Posted inଜାତୀୟ

୧୧ ଚାଇନା ମୋବାଇଲ ବ୍ରାଣ୍ଡ ନେଇ ସେନାକୁ ସତର୍କ ସୂଚନା ଜାରି, ଯବାନଙ୍କୁ ଫୋନ ବଦଳାଇବାକୁ ପରାମର୍ଶ…

ନୂଆଦିଲ୍ଲୀ,୮।୩ : ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ସାମରିକ ଗୁପ୍ତଚର ସଂସ୍ଥା ଭାରତୀୟ ସୈନ୍ୟ ବ୍ୟବହାର କରୁଥିବା ଚାଇନାର ମୋବାଇଲ ଫୋନ ବ୍ୟବହାର ବିରୁଦ୍ଧରେ ଏକ ସତର୍କ ସୂଚନା ଜାରି କରିଛି। ଏହି ଅଞ୍ଚଳରେ ନିୟୋଜିତ ଯବାନମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ନିଜ ଫୋନକୁ ବଦଳାଇ ଅନ୍ୟ କମ୍ପାନୀର ଫୋନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଜାରି ତାଲିକାରେ ଭାରତୀୟ ବଜାରରେ ମିଳୁ ଥିବା ୧୧ ଜଣାଶୁଣା ଚାଇନିଜ ମୋବାଇଲ ବ୍ରାଣ୍ଡ ରହିଛି। ଯେଉଁଥିରେ ୱାନପ୍ଲସ, ଓପୋ ଏବଂ ରିଅଲମି ମୋବାଇଲ ବ୍ରାଣ୍ଡ ଅଛି। ସାମରିକ ବ୍ୟକ୍ତି ଏବଂ ପରିବାର’ ଭାରତକୁ ଶତ୍ରୁ ଭଳି ମନୋଭାବ ରଖୁଥିବା ଦେଶରେ ତିଆରି ମୋବାଇଲ ଫୋନ କିଣିବା କିମ୍ବା ବ୍ୟବହାର ନ କରିବାକୁ କୁହାଯାଇଛି।

ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଏହା ପ୍ରଥମ ଥର ନୁହେଁ ଯେ ଏଭଳି ସୂଚନା ଜାରି କରାଯାଇଛି। କିନ୍ତୁ ଏହାର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ପ୍ରଚାର କରାଯାଇ ନାହିଁ। ବାର୍ତ୍ତା ସର୍ବଦା ସ୍ପଷ୍ଟ। ଚାଇନାର ଉଦ୍ଦେଶ୍ୟ ଏବଂ ସେହି ଦେଶରେ ତିଆରି ମୋବାଇଲ ଫୋନ ବ୍ୟବହାର ଦ୍ୱାରା ଜଡିତ ବିପଦ ସମ୍ପର୍କରେ ସମସ୍ତେ ଜାଣନ୍ତି।

ଚାଇନାର ମୋବାଇଲ ଆପ ଏବଂ ଫୋନ ବ୍ୟବହାର ସହ ଜଡିତ ଡାଟା ଉଲ୍ଲଂଘନ ଏବଂ ବିପଦ ପ୍ରସଙ୍ଗ ପ୍ରଥମେ ୨୦୨୦ରେ ସାମ୍ନାକୁ ଆସିଥିଲା। ଗଲଓ୍ବାନ ଘାଟିର ସଂଘର୍ଷ ପରେ ଭାରତ ସରକାର ଅନେକ ଚାଇନିଜ ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ, କିନ୍ତୁ ବିପଦ କେବଳ ଆପ୍ସରେ ସୀମିତ ନୁହେଁ। ଅନେକ ବିଶେଷଜ୍ଞ ଏହି ଫୋନ ସହିତ ଜଡିତ ବିପଦକୁ ମଧ୍ୟ ସୂଚାଇ ଦେଇଛନ୍ତି, ଯାହା ଗୁପ୍ତଚର କିମ୍ବା ସମ୍ବେଦନଶୀଳ ତଥ୍ୟ ସଂଗ୍ରହରେ ବ୍ୟବହାର କରାଯାଇପାରିବ ।

ଅଧିକାରୀମାନେ କହିଛନ୍ତି ଚାଇନା ଭଳି ଦେଶକୁ ବିଶ୍ୱାସ କରିବା ଉଚିତ ନୁହେଁ। ଯାହାର ବିସ୍ତାରର ଏକ ଉଚ୍ଚାଭିଳାଷୀ ଯୋଜନା ଅଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଏଲଏସିରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯାଇଛି। ଏହି ଡିଭାଇସ ଗୁଡିକ ଆମର ସୈନିକ ଏବଂ ନିୟୋଜନ ସ୍ଥାନ ଚିହ୍ନଟ କରିପାରିବ । ତେଣୁ ଏଜେନ୍ସିଗୁଡିକ ସତର୍କ ସୂଚନା ଜାରି କରିଛନ୍ତି। ଅତୀତରେ ଆମେ ମଧ୍ୟ ଅନେକ ପଦକ୍ଷେପ ନେଇଛୁ। ପ୍ରତିରକ୍ଷା ଏଜେନ୍ସିମାନେ ପରାମର୍ଶ ଦେଇଛନ୍ତି ଯେ ସମସ୍ତ ୟୁନିଟ ଅନ୍ୟ ଫୋନକୁ ବଦଳାନ୍ତୁ । ୩୦ ମାର୍ଚ୍ଚ ୨୦୨୩ ସୁଦ୍ଧା ସମାପ୍ତି ରିପୋର୍ଟରେ ଅନ୍ତର୍ଭୁକ୍ତ ମୋବାଇଲ ଫୋନ ବଦଳରେ ଅନ୍ୟ କମ୍ପାନୀର ମୋବାଇଲ ଫୋନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri