୪୫ ମିନିଟ୍‌ ଫସି ରହିଲେ ସୁରକ୍ଷାକର୍ମୀଙ୍କ ସହ ୫ ପର୍ଯ୍ୟଟକ

ଭୁବନେଶ୍ୱର (ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର, ୧୮ା୩ (ଡି.ଏନ୍‌.ଏ.): ଧଉଳି ଶାନ୍ତିସ୍ତୂପରେ ଶୁକ୍ରବାର ଏକ ବଡ ଦୁର୍ଘଟଣା ଟଳିଯାଇଛି। ପାହାଡ଼ ଉପରକୁ ଯିବାଆସିବା ଲାଗି ରହିଥିବା ଲିଫ୍ଟ ଅଧାରୁ ଅଟକିଯିବାରୁ ଏହା ଭିତରେ ୫ ପର୍ଯ୍ୟଟକ ଓ ଜଣେ ସୁରକ୍ଷା କର୍ମୀ ୪୫ ମିନିଟ୍‌ ଧରି ଫସି ରହିଥିଲେ। ସେମାନେ ଅଣନିଃଶ୍ୱାସୀ ହୋଇପଡିବା ସହ ଅସୁସ୍ଥ ଅନୁଭବ କରୁଥିଲେ। ତେବେ ଦାୟିତ୍ୱରେ ଥିବା କର୍ମଚାରୀ ପହଞ୍ଚତ୍ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଲିଫ୍ଟ ବନ୍ଦ ହେବାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି କିମ୍ବା ଆବଶ୍ୟକତାଠାରୁ ଅଧିକ ଲୋକ ଯିବାରୁ ଏଭଳି ସମସ୍ୟା ଉପୁଜିଥିବା ଅନୁମାନ କରାଯାଉଛି। ୫ ପର୍ଯ୍ୟଟକଙ୍କ ମଧ୍ୟରୁ ୨ଜଣ ପଶ୍ଚିମବଙ୍ଗର ହୋଇଥିବାବେଳେ ଅନ୍ୟ ୩ଜଣ ରାଜସ୍ଥାନର ବୋଲି ଜଣାପଡିଛି।
ସୂଚନାନୁଯାୟୀ, ୫ଜଣ ପର୍ଯ୍ୟଟକ ପୂର୍ବାହ୍ନ ୧୧ଟାରେ ଧଉଳି ବୁଲିବାକୁ ଆସିଥିଲେ। ବୁଲାବୁଲି ସାରି ଅପରାହ୍ନ ସାଢ଼େ ୧୨ଟା ପରେ ଲିଫ୍ଟରେ ତଳକୁ ଓହ୍ଲାଉଥିଲେ। ଉକ୍ତ ଲିଫ୍ଟରେ ଜଣେ ସୁରକ୍ଷା କର୍ମୀ ଥିଲେ। ଲିଫ୍ଟଟି ତଳକୁ ଖସିବାବେଳେ ହଠାତ୍‌ ଅଧାରୁ ଅଟକି ଯାଇଥିଲା। ଏହାପରେ ପର୍ଯ୍ୟଟକମାନେ ଚିତ୍କାର କରି ବଞ୍ଚାଓ ବଞ୍ଚାଓ ବୋଲି ଡାକ ପକାଇଥିଲେ। ଏଥିସହ ଜରୁରିକାଳୀନ ସାଇରନ୍‌ ମଧ୍ୟ ବଜାଇଥିଲେ। ଚିତ୍କାର ଓ ସାଇରନ୍‌ ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ ଓ ଦୋକାନୀ ଲିଫ୍ଟ ପାଖକୁ ଦୌଡ଼ି ଆସିଥିଲେ ମଧ୍ୟ କିଛି କରିପାରି ନ ଥିଲେ। ସୁରକ୍ଷାକର୍ମୀଙ୍କୁ ଖୋଜିଥିଲେ ମଧ୍ୟ ସେ ଉକ୍ତ ଲିଫ୍ଟ ଭିତରେ ପର୍ଯ୍ୟଟକଙ୍କ ସହ ଫସି ରହିଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଧଉଳି ଥାନା ପୋଲିସ ପହଞ୍ଚତ୍ବା ସହ ଲିଫ୍ଟ ଦାୟିତ୍ୱରେ ଥିବା ଅନ୍ୟ କର୍ମଚାରୀଙ୍କୁ ଡକାଇଥିଲେ। ୪୫ ମିନିଟ ପରେ ଏକ ପେଚକସ ସାହାଯ୍ୟରେ ଲିଫ୍ଟର ଲକ୍‌କୁ ଖୋଲି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ନିକଟରେ ଶାନ୍ତିସ୍ତୂପ ଧଉଳି ତା’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଉକ୍ତ ଲିଫ୍ଟ ନିର୍ମାଣ କରାଯାଇଥିଲା। ହେଲେ ଏଥିରେ ସମସ୍ତେ ଯିବା ଆସିବା କରିବା ସହ କ୍ଷମତାଠାରୁ ଅଧିକ ଭାର ଲାଗି ଏହି ଲିଫ୍ଟଟି ବାରମ୍ବାର ଅଚଳ ହୋଇପଡି ଏପରି ଘଟଣା ଘଟୁଛି। ତେବେ ସୁରକ୍ଷା କର୍ମୀମାନେ କାହିଁକି ସାଧାରଣ ପର୍ଯ୍ୟଟକଙ୍କୁ ଲିଫ୍‌ଟରେ ଓ ଅଧିକ ସଂଖ୍ୟାରେ ଯିବାକୁ ଅନୁମତି ଦେଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri