ଗେଣ୍ଡୁଫୁଲ ଚାଷ ଦେଇଛି ପରିଚୟ

ଖଇରା, ୨୧।୩: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପଳସାସ୍ଥିତ ପଞ୍ଚାୟତସ୍ତରୀୟ ମହାସଂଘ ଜଗଜ୍ଜନନୀ ଗ୍ରୁପର ୬୦ସଦସ୍ୟ ଚଳିତବର୍ଷ ଗେଣ୍ଡୁଫୁଲ ଚାଷ କରି ସମଗ୍ର ଖଇରା ବ୍ଲକରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅନ୍ୟ ସଂଘଗୁଡିକ ପାଇଁ ମଧ୍ୟ ସ୍ବାବଲମ୍ବୀ ହେବାର ଏକ ବାର୍ତ୍ତା ମଧ୍ୟ ପ୍ରଦାନ କରିଛନ୍ତି ା ତାଙ୍କର ଏହି ଫୁଲ ବଗିଚା ବୁଲିବା ପରେ ନିକଟରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ବିଡିଓ ପର୍ଶୁରାମ ପଣ୍ଡା, ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ମହିଳା ଗୋଷ୍ଠୀର ଏହି ପରିଶ୍ରମ ପାଇଁ ସେମାନଙ୍କୁ ପ୍ରଶଂସା କରିଛନ୍ତି ା ଏଭଳି ପରିଚୟରେ ଆମତ୍ନିର୍ଭରଶୀଳ ହେବାର ସ୍ବପ୍ନ ଦେଖିଥିବା ସଂଘ ସଭାପତି ଜ୍ୟୋତିପ୍ରଭା ବେହେରା, ସମ୍ପାଦିକା ରାଜଶ୍ରୀ ସାହୁ ଓ ଏମବିକେ ଅନିତାରାଣୀ ମହାନ୍ତି ୫ବର୍ଷ ପାଇଁ ଏହି ଫୁଲ ଚାଷ ଜାରି ରଖିବେ ବୋଲି କହିଛନ୍ତି।
ପ୍ରଥମେ ସଂଘ ସଦସ୍ୟମାନେ ଓଡିଶା ଜୀବିକା ମିଶନର ଅଧିକାରୀଙ୍କ ପରାମର୍ଶକ୍ରମେ ଫୁଲଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବ୍ୟାଙ୍କରୁ ୧ଲକ୍ଷ ୪୦ହଜାର ଟଙ୍କା ଋଣ ନେଇଥିଲେ। ଉଦ୍ୟାନ ବିଭାଗଠାରୁ ଚାରାନେବା ପରେ ପଳସା ପଞ୍ଚାୟତ ପଛପଟେ ଥିବା ୨ ଏକର ଜମିକୁ ଭଡାସୂତ୍ରରେ ଆଣି ସେଥିରେ ଚାଷ ଆରମ୍ଭ କରିଥିଲେ। ସମସ୍ତ ସଦସ୍ୟ ପରିବାର କାମ ଧନ୍ଦା ସାରିବା ପରେ ମାତ୍ର ୨ଘଣ୍ଟା ଲେଖାଏଁ ସମୟ ଦେଇ ଏହାର ଯତ୍ନ ନେଇଥିଲେ। ଏବେ ଗେଣ୍ଡୁଫୁଲ ଫୁଟି ବାସ୍ନା ଯେତେ ଯେତେ ଦୂରକୁ ଯାଉଛି ଉକ୍ତ ସଂଘର ପ୍ରଶଂସାର ସୁଅ ମଧ୍ୟ ସେହି ଅନୁପାତରେ ବଢିଚାଲିଛି ା ସବୁ ଆନନ୍ଦ ଭିତରେ ଫୁଲ ବିକ୍ରି ସମସ୍ୟା ସେମାନଙ୍କୁ ଟିକେ ଅଡୁଆରେ ପକାଇଛି ା ଖଇରା, କୁପାରୀ, ଡୁଙ୍ଗୁରା ଭଳି ବଜାରଗୁଡିକରେ ଫୁଲ ବ୍ୟବସାୟୀମାନେ କୋଲକାତା ଉପରେ ଫୁଲ ପାଇଁ ନିର୍ଭର କରୁଛନ୍ତି, ମାତ୍ର ସେହି ମୂଲ୍ୟରେ ସେମାନେ ସଂଘ ନିକଟରୁ ଫୁଲ କିଣିବାକୁୁ ଅନିଚ୍ଛା ପ୍ରକାଶ କରୁଛନ୍ତି ା ନେବାକୁ ବାଧ୍ୟ କଲେ କମ ଦରରେ ଦେବାକୁ କହୁଛନ୍ତି ଯାହା ମହିଳା ଗୋଷ୍ଠୀ ପାଇଁ ଅଡୁଆ ହେଉଛି। ତଥାପି ଅନେକ ଘରୋଇ ଲୋକ ନେଇଯାଉଥିବାରୁ ଖର୍ଚ୍ଚ ଭରଣା ହୋଇପାରୁଥିବା ସେମାନେ କହିଛନ୍ତି।

ଉତ୍କଳବନ୍ଧୁ ପଣ୍ଡା

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri