ୟୁକ୍ରେନ ରାଷ୍ଟ୍ରପତି ଭବନରେ ହୋଇଥିଲା ‘ନାଟୁ-ନାଟୁ’ର ଶୁଟିଂ

ମୁମ୍ବାଇ: ସାଉଥ ସିନେମାର ବ୍ଲକବୁଷ୍ଟର ମୁଭି ଆରଆରଆରର ସୁପରହିଟ ଗୀତ ନାଟୁ ନାଟୁ ଏବେ ଇତିହାସ ରଚିଛି । ଓସ୍କାର ଆୱାର୍ଡସ ୨୦୨୩ରେ ଆରଆରଆରର ନାଟୁ ନାଟୁ ଗୀତକୁ ବେଷ୍ଟ ଅରିଜିନାଲ ସଙ୍ଗ ଭାବେ ସମ୍ମାନୀତ କରାଯାଇଛି । ଏହାପରେ ଏବେ ସବୁଠି ନାଟୁ ନାଟୁ ଗୀତର ଚର୍ଚ୍ଚା ହେଉଛି । ହେଲେ ଏହି ଗୀତର ଶୁଟିଂ କେବେ ଓ କେମିତି ତିଆରି ହୋଇଥିଲା ତାହା ହୁଏତ ଅନେକେ ଜାଣି ନ ଥିବେ ।
ସାଉଥ ସିନେମାର ନାମୀ ନିର୍ଦ୍ଦେଶକ ଏସ ଏସ ରାଜାମୌଳି ତାଙ୍କ ମୁଭି ଆରଆରଆରର ନାଟୁ ନାଟୁ ଗୀତର ଶୁଟିଂକୁ ନେଇ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଥିଲେ କି ଏହି  ସଙ୍ଗର ଶୁଟିଂ ୟୁକ୍ରେନର ରାଷ୍ଟ୍ରପତି ଭବନରେ ହୋଇଥିଲା । ୟୁକ୍ରେନର ରାଜଧାନୀ କ୍ୱିଭରେ ଥିବା ମରିଂସ୍କରେ ଥିବା ଶାନଦାର ପ୍ୟାଲେସରେ ଏହା ଶୁଟିଂ କରାଯାଇଥିଲା, ଯାହା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ଘର ବା ରାଷ୍ଟ୍ରପତି ଭବନ ।
ଏହି ଗୀତର ଶୁଟିଂ ଅନୁମତିକୁ ନେଇ ରାଜାମୌଳିଙ୍କୁ ଲକି ବୋଲି କୁହାଯାଏ । କାରଣ ଜେଲନସ୍କିଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ଭବନରେ ଶୁଟିଂ କରିବାକୁ ସହଜରେ ଅନୁମତି ମିଳି ଯାଇଥିଲା । କାରଣ ଜେଲେନସ୍କି ପୂର୍ବରୁ ଜଣେ ଟେଲିଭିଜନ କଳାକାର ଥିଲେ । ଏଭଳି ଭାବେ ଆରଆରଆରର ଧମାକାଦାର ସଙ୍ଗ ନାଟୁ ନାଟୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଭବନ ବାହାରେ ଶୁଟିଂ କରାଯାଇଥିଲା ।
କୁହାଯାଏ ଏହି ଗୀତର ଶୁଟିଂ ପ୍ରାୟ ୧୯ ମାସରେ ହୋଇଥିଲା । ନାଟୁ ନାଟୁର ମ୍ୟୁଜିକ କମ୍ପୋଜର ଏମ ଏମ କିରାୱନି ଏ ସମ୍ପର୍କରେ ସୂଚନା ପୂର୍ବରୁ ଦେଇସାରିଛନ୍ତି, ଯେ ୧୭ ଜୁନ ୨୦୨୦ରୁ ଆରଆରଆରର ନାଟୁ ନାଟୁ ଗୀତ ଉପରେ କାମ ଆରମ୍ଭ ହୋଇଥିଲା ଯାହାକି ୧୯ ମାସ ପରେ ଶେଷ ହୋଇଥିଲା । ତେବେ ରୁଷିଆ ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଭବନରେ ଏହି ଗୀତର ଶୁଟିଂ ଶେଷ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri