ମହାନଦୀ ସଂଲଗ୍ନ ଜମିରୁ ଚାଲିଛି ମାଟି ଖନନ

ପାରାଦୀପ,୧୪।୩(ସ୍ବ.ପ୍ର.):ପାରାଦୀପ ବାହାକୁଦ ଘାଟରୁ ନୂଆଗଡ ପଞ୍ଚାୟତ ଚଉମୁହାଣି ପର୍ଯ୍ୟନ୍ତ ମହାନଦୀ ସଲଗ୍ନ ଜମିରୁ କିଛି ଦିନ ହେବ ବିପୁଳ ପରିମାଣର ମାଟି ଖନନ କରାଯାଇ ବିକ୍ରି ହେଉଛି। ଉକ୍ତ ଜମିକୁ ଅଧିଗ୍ରହଣ କରିବା ପାଇଁ ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନଷ୍ଟିଲ)କମ୍ପାନୀ ବିଜ୍ଞପ୍ତି ଜାରି କରିବା ପରଠୁ ଏଭଳି କାର୍ଯ୍ୟ ହେଉଛି। ସ୍ଥାନୀୟ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏଥିରେ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏହାସତ୍ତ୍ୱେ ସ୍ଥାନୀୟ ଲକ୍‌ ଥାନା ପୋଲିସ କିମ୍ବା କୁଜଙ୍ଗ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।
ସୂଚନାଯୋଗ୍ୟ, ନୂଆଗଡ ପଞ୍ଚାୟତ ମୂଷାଡିଆ ମୌଜାର ପ୍ରାୟ ୧୨ଶହ ଏକରରୁ ଅଧିକ ଜମି ଏସାରଷ୍ଟିଲ କମ୍ପାନୀ ନେବ ବୋଲି ୨୦୦୮-୨୦୦୯ରେ ନିଷ୍ପତ୍ତି ହୋଇଥିଲା। ଉକ୍ତ ଜମିରୁ ଅର୍ଦ୍ଧାଧିକ ଅଞ୍ଚଳ ଏପର୍ଯ୍ୟନ୍ତ ଫାଙ୍କା ପଡ଼ିଛି। ୨୦୧୯ ଫେବୃୟାରୀରେ ଏସାରଷ୍ଟିଲ କମ୍ପାନୀକୁ ଏଏମ୍‌ଏନ୍‌ଏସ୍‌ ଅଧିଗ୍ରହଣ କରିଛି। ଉକ୍ତ କମ୍ପାନୀ ଏବେ ପ୍ଲାଣ୍ଟର ସମ୍ପ୍ରସାରଣ ଓ କ୍ଷମତା ବୃଦ୍ଧି ପାଇଁ ଭିତ୍ତିଭୂମି ସଜାଡ଼ୁଛି। ଏହି କ୍ରମରେ ନୂଆଗଡ, ମୂଷାଡିଆ, ହାଣ୍ଡିଆ, ବାଲିଡିଆ, ଚଉମୁହାଣି ଗ୍ରାମ ପଛ ଏବଂ ମହାନଦୀ ସଲଗ୍ନ ଅଞ୍ଚଳରେ କମ୍ପାନୀ ଉଚ୍ଚ ବନ୍ଧ କରିବା ସହ କଙ୍କ୍ରିଟ ପାଚେରୀ ନିିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଏଥିସହ ଫାଙ୍କା ଥିବା ଜମିକୁ ଅଧିଗ୍ରହଣ କରିବା ପାଇଁ ନୋଟିସ ଜାରି କରିଛି। ଏହା ପରଠୁ ଉକ୍ତ ଜମିରୁ ପ୍ରତି ରାତିରେ ଜେସିବି ସାହାଯ୍ୟରେ ମାଟି ଖୋଳା ଚାଲିଛି। ଏଠାରୁ ପ୍ରାୟ ୨୦୦ ରୁ ୩୦୦ ଟ୍ରିପ ମାଟି ଖୋଳାଯାଇ ବିକ୍ରି କରାଗଲାଣି ବୋଲି ସ୍ଥାନୀୟ ସରପଞ୍ଚ ଦେବେନ୍ଦ୍ର ରାଉତ କହିଛନ୍ତି। ଏ ନେଇ ସେ କୁଜଙ୍ଗ ତହସିଲଦାର ଓ ଲକ୍‌ଥାନା ପୋଲିସକୁ ଅବଗତ କରାଇଛନ୍ତି ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷେ ଏହି ଘଟଣାରେ କେତେଜଣ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି।
ମାଟି ବିକ୍ରି କରୁଥିବା ଲୋକଙ୍କ କହିବା କଥା ହେଲା, କମ୍ପାନୀ ଜମି ନେବ। ଏହାପୂର୍ବରୁ ସେଠାରୁ ମାଟି ତାଡ଼ି ବିକ୍ରି କରିଦେଲେ ଜମିର ମୂଲ୍ୟ କମିବ ନାହିଁ ବରଂ ରୋଜଗାର ହେବ। ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ କମ୍ପାନୀ ଭିପି (ଉପସଭାପତି)ଏମ.କେ.ଠାକୁର
କହିଛନ୍ତି, ଜିଲା ପ୍ରଶାସନ ଏହାକୁ ଦେଖିବା କଥା। ଆମେ ସୂଚନା ଦେବାପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଲକ୍‌ଥାନା ଅଧିକାରୀ ଭାବଗ୍ରାହୀ ରାଉତଙ୍କୁ ଏସମ୍ପର୍କରେ ପଚାରିବାରେ ଏହି ଘଟଣାରେ ପୋଲିସ କର୍ମୀଙ୍କ ସମ୍ପୃକ୍ତି ସମ୍ପର୍କରେ ପୂର୍ବରୁ ଜାଣି ନଥିଲି ଏନେଇ ତଦନ୍ତ କରାଯିବ। ଏସମ୍ପର୍କରେ ନୂଆଗଡ଼ ଆର୍‌ଆଇ( ରାଜସ୍ବ ନିରୀକ୍ଷକ) ନାରାୟଣ ସ୍ବାଇଁ କୁହନ୍ତି, କିଛି ଦିନ ପୂର୍ବେ ଚଢ଼ାଉ କରାଯାଇ ୧୨ ଗାଡିରୁ ଜରିମାନା ଆଦାୟ କରାଯାଇଥିଲା। ଏବେ ପୁଣି ମାଟି ବିକ୍ରି ଖବର ଜଣାନାହିଁ। ସେମାନେ ରାତିରେ ଏମିତି କରୁଛନ୍ତି। ସେତେବେଳେ ଘଟଣାସ୍ଥଳକୁ ଯିବା ବିପଦ ବୋଲି କହି ସେ ଅସହାୟ ପ୍ରକାଶ କରିଥିଲେ। ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଏବିଷୟରେ କିଛି ଜାଣି ନ ଥିବା କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri