ଟୁଇଟରରେ ୨,୫୦୦ ସମସ୍ୟା ସମାଧାନ

ଭଦ୍ରକ ଅଫିସ,୨୫।୩: ଛାତ୍ର ଜୀବନରୁ ଅସହାୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଟୁଇଟ୍‌ କରି ସରକାରଙ୍କ ପାଖରେ ପହଞ୍ଚାଇବା ଓ ସେମାନଙ୍କୁ ସାହାଯ୍ୟ କରିବା ତାଙ୍କର ଏକପ୍ରକାର ସେବା ପାଲଟି ଯାଇଛି। ଯେକୌଣସି ଲୋକଙ୍କ ସମସ୍ୟା ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ତୁରନ୍ତ ତାହାକୁ ଟୁଇଟ୍‌ କରି ସମାଧାନର ରାସ୍ତା ବାହାର କରିଥାନ୍ତି। ତାଙ୍କ ଟୁଇଟ୍‌ ଦ୍ୱାରା ସମାଧାନ ହୋଇପାରୁଥିବାରୁ ସେ ଚର୍ଚ୍ଚାରେ ରହିଥିବା ବେଳେ ‘ଟୁଇଟର ବଏ’ ଭାବେ ପରିଚିତ ହୋଇଛନ୍ତି। ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ବନ୍ଧଗଁା ପଞ୍ଚାୟତ ପଗଡ଼ ଗ୍ରାମର ଶୁଭ୍ରାଂଶୁ ସେନାପତି(୨୩)। ସେ ଏପର୍ଯ୍ୟନ୍ତ ଟୁଇଟ୍‌ କରି ସମାଧାନ କଲେଣି ଅଢ଼େଇ ହଜାରରୁ ଊର୍ଦ୍ଧ୍ୱ ସମସ୍ୟା। ବର୍ତ୍ତମାନ ସମୟରେ ମୋବାଇଲ ଓ ସୋସିଆଲ ମିଡିଆକୁ ଯୁବଗୋଷ୍ଠୀ ମନୋରଞ୍ଜନର ମାଧ୍ୟମ ଭାବେ ବାଛି ନେଇଥିବା ବେଳେ ସେ ଏହାକୁ ଆୟୁଧ କରି ଲୋକଙ୍କ ସମସ୍ୟାର ସମାଧାନ କରିପାରୁଛନ୍ତି। କେବଳ ଭଦ୍ରକ ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳର ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଟୁଇଟ୍‌ କରି ସମାଧାନ କରିବାରେ ସକ୍ଷମ ହୋଇଛନ୍ତି।
ପଗଡ଼ ଗ୍ରାମର ଗୃହିଣୀ ମାଳତୀ ସେନାପତି ଓ ଚାଷୀ ମାୟାଧର ସେନାପତିଙ୍କ ପୁଅ ଶୁଭ୍ରାଂଶୁ। ସେ ଆଗରପଡ଼ା କଲେଜରୁ ଯୁକ୍ତ ୩ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇ ଆଇନ ପଢ଼ିବାକୁ ସ୍ଥିର କରିଛନ୍ତି। ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ଲୋକ, ସରକାରୀ ସୁବିଧାରୁ ବଞ୍ଚତ୍ତ ଅସହାୟ, ନିରାଶ୍ରୟ, ଜିଲା ପ୍ରଶାସନର ଅବହେଳା ନେଇ ସେ ବିଭାଗୀୟ ଅଧିକାରୀ, ସଚିବ ଓ ମନ୍ତ୍ରୀମାନଙ୍କୁ ଟୁଇଟ୍‌ କରିଥାନ୍ତି। ତାଙ୍କର ଏହି ଟୁଇଟ୍‌କୁ ନେଇ ଅଧିକାଂଶ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଲୋକ ନ୍ୟାୟ ପାଇପାରିଛନ୍ତି। ୨୦୧୯ଠାରୁ ଏପର୍ଯ୍ୟନ୍ତ ୩,୭୦୦ରୁ ଅଧିକ ସମସ୍ୟା ସମ୍ପର୍କରେ ସେ ଟୁଇଟ୍‌ କରିସାରିଲେଣି। ତିହିଡ଼ି ବ୍ଲକର ବାହାବଳପୁରରେ ସ୍ବାମୀ ମରିଯିବା ପରେ ବିଧବା ସ୍ତ୍ରୀ ତାଙ୍କ ପିଲାଛୁଆଙ୍କୁ ଧରି ବହୁ କଷ୍ଟରେ ପରିବାର ଚଳାଉଥିବା ବେଳେ ତାଙ୍କୁ କୌଣସି ସରକାରୀ ସହାୟତା ମିଳିପାରୁ ନ ଥିବା ନେଇ ଏକ ଖବରକାଗଜରୁ ପଢ଼ିଥିଲେ।
ଏହି ଘଟଣା ସମ୍ପର୍କରେ ସେ ଜିଲାପାଳଙ୍କୁ ଟୁଇଟ୍‌ କରିଥିଲେ। ଏହାଦ୍ୱାରା ସେହିଦିନ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିିବା ସହ ପରେ ଉକ୍ତ ମହିଳାଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା। ଏହା ପରଠାରୁ ସେ ଏଭଳି ଟୁଇଟ୍‌ କରିବା ଜାରି ରଖିଛନ୍ତି ବୋଲି ଶୁଭ୍ରାଂଶୁ କହିଛନ୍ତି। ପ୍ରକାଶଥାଉ କି, ଢେଙ୍କାନାଳରୁ ଦକ୍ଷିଣ ଆଫ୍ରିକା ଯାଇଥିବା ଜଣେ ଯୁବକ କୋଭିଡ୍‌ ସମୟରେ ଘରକୁ ଫେରି ପାରୁ ନ ଥିଲେ। ଶୁଭ୍ରାଂଶୁଙ୍କ ଟୁଇଟ୍‌ ଯୋଗୁ ସେ ଘରକୁ ଫେରିଥିଲେ। କମ୍‌ ବୟସରୁ ଏଭଳି ଭାବେ ଲୋକଙ୍କୁ ସେବା ଯୋଗାଉଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri