ପ୍ରଗତି, ସରଳତା ମୁଖ୍ୟମନ୍ତ୍ରୀଙ୍କ ପୁଞ୍ଜି

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଦୀର୍ଘ ୨୫ ବର୍ଷ ଧରି ରାଜନୀତିରେ ଅବିଚଳିତ ଓ ଅଲଂଘ୍ୟ ହୋଇ ରହିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଚିନ୍ତାଧାରା ବିରଳ। ଜନତାଙ୍କ ପ୍ରିୟଭାଜନ ହୋଇ ନିରନ୍ତର ସଫଳତା ହାସଲ କରିଥିବା ମୁଖ୍ୟମନ୍ତ୍ରୀଙ୍କ ପୁଞ୍ଜି ହେଉଛି ପ୍ରଗତି ଓ ସରଳତା। ତାଙ୍କ ରାଜନୈତିକ ସ୍ଥିରତା ଉପରେ ଏବେ ଗବେଷଣା ଆରମ୍ଭ ହେଲାଣି ବୋଲି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି। ରବିବାର ସୂଚନା ଭବନଠାରେ ପେନ୍‌ ଇନ୍‌ ବୁକ୍ସ ପ୍ରକାଶନୀ ସଂସ୍ଥା ପକ୍ଷରୁ ‘ନବୀନ@୨୫: ପର୍ସ୍‌ପେକ୍ଟିଭ୍‌ସ’ ପୁସ୍ତକକୁ ଉନ୍ମୋଚନ କରି ମନ୍ତ୍ରୀ ଘଡ଼େଇ ମୁଖ୍ୟମନ୍ତ୍ରୀଙ୍କ ୨୫ ବର୍ଷର ରାଜନୈତିକ ଯାତ୍ରା ଓ ଜନତାଙ୍କ ପ୍ରିୟଭାଜନ ହେବାର ଧାରା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ଲେଖକ ତଥା ଏଫ୍‌ଆଇଡିଆର୍‌ର ଅଧ୍ୟକ୍ଷ ଚାରୁଦତ୍ତ ପାଣିଗ୍ରାହୀ କହିଲେ, ବର୍ତ୍ତମାନର ରାଜନୈତିକ ପ୍ରେକ୍ଷାପଟ୍ଟରେ ନବୀନ ଜଣେ ବିରଳ ବିସ୍ମୟ। ରାଜନୀତିରେ ସ୍ଥିରତା ଅଦୃଶ୍ୟ ହେବାକୁ ବସିଥିବାବେଳେ ନିଜର ଲୋକାଭିମୁଖୀ ନୀତି ଓ ସରଳତା ପାଇଁ ୨୫ବର୍ଷ ଧରି ଅପରାଜେୟ ଭାବେ ରାଜନୀତିରେ ତିଷ୍ଠି ରହି ନବୀନ ବିଶ୍ବରେ ଜଣେ ବିରଳ ବ୍ୟକ୍ତିତ୍ୱ ପାଲଟିଛନ୍ତି। ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।
ନବୀନ ପଟ୍ଟନାୟକଙ୍କ ୨୫ ବର୍ଷର ରାଜନୈତିକ ଦୃଷ୍ଟିଭଙ୍ଗୀକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖିଥିବା ୨୫ଜଣ ଲେଖକ ଏ ପୁସ୍ତକରେ ନିଜର ଆଲେଖ ରଖିଛନ୍ତି। ସେମାନେ ହେଲେ ଚିନ୍ମୟ ଜେନା, ଅରୁଣ କୁମାର ମହାନ୍ତି, ସତ୍ୟନାରାୟଣ ମିଶ୍ର, ତ୍ରୈଲୋକ୍ୟ ଜେନା, ବସନ୍ତ କୁମାର ପଣ୍ଡା, ଭାସ୍କର ପରିଚ୍ଛା, ଦୀପକ ସାମନ୍ତରାୟ, ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ, ବିଜୟକେତନ ମିଶ୍ର, ପ୍ରଦୀପ ବିଶ୍ବାଳ, ତେଜେଶ୍ବର ପଟ୍ଟନାୟକ, ଅନିଲ ଧୀର, ଚିନ୍ମୟ କୁମାର ହୋତା, ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ଦାସ, ପ୍ରସନ୍ନ କୁମାର ପଣ୍ଡା, ଦାଶରଥି ଭୂୟାଁ, ଚାରୁଦତ୍ତ ପାଣିଗ୍ରାହୀ, ତପନ କୁମାର ପଣ୍ଡା, ସମ୍ବିତ ଦାଶ, ଶୋଭନ କର, ଅବଶ ପରିଡ଼ା, ପ୍ରଦୀପ କୁମାର ପଣ୍ଡା ଓ ଯତୀନ୍ଦ୍ର କୁମାର ନାୟକ। ଏହି ଅବସରରେ ସମସ୍ତ ଲେଖକଙ୍କୁ ପେନ୍‌ ଇନ ବୁକ୍ସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ. ମୃତ୍ୟୁଞ୍ଜୟ ରଥ ଉତ୍ସବ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri