ମୁଖ୍ୟ ପଦବୀ ସମ୍ଭାଳୁଛନ୍ତି ଭାରପ୍ରାପ୍ତ

ଆଠମଲ୍ଲିକ, ୨୧ା୩ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ଅନେକ ସରକାରୀ କାର୍ଯ୍ୟାଳୟରେ ନାହାନ୍ତି ମୁଖ୍ୟ ଅଧିକାରୀ। ଏଠାରେ ଦୀର୍ଘବର୍ଷ ହେଲା ଅନ୍ୟ ଅଧିକାରୀ ଭାରପ୍ରାପ୍ତ ଭାବେ ମୁଖ୍ୟ ଦାୟିତ୍ୱ ସମ୍ଭାଳୁଛନ୍ତି। ଉପଖଣ୍ଡ ପ୍ରତି ସରକାରଙ୍କ ଏପରି ଅବହେଳାରୁ ବାଦ୍‌ ପଡ଼ିନି ସ୍କୁଲ କି କଲେଜ। ଆଠମଲ୍ଲିକ କଲେଜରେ ଦୀର୍ଘ ୧୩ ବର୍ଷ ହେବ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ଅଧ୍ୟାପକଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି।
ପ୍ରକାଶ ଯେ, ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ୩ ବର୍ଷରୁ ଅଧିକ ହେବ ଉପଖଣ୍ଡ ଚିକିତ୍ସା ଅଧିକାରୀ ପଦବୀ ଖାଲି ପଡିଛି। ନୂଆ ଅଧ୍ୟକ୍ଷ ନିଯୁକ୍ତି ଦିଆ ନ ଯାଇ ଶିଶୁ ରୋଗ ବିଶେଷଜ୍ଞଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଆଠମଲ୍ଲିକ ମହାବିଦ୍ୟାଳୟରେ ୨୦୧୦ ମସିହାରୁ ଅଧ୍ୟକ୍ଷ ପଦବୀ ଖାଲି ପଡିଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ଜଣେ ଅଧ୍ୟାପକ ସମ୍ଭାଳି ଆସୁଛନ୍ତି। କଲେଜରେ କର୍ତ୍ତବ୍ୟରତ ଅଧ୍ୟାପକମାନଙ୍କ ଭିତରୁ ବରିଷ୍ଠତା ଭିତ୍ତିରେ ଜଣେ ଅଧ୍ୟାପକଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳୁଥିବା ବହୁ ବର୍ଷ ହେଲା ଦେଖାଯାଉଛି। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦବୀରେ ୧୩ ବର୍ଷ ହେଲା କୌଣସି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇ ନାହଁ। ଦୀର୍ଘବର୍ଷ ଧରି ଏହି ଦାୟିତ୍ୱ ଗ୍ରନ୍ଥାଗାରିକ ତୁଲାଇ ଆସୁଥିଲେ। ହେଲେ ବର୍ଷେ ତଳୁ ସେ ଅବସର ଗ୍ରହଣ କରିଥିବାରୁ ଉକ୍ତ ପଦବୀ ଖାଲି ପଡ଼ିଥିଲା। ହେଲେ କିଛି ଦିନ ହେଲା ସହକାରୀ ଜିଲାପାଳ ଅତିରିକ୍ତ ଭାବେ ସୂଚନା ଓ ଲୋକ ସମ୍ପର୍କ ଦାୟିତ୍ୱ ତୁଲାଉଛନ୍ତି। ଉପଖଣ୍ଡର ପ୍ରମୁଖ ଶିକ୍ଷାନୁଷ୍ଠାନ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗତ ଏପ୍ରିଲ ମାସରୁ ଅବସର ଗ୍ରହଣ କଲାପରେ ଅଦ୍ୟାବଧି କାହାରିକୁ ନିଯୁକ୍ତି ଦିଆଯାଉନାହିଁ। ବିଦ୍ୟାଳୟର ଇଂଲିଶ ଶିକ୍ଷକ ଏକବର୍ଷ ହେଲା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସରକାର ସ୍ଥାୟୀ ଭାବେ ଅଧ୍ୟକ୍ଷ ପଦବୀ ପୂରଣ କରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସରକାର ଯତ୍ନବାନ ହୁଅନ୍ତୁ
ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରତ୍ୱାରୋପ କରୁଛନ୍ତି। ତେଣୁ ଆଠମଲ୍ଲିକ ଉପଖଣ୍ଡର ବିଭିନ୍ନ ବିଭାଗରେ ଖାଲିଥିବା ମୁଖ୍ୟ ଅଧିକାରୀ ପଦବୀ ପୂରଣ କରିବା ଦିଗରେ ସରକାର ଯତ୍ନବାନ ହେବା ଆବଶ୍ୟକ।
-ବିନୟ କୁମାର ପଟ୍ଟନାୟକ, ସାମାଜିକ କର୍ମୀ

ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନକୁ ଗୁରୁତ୍ୱ ଦିଆଯାଉ
ବିଭାଗୀୟ କାର୍ଯ୍ୟକ୍ରମକୁ ଗତିଶୀଳ କରିବା ପାଇଁ ଖାଲିଥିବା ମୁଖ୍ୟ ଅଧିକାରୀ ପଦବୀ ଅତିଶୀଘ୍ର ପୂରଣ କରାଯିବା ଆବଶ୍ୟକ। ବିଶେଷକରି ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନକୁ ଗୁରୁତ୍ୱ ଦେବା ଦରକାର।
-ଦୀନେଶ କୁମାର ସିଂ, ଆଇନଜୀବୀ

ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ
ଉପଖଣ୍ଡସ୍ତରୀୟ ବିଭିନ୍ନ ବିଭାଗର ମୁଖ୍ୟ ଅଧିକାରୀ ଓ ଆଠମଲ୍ଲିକ ମହାବିଦ୍ୟାଳୟରେ ଖାଲି ରହିଥିବା ଅଧ୍ୟକ୍ଷ ପଦବୀ ପୂରଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ।
-ଆଶା କୁମାରୀ ସାହୁ, ଅଧ୍ୟକ୍ଷା, ଆଠମଲ୍ଲିକ ଏନ୍‌ଏସି


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri