ହରିଣ,ବାର୍‌ହା ଉପଦ୍ରବ: ଡାଳୁଅ ଧାନ ଫସଲ ନଷ୍ଟ

କୁଜଙ୍ଗ, ୨୧ା୩ (ଡି.ଏନ୍‌.ଏ.):ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ, ଗଡ଼କୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ହରିଣ ଓ ବାର୍‌ହା ଯୋଗୁ ଡାଳୁଅ ଧାନ ଫସଲ ନଷ୍ଟ ହେଉଛି। ପରିବାର ପ୍ରତିପୋଷଣ ପାଇଁ ଢିଙ୍କିଆ ଚାରିଦେଶର ଅଧିକାଂଶ ଚାଷୀ ଡାଳୁଅ ଧାନ ଉପରେ ନିର୍ଭର କରନ୍ତି। କିନ୍ତୁ ଶିଳ୍ପ ପାଇଁ ଜଙ୍ଗଲ ସଫା ହୋଇଯାଇଥିବାରୁ ହରିଣ ଓ ବାର୍‌ହାମାନେ ସେମାନଙ୍କ ଖାଦ୍ୟ ପାଇଁ ଡାଳୁଅ ଧାନ କିଆରି ମୁହାଁ ହୋଇଛନ୍ତି। ଚଳିତ ବର୍ଷ ଢିଙ୍କିଆ ପଞ୍ଚାୟତରେ ପ୍ରାୟ ୩୦୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଡାଳୁଅ ଧାନ ଚାଷ ହୋଇଛି। ଏହି ଢିଙ୍କିଆ ତଣ୍ଡାରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ହରିଣ ଓ ବହୁ ସଂଖ୍ୟାରେ ବାର୍‌ହା ରହିଛନ୍ତି। ଶିଳ୍ପ ପାଇଁ ଜଙ୍ଗଲ କଟାଯିବା ପରେ ସେମାନେ ବିଭିନ୍ନ ବୁଦାଳିଆ ଜଙ୍ଗଲ, କିଆ ଗୋହିରି ଓ ସମୁଦ୍ର ତଟକୁ ଲାଗିଥିବା ଝାଉଁ ଜଙ୍ଗଲରେ ଆଶ୍ରୟ ନେଉଛନ୍ତି। ରାତିରେ ହେଲେ ସେମାନେ ଡାଳୁଅ ଧାନ କିଆରିରେ ପଶି ଖାଇବା ସାଙ୍ଗକୁ ନଷ୍ଟ କରୁଛନ୍ତି।
ଫଳରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହେଉଛି। ଏନେଇ ରାତିରେ ଚାଷୀ ମେଳି ହୋଇ ଯେତେ ଜଗିଲେ ବି କିଛି ସୁଫଳ ମିଳୁନି। ଏହାସତ୍ତ୍ୱେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଚାଷୀ ଦେବଦତ୍ତ ସ୍ବାଇଁ, ଲୋକନାଥ ସ୍ବାଇଁ, ବିଜୟ ଦାସ, ଶରତ ଲେଙ୍କା, ହେମନ୍ତ ସ୍ବାଇଁ, ଜଗବନ୍ଧୁ ମଲ୍ଲିକ୍‌ ଓ ତ୍ରିନାଥ ମଲ୍ଲିକ ପ୍ରମୁଖ କହିଛନ୍ତି। ଅପରପକ୍ଷରେ ବନ୍ୟଜନ୍ତୁମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ବନ ବିଭାଗ ନିକଟରେ ସେମାନେ ଦାବିକରିଛନ୍ତି। ଏ ସମ୍ପର୍କରେ କୁଜଙ୍ଗ ରେଞ୍ଜର ରଞ୍ଜନ ମିଶ୍ରଙ୍କ ମୋବାଇଲ୍‌ ନମ୍ବର ୯୪୩୮୦୪୪୭୦୯କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ବନ୍ଦ ଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri