ଝଡ଼ବର୍ଷାରେ ଭାଙ୍ଗିଲା ଅନେକ ଘର, ଉଡ଼ିଲା ଛପର

ପଟାଙ୍ଗି,୧୯ା୩(ଡି.ଏନ୍‌.ଏ.): ପଶ୍ଚିମା ଝଡ଼ ପ୍ରଭାବ କୋରାପୁଟ ଜିଲାରେ ପରିଲିକ୍ଷିତ ହୋଇଛି। ଗତ ୪ ଦିନ ଧରି ପାଗ ମେଘୁଆ ରହୁଥିବା ସହ ବିଭିନ୍ନ ସ୍ଥାନରେ ପ୍ରବଳ ପବନ ଘଡ଼ଘଡ଼ି ସହ ବର୍ଷା ହୋଇଛି। ବର୍ଷା ଓ ପବନ ପ୍ରଭାବରେ ଜିଲାର ଅନେକ ସ୍ଥାନରେ ଘର ଭାଙ୍ଗିଛ। ଜିଲାର ପଟାଙ୍ଗି ବ୍ଲକ ସମେତ ବିଭିନ୍ନ ଗ୍ରାମରେ ଏହି ଝଡ଼ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ପଡ଼ିବା ସହିତ ରବିବାର ସକାଳୁ ବ୍ଲକର କିଛି ସ୍ଥାନରେ ପ୍ରବଳ ବେଗରେ ପବନ ମଧ୍ୟ ବହିଥିଲା। ଏହି ପବନ ସାଙ୍ଗକୁ ବର୍ଷା ଯୋଗୁ ବ୍ଲକର ଚନ୍ଦକା ପଞ୍ଚାୟତର ତଳଖରାଢାବା ଗ୍ରାମର ୪ଟି ପରିବାର ଯଥା ବିଶୁ ମାରି, ସାଙ୍ଗୁ ମାରି, ସମୀର ମାରି ଏବଂ ସାନୁ ମାରିଙ୍କର ଘରର ଛପର ସମ୍ପୂର୍ଣ୍ଣ ଉଡ଼ିଯାଇ ସମସ୍ତ ଆସବାବପତ୍ର ଏବଂ ଖାଦ୍ୟ ନଷ୍ଟ ହୋଇଯାଇଛି।ଫଳରେ ଏହିପରି କ୍ଷତିଗ୍ରସ୍ତ ହୋଇଥିବା ଖବର ପାଇ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ଜିଲା ପରିଷଦ ସଭ୍ୟ ଲଇଚନ ଖରା, ରାଜସ୍ବ ନିରୀକ୍ଷକ ପ୍ରମୋଦ କୁମାର ବେହେରା, ପିଇଓ ଦାମଦୋର ଦିଶାରୀ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ୧୦ କିଗ୍ରା ଚାଉଳ ଓ ପଲିଥିନ ଯୋଗାଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ପରିବାରଙ୍କୁ ସରକାରଙ୍କ ନିୟମାନୁଯାୟୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ତହସିଲଦାର ଧାରୁଆ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ଗ୍ରାମବାସୀ ମଧ୍ୟ ସାହାଯ୍ୟ ସହଯୋଗ କରିଥିବା ବେଳେ କ୍ଷତିଗ୍ରସ୍ତ ପରିବାରଙ୍କ ଘରର ସମସ୍ତ ଆସବାବପତ୍ର ଓ ବର୍ଷ ଯାକର କଷ୍ଟ ଅର୍ଜିତ ଧାନ, ମାଣ୍ଡିଆ ଆଦି ନଷ୍ଟ ହୋଇଯାଇଛି। ତୁରନ୍ତ ଏହି ବିପନ୍ନ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri