ଜଗନ୍ନାଥଙ୍କ ଜମିରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ

ପୁରୀ ଅଫିସ, ୧୫ା୩: ମରୀଚିକୋଟ ଛକସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା। ବିଶେଷକରି ଏହି ମାର୍କେଟ କମ୍ପ୍ଲେକ୍ସ ପଛପଟେ ଏକ ପୁରାତନ ମନ୍ଦିର ଠାବ ହେବା ପରେ ଉକ୍ତ ଜମିକୁ ନେଇ ବିଭିନ୍ନ ଆଲୋଚନା ଶୁଣିବାକୁ ମିଳିଥିଲା। ଏ ନେଇ ତଦନ୍ତ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଥିଲା। ସମ୍ପ୍ରତି ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ବେଳେ ଶ୍ରୀଜଗନ୍ନାଥଙ୍କ ଜମି ଉପରେ ବେଆଇନ ଭାବେ ଉକ୍ତ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଥିବା ଜଣାପଡ଼ିଛି। ୨୫ ଡିସିମିଲ ଜମିରେ କମ୍ପ୍ଲେକ୍ସ ନିର୍ମିତ ହୋଇଛି। ୨୨ ଡିସିମିଲି ଜମି ମହାପ୍ରଭୁଙ୍କ ନାମରେ ଥିବାବେଳେ ୩ ଡିସିମିଲ ଜମି କମ୍ପ୍ଲେକ୍ସ ନାମରେ ରହିଛି। ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଅଗ୍ନିକାଣ୍ଡ ଘଟିବା ପରେ ଉକ୍ତ ଜମି ମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସିଥିଲା। ଅନୁସନ୍ଧାନ ପରେ ଜଣାପଡ଼ିଥିଲା ଯେ, ଚୂଡ଼ଙ୍ଗ ସାହି ମୌଜା ଖତିଆନ କ୍ରମିକ ନମ୍ବର ୬୭ ଅନ୍ତର୍ଭୁକ୍ତ ଉକ୍ତ ଜମି। ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ସ୍ବତ୍ୱ ସ୍ଥିତିବାନ ପ୍ଲଟ ରହିଛି। ୨୨ ଡିସିମିଲ ଜମିରେ ଦୁଇଟି ପ୍ଲଟ ରହିଛି। ଏ ସଂକ୍ରାନ୍ତରେ ପଦକ୍ଷେପ ନେବା ପାଇଁ ସଦର ତହସିଲଦାରଙ୍କୁ କୁହାଯାଇଛି। ଉକ୍ତ ଜମିକୁ କିପରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ସେଥିଲାଗି ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ଚିଠି କରାଯାଇଛି। ଘରୋଇ ମାଲିକଙ୍କ ନାମରେ ୩.୫ ଡିସିମିଲ ଜମି ରହିଛି। ତେବେ ଉକ୍ତ ବ୍ୟକ୍ତି କେମିତି କେଉଁ ହିସାବରେ ମହାପ୍ରଭୁଙ୍କ ଜମି ଦଖଲ କରିଛନ୍ତି ଏହାର ତଦନ୍ତ ଚାଲିଛି। ଉକ୍ତ ଜମି ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିବା ଜେନା ପ୍ରକାଶ କରିଛନ୍ତି। ସେହିପରି ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ କହିଛନ୍ତି, ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ କର୍ମଚାରୀମାନେ ୩୬ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ପରେ ପ୍ରଶାସନ ପକ୍ଷରୁ ଏକ ଜଏଣ୍ଟ ଟିମ୍‌ ଗଠନ କରାଯାଇଥିଲା। ଯେଉଁଥିରେ ତହସିଲଦାର, ଡେପୁଟି ଫାୟାର ଅଫିସର ଏବଂ ଟାଉନ ଥାନା ଆଇଆଇସି ସଦସ୍ୟ ରହିଥିଲେ। ଉକ୍ତ ଟିମ୍‌ ପ୍ରାଥମିକ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛି। ତହସିଲଦାରଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ, ଉକ୍ତ ଜମିର କେତେକ ଅଂଶ ଶ୍ରୀଜଗନ୍ନାଥ ପ୍ରଶାସନ ନାମରେ ରହିଛି। ତେଣୁ ତାହାର ତଦନ୍ତ କରାଯିବ। ଅପରପକ୍ଷରେ ବିଲ୍‌ଡିଂର ଅବସ୍ଥା ବିପଦପୂର୍ଣ୍ଣ ବୋଲି ସେ ରିପୋର୍ଟରେ ଦର୍ଶାଇଛନ୍ତି। ତେଣୁ ପିଡବ୍ଲ୍ୟୁଡି ପକ୍ଷରୁ ଯାଞ୍ଚ କରାଯାଉଛି। ଏହି ତଦନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ବ୍ୟକ୍ତି ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ଆଣିଥିଲେ କି ନାହିଁ, ତାହା ଫାୟାର ଅଫିସର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ। କ୍ଷୟକ୍ଷତି ମଧ୍ୟ ଆକଳନ କରାଯିବ। ସମସ୍ତ ରିପୋର୍ଟ ମିଳିବା ପରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ। ସେହିପରି ଉକ୍ତ ଜମି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯିବ। ମହାପ୍ରଭୁଙ୍କ ଅନେକ ଜମିକୁ ଲୋକେ ମାଡ଼ିବସିଛନ୍ତି। କେତେକ ଜମି ଶ୍ରୀମନ୍ଦିର ପ୍ରଶାସନକୁ ଫେରିଛି। ଅନ୍ୟ ଜମି ଉଦ୍ଧାର ଲାଗି ଉଦ୍ୟମ ଚାଲିଛି। କେଉଁ ସ୍ଥାନରେ କେତେ ଜମି ରହିଛି ସେ ନେଇ ସର୍ଭେ ସରିଛି। ଖୁବ୍‌ଶୀଘ୍ର ସମସ୍ତ ଜମି ଶ୍ରୀମନ୍ଦିର ଖାତାକୁ ଫେରାଇ ଅଣାଯିବ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri