୪ ଆନ୍ତଃଜିଲା ଲୁଟେରା ଗିରଫ

ଉଦଳା,୧୭ା୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ପୋଲିସ ୪ ଆନ୍ତଃଜିଲା ଲୁଟେରାଙ୍କୁ ଗିରଫ କରିଛି। ସ୍ଥାନୀୟ ବରବାଡ଼ି କେନାଲ ନିକଟରେ ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ପ୍ରସ୍ତୁତି ଚଳାଇଥିବା ସମୟରେ ପୋଲିସ୍‌ ଚଢ଼ାଉ କରି ସେମାନଙ୍କୁ ଧରିଥିଲା। ଚଢାଉ ସମୟରେ ଜଣେ ଲୁଟେରା ଖସିଯାଇଥିବା ବେଳେ ୪ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଟାଉନ ଥାନା ଅଧୀନ ରାଣ୍ଡେ ଗ୍ରାମର ଚଣା ମୁଣ୍ଡା ଓରଫ୍‌ ବୁଟୁ(୨୦), ଗବସାହି ଗ୍ରାମର ବାପୁନ ସିଂ(୨୧), ଭଦ୍ରକ ଗ୍ରାମାଞ୍ଚଳ ଥାନା ଶରପୁର ଗ୍ରାମର ରାଜା ମୁଣ୍ଡା(୧୯) ଏବଂ ଭଣ୍ଡାରୀପୋଖରୀ ଥାନା ଖତୁପୁର ଗ୍ରାମର ଚଗୁଲୁ ମୁଣ୍ଡା(୧୯)। ସେମାନେ ଭଦ୍ରକ ସମେତ ମୟୂରଭଞ୍ଜ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲାର ବିଭିନ୍ନ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ୍‌ ସୂଚନା ଦେଇଛି। କିଛି ଦିନ ପୂର୍ବରୁ ଉଦଳା-କପ୍ତିପଦା ରାସ୍ତାରେ ହୋଇଥିବା ମଦ ଦୋକାନ ଲୁଟ୍‌ ଘଟଣାରେ ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ଥିବାବେଳେ ସେମାନେ କପ୍ତିପଦା, ଖୁଣ୍ଟା ସମେତ ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳରେ ଲୁଟ୍‌ କରିଛନ୍ତି। ଲୁଟ୍‌ ସମୟରେ ସେମାନେ ସାଙ୍ଗରେ ମୁଖା ନେଇ ଆସିଥାନ୍ତି। ବିଳମ୍ବିତ ରାତିରେ କାନ୍ଥ ତାଡି ଲୋକଙ୍କ ଘରେ ପଶି ଲୁଟ୍‌ କରିବା ପରେ ମୁଖା ପିନ୍ଧି ଘଟଣାସ୍ଥଳରୁ ସହଜରେ ଖସି ଚାଲିଯାଆନ୍ତି। କେବଳ ଘର ଭିତରୁ ଲୁଟ୍‌ ନୁହେଁ, ବାଇକରେ ଆସି ସୁନାଚେନ୍‌ ଛିନତାଇ, ଟଙ୍କା ଲୁଟ୍‌ ଭଳି ବିଭିନ୍ନ ଘଟଣାରେ ଏମାନେ ସମ୍ପୃକ୍ତ ରହିଥିବା ଉପଖଣ୍ଡ ପୋଲିସ୍‌ ଅଧିକାରୀ ସାର୍ଥକ ରାୟ କହିଛନ୍ତି। ସେମାନଙ୍କଠାରୁ ୩ ବାଇକ୍‌, ୫ଟି ମୋବାଇଲ୍‌ ଫୋନ ଜବତ ହୋଇଛି। ଏନେଇ ଥାନାରେ ଏକ ମାମଲା(ନଂ.୭୨/୨୩) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri