଯିବା ପରେ ଜାଣିପାରିବୁ ଯେ ସେ କେଉଁଠୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri