୨୦୪୦ ସୁଦ୍ଧା ମହାସାଗରରେ ୩ ଗୁଣା ବୃଦ୍ଧି ପାଇବ ପ୍ଲାଷ୍ଟିକ ବର୍ଜ୍ୟ: ରିପୋର୍ଟ…

ଓ୍ବାଶିଂଟନ,୯।୩ : ଏକ ନୂତନ ଅଧ୍ୟୟନ ଅନୁଯାୟୀ ୧୭୧ ଟ୍ରିଲିୟନରୁ ଅଧିକ ପ୍ଲାଷ୍ଟିକ ବର୍ତ୍ତମାନ ବିଶ୍ୱର ବିଭିନ୍ନ ମହାସାଗରରେ ଭାସୁଛି ବୋଲି ଆକଳନ କରାଯାଇଛି। ଅନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ୧୯୭୯ରୁ ୨୦୧୯ ମଧ୍ୟରେ ଆଟଲାଣ୍ଟିକ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଏବଂ ଭୂମଧ୍ୟସାଗରରେ ପ୍ରାୟ ୧୨ ହଜାର ନମୁନା ସଂଗ୍ରହ ପଏଣ୍ଟରୁ ସଂଗୃହିତ ରେକର୍ଡଗୁଡିକ ବିଶ୍ଳେଷଣ କରିଥିଲେ। ୨୦୦୫ ପରଠାରୁ ସମୁଦ୍ରର ପ୍ଲାଷ୍ଟିକ ପ୍ରଦୂଷଣ ମାତ୍ରାରେ ଦ୍ରୁତ ବୃଦ୍ଧି ହେଉଥିବା ସେମାନେ ଜାଣିବାକୁ ପାଇଛନ୍ତି।

ସମ୍ପ୍ରତି ପୃଥିବୀରେ ପ୍ରାୟ ୮୨-୩୫୮ ଟ୍ରିଲିୟନ ପ୍ଲାଷ୍ଟିକ କଣିକା ରହିଛି। ଏସବୁର ଓଜନ ୧.୧-୪.୯ ନିୟୁତ ଟନ ଅଟେ। ୧୯୯୦ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ବୃଦ୍ଧି ପରିଲକ୍ଷିତ ହେଉ ନ ଥିବାବେଳେ ୨୦୦୫ଠାରୁ ଏଥିରେ ଏକ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଥିବା ବୈଜ୍ଞାନିକ କହିଛନ୍ତି। ପୋଲସ୍‌ ଓ୍ବାନ ପତ୍ରିକାରେ ପ୍ରକାଶିତ ବୁଧବାର ଏହି ଅଧ୍ୟୟନ ପ୍ରକାଶ ପାଇଛି।

ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ତୁରନ୍ତ ନୀତିଗତ କାର୍ଯ୍ୟାନୁଷ୍ଠାନ ବିନା ପ୍ଲାଷ୍ଟିକ ମହାସାଗରରେ ପ୍ରବେଶ କରୁଥିବା ହାର ବର୍ତ୍ତମାନ ଏବଂ ୨୦୪୦ ମଧ୍ୟରେ ପ୍ରାୟ ୨.୬ରୁ ୩ ଗୁଣା ବୃଦ୍ଧି ପାଇପାରେ। ପୃଥିବୀର ସମୁଦ୍ର କୂଳରେ ପ୍ଲାଷ୍ଟିକ ସାନ୍ଦ୍ରତା ତ୍ୱରାନ୍ବିତ ହେବା ନେଇ ଅନ୍ତର୍ଜାତୀୟ ନୀତିର ଆବଶ୍ୟକତା ରହିଛି।

୫ ଗିରେସ ଇନଷ୍ଟିଚ୍ୟୁଟର ଅନୁସନ୍ଧାନ ଏବଂ ନବସୃଜନ ନିର୍ଦ୍ଦେଶକ ତଥା ରିପୋର୍ଟର ଲେଖକ ଲିସା ଏର୍ଡଲେ ସ୍ପଷ୍ଟ କରିଛନ୍ତି ଯେ ପ୍ରତିବର୍ଷ କେବଳ ୯ ପ୍ରତିଶତ ଗ୍ଲୋବାଲ ପ୍ଲାଷ୍ଟିକ ପୁନଃବ୍ୟବହାର କରାଯାଏ। ସେ କହିଛନ୍ତି ଯେ ଥରେ ପ୍ଲାଷ୍ଟିକ ସମୁଦ୍ରରେ ପ୍ରବେଶ କଲା ପରେ ଏହା କ୍ଷୟ ହୁଏ ନାହିଁ ବରଂ ଛୋଟ ଛୋଟ ଖଣ୍ଡରେ ଭାଙ୍ଗିବାକୁ ଲାଗେ।

ତେଣୁ, ସମୁଦ୍ରରେ କେତେ ପ୍ଲାଷ୍ଟିକ ଅଛି ତାହା ଜାଣିବା କଷ୍ଟକର। ଏରଡଲେ କହିଛନ୍ତି, ମହାସାଗର ଏକ ଜଟିଳ ସ୍ଥାନ। ସେଠାରେ ଅନେକ ସମୁଦ୍ର ସ୍ରୋତ ଅଛି, ପାଣିପାଗ କାରଣରୁ ଏବଂ ଭୂମିରେ ଅବସ୍ଥା ଯୋଗୁ ସମୟ ସହିତ ପରିବର୍ତ୍ତନ ଆସିଛି।

ଅଧିକନ୍ତୁ, ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ ସମୁଦ୍ର ପ୍ଲାଷ୍ଟିକର ସର୍ବାଧିକ ପରିମାଣ ବର୍ତ୍ତମାନ ଉତ୍ତର ଆଟଲାଣ୍ଟିକ ସମୁଦ୍ରରେ ଅଛି । ସେମାନେ କହିଛନ୍ତି ଯେ ଭୂମଧ୍ୟସାଗର, ଭାରତ ମହାସାଗର, ଦକ୍ଷିଣ ଆଟଲାଣ୍ଟିକ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଅଧିକ ତଥ୍ୟ ଆବଶ୍ୟକ।

କାଲିଫର୍ନିଆର ପ୍ଲାଷ୍ଟିକ ପ୍ରଦୂଷଣ ଅନୁସନ୍ଧାନର ମ୍ୟୁର ଇନଷ୍ଟିଚ୍ୟୁଟର ଅନୁସନ୍ଧାନ ବୈଜ୍ଞାନିକ ୱିନ କାଉଗର୍‌ କହିଛନ୍ତି ଯେ ଏହି ଅନୁସନ୍ଧାନ ସମୁଦ୍ରର ପ୍ଲାଷ୍ଟିକ ମାପିବା ତଥା ସମସ୍ୟାର ପ୍ରକୃତ ସମାଧାନର ଆବଶ୍ୟକତାକୁ ଦର୍ଶାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଆଜି ପୁଣି ରାଜଧାନୀରେ ବାତିଲ ହେଲା ୧୦୦ ବିମାନ, ଏହି କାରଣରୁ…

ନୂଆଦିଲ୍ଲୀ,୨୦ା୧୨: ଶନିବାର ରାଜଧାନୀ ଦିଲ୍ଲୀରେ ପୁଣି ବହୁ ବିମାନ ବାତିଲ କରାଯାଇଛି। ତେବେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଊଦ୍ଧର୍‌ବ ବିମାନ ବାତିଲ କରାଯାଇଛି।...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

ବାଂଲାଦେଶ ହିଂସାକୁ ନେଇ ବଡ଼ ଚେତାବନୀ ଦେଲେ ଶଶି ଥରୁର! କହିଲେ ଏହା ଭାରତ ପାଇଁ…

ନୂଆଦିଲ୍ଲୀ,୨୦।୧୨: ବରିଷ୍ଠ କଂଗ୍ରେସ ନେତା ଏବଂ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଶଶି ଥରୁର ବାଂଲାଦେଶରେ ବଢୁଥିବା ରାଜନୈତିକ ସଙ୍କଟ ସମ୍ପର୍କରେ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri