ଯକ୍ଷ୍ମା ନିୟନ୍ତ୍ରଣରେ ମୟୂରଭଞ୍ଜ ରାଜ୍ୟରେ ଶ୍ରେଷ୍ଠ

ବାରିପଦା ଅଫିସ,୨୫ା୩: ବିଶ୍ବ ଯକ୍ଷ୍ମା ଦିବସରେ ମୟୂରଭଞ୍ଜ ଜିଲାକୁ ଶ୍ରେଷ୍ଠ ଯକ୍ଷ୍ମା ରୋଗ ମୁକ୍ତ ଜିଲା ଭାବେ ରାଜ୍ୟସ୍ତରରେ ପୁରସ୍କୃତ କରାଯାଇଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରୂପଭାନୁ ମିଶ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ ପୁରସ୍କୃତ କରିଛନ୍ତି। ଡାକ୍ତର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନ ଓ ସକାରାତ୍ମକ ସହଯୋଗ ଦ୍ବାରା ଏହି ସଫଳତା ସମ୍ଭବ ହୋଇଥିବା ବେଳେ ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଛି।
ଯେ, ଜିଲାରେ ‘ଟିବି ହାରିବ, ଦେଶ ଜିତିବ’ ସ୍ଲୋଗାନକୁ ନେଇ ଯକ୍ଷ୍ମା ବିଭାଗ କାମ କରି ଆସୁଛି। ଭାରତ ସରକାରଙ୍କ ୨୦୨୫ ସୁଦ୍ଧା ଦେଶ ଯକ୍ଷ୍ମା ମୁକ୍ତ ଲକ୍ଷ୍ୟ କାର୍ଯ୍ୟକ୍ରମ ଅନୁସାରେ ମୟୂରଭଞ୍ଜ ଜିଲା ଯକ୍ଷ୍ମା ବିଭାଗ, ବେସରକାରୀ ଅନୁଷ୍ଠାନ, ଜିଲାର ସମସ୍ତ ସ୍ବାସ୍ଥ୍ୟ କର୍ମୀ, ସ୍ବାସ୍ଥ୍ୟ ଅଧିକାରୀ ଓ ଲୋକ ପ୍ରତିନିଧି ନିଜକୁ ଉତ୍ସର୍ଗ କରିଛନ୍ତି। ଏଣୁକରି ତାଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କ ସକରାତ୍ମକ ସହଯୋଗ ବାସ୍ତବ ରୂପ ନେଇଛି। ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲା ଓ ଓଡ଼ିଶାର ସବୁଠାରୁ ବଡ଼ ଜିଲା। ତାହା ସହିତ ଓଡ଼ିଶାର ସବୁଠାରୁ ବଡ ଯକ୍ଷ୍ମା ବିଭାଗ ଜିଲା । ଆୟତନ ଦୃଷ୍ଟି କୋଣରୁ ଏହି ଜିଲାରେ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ମଧ୍ୟ ସମସ୍ତଙ୍କ ବହୁତ କଷ୍ଟକର ଅନୁଭୂତି ରହିଥିବା ଡାକ୍ତର ମିଶ୍ର କହିଛନ୍ତି। ଜିଲାରେ ବର୍ତ୍ତମାନ ୨୬ଟି ବ୍ଲକ୍‌ରେ ୨୬ଗୋଟି ସ୍ବତନ୍ତ୍ର ଯକ୍ଷ୍ମା ୟୁନିଟ କାର୍ଯ୍ୟ କରୁଛି। ଜିଲାବାସୀଙ୍କ ଓ ସରକାରୀ କର୍ମଚାରୀଙ୍କ ସକାରାତ୍ମକ ମାନସିକତା ଜିଲାକୁ ଯକ୍ଷ୍ମାମୁକ୍ତ କାର୍ଯ୍ୟକ୍ରମ ପାଇଁ ଅଗ୍ରଣୀ ଜିଲା ହିସାବରେ ପରିଗଣିତ କରିଛି। ବର୍ଷ ରାଜ୍ୟ ସରକାର ମୟୂରଭଞ୍ଜ ଜିଲାକୁ ଯକ୍ଷ୍ମାମୁକ୍ତ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ କାମ ପାଇଁ ବିଶ୍ବ ଯକ୍ଷ୍ମା ଦିବସରେ ଏକ ନମ୍ବର ଜିଲା ଭାବେ ଘୋଷଣା କରିଛନ୍ତି। ଯକ୍ଷ୍ମାରୁ ମୁକ୍ତ ହୋଇଥିବା ଯୁବତୀଯୁବକ ଯକ୍ଷ୍ମା ଚାମ୍ପିୟନ ଭାବେ ଅଭିଯାନରେ କାର୍ଯ୍ୟକରି ପ୍ରଶଂସା ସାଉଁଟୁଛନ୍ତି। ଏହି ସଫଳତା ସମସ୍ତଙ୍କୁ ଆଗାମୀ ନୂତନ ବର୍ଷରେ କାର୍ଯ୍ୟ ସମ୍ପାଦନାରେ ଉତ୍ସାହ ଦେବା ସହିତ ଯକ୍ଷ୍ମା ମୁକ୍ତ ଦେଶ ଗଠନରେ ମୟୂରଭଞ୍ଜ ଜିଲା ଅଗ୍ରଣୀ ରହିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri