ଏହି ଦେଶରେ ଦେଖିବାକୁ ମିଳିଛି ପ୍ଲାଷ୍ଟିକ୍‌ ଚଟାଣ, ଚିନ୍ତାରେ ବୈଜ୍ଞାନିକ

ବ୍ରାସିଲିଆ,୧୬ା୩: ପରାନା ଫେଡେରାଲ ୟୁନିଭର୍ସିଟିର ଅନୁସନ୍ଧାନକାରୀମାନେ ବ୍ରାଜିଲର ଟ୍ରାଇଡେଣ୍ଟ ଦ୍ୱୀପରେ ଏକ ପ୍ଲାଷ୍ଟିକ ଚଟାଣ ଆବିଷ୍କାର କରିଛନ୍ତି। ଯାହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭୂବିଜ୍ଞାନୀମାନେ କହିଛନ୍ତି, ଏହାର କାରଣ ହେଉଛି ପ୍ରଦୂଷଣ, ସମୁଦ୍ରରେ ଆବର୍ଜନା ଏବଂ ସମୁଦ୍ରରେ ଭୁଲ୍‌ ଭାବରେ ପକାଯାଇଥିବା ପ୍ଲାଷ୍ଟିକ। ଅନୁସନ୍ଧାନକାରୀମାନେ କହିଛନ୍ତି, ଏହା ପୃଥିବୀରେ ମନୁଷ୍ୟକୃତର ପ୍ରଭାବ।

ସବୁଜ କଇଁଛ ପାଇଁ ଟ୍ରାଇଡେଣ୍ଟ ଦ୍ୱୀପ ପ୍ରସିଦ୍ଧ। ଟ୍ରାଇଡେଣ୍ଟରେ ଥିବା ଜଣେ ମାତ୍ର ବାସିନ୍ଦା ବ୍ରାଜିଲର ନୌସେନାର ସଦସ୍ୟ। ଯିଏ କି ଦ୍ୱୀପରେ କଇଁଛମାନଙ୍କୁ ସୁରକ୍ଷା ଦିଅନ୍ତି। ବିଶେଷଜ୍ଞମାନେ କହିଛନ୍ତି, ଏହି ଆବିଷ୍କାର ପୃଥିବୀରେ ମାନବ ଐତିହ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତରଳି ଯାଇଥିବା ପ୍ଲାଷ୍ଟିକ ଦ୍ୱୀପରେ ଥିବା ପଥର ଚଟାଣରେ ଅଟକି ରହିଥିବା ଦେଖିବାକୁ ମିଳିଛି।

ବୈଜ୍ଞାନିକମାନେ ଏହି ପଥରଗୁଡିକର ରାସାୟନିକ ପରୀକ୍ଷା କରିଥିଲେ। ଯେଉଁଥିରୁ ଜଣାପଡ଼ିଛି, ଏହି ‘ପ୍ଲାଷ୍ଟିଗ୍ଲୋମେରେଟ୍ସ’ ପ୍ଲାଷ୍ଟିକ ଅଟେ। ଯେତେବେଳେ ଦ୍ୱୀପରେ ତାପମାତ୍ରା ବଢ଼େ ସେତେବେଳେ ପ୍ଲାଷ୍ଟିକ ତରଳିଯାଏ ଏବଂ ସମୁଦ୍ର କୂଳର ପ୍ରାକୃତିକ ପଦାର୍ଥରେ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆ ଅଗ୍ନିକାଣ୍ଡ: ଥାଇଲ୍ୟାଣ୍ଡରେ ଅଟକ ଦୁଇ କ୍ଲବ୍ ମାଲିକ

ଗୋଆ,୧୧ା୧୨: ଗୋଆ ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ । ଥାଇଲ୍ୟାଣ୍ଡରେ ଅଟକ ରହିଲେ କ୍ଲବର ଦୁଇ ମାଲିକ । ତେବେ ଡିସେମ୍ବର ୬ ତାରିଖରେ ଗୋଆର ଆରପୋରାରେ...

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୩ ଓଏଏସ୍‌ଙ୍କୁ…

ଭୁବନେଶ୍ୱର,୧୧ା୧୨ (ରବିନାରାୟଣ ଜେନା): ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମୋ-ସ୍କୁଲ ଅଭିଯାନର...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

କେନ୍ଦ୍ର ଅସହାୟ କି? ଇଣ୍ଡିଗୋ ସଙ୍କଟକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧୧ା୧୨: ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ...

‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ ଖର୍ଚ୍ଚ ବଢ଼ାଅ

ଭୁବନେଶ୍ୱର,୧୧।୧୨(ରବିନାରାୟଣ ଜେନା): କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବକ୍ଷେତ୍ରରେ ଅଧିକାରୀଙ୍କ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri