Posted inଜାତୀୟ

ଆତ୍ମହତ୍ୟା ଅନୁମତି ମାଗିଲେ ୩ ପୁଲ୍‌ଓ୍ବାମା ଶହୀଦଙ୍କ ସ୍ତ୍ରୀ

ଜୟପୁର, ୬ା୩: ୨୦୧୯ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ପରିବାରକୁ ସେହି ସମୟରେ ବିଭିନ୍ନ ସହାୟତାର ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ରାଜସ୍ଥାନ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନ ଥିବା ୩ ଶହୀଦଙ୍କ ବିଧବା ସ୍ତ୍ରୀମାନେ ଅଭିଯୋଗ କରିଛନ୍ତି। ସେଥିପାଇଁ ସେମାନଙ୍କୁ ଆତ୍ମହତ୍ୟା ପାଇଁ ଅନୁମତି ଦେବାକୁ ରାଜ୍ୟପାଳ କଲରାଜ ମିଶ୍ରଙ୍କ ଅନୁମତି ଲୋଡ଼ିଛନ୍ତି।

ଉକ୍ତ ମହିଳାମାନଙ୍କ ସହ ଭାଜପା ରାଜ୍ୟ ସଭା ସଦସ୍ୟ କିରୋଡିଲାଲ୍‌ ମୀନା କିଛିଦିନ ହେଲା ଧାରଣାରେ ବସିଥିଲେ। ସେ ମହିଳାମାନଙ୍କ ସହ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଆବେଦନପତ୍ର ଦେଇଛନ୍ତି। ସେଠାରୁ ଫେରି ସେମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଉଥିବାବେଳେ ପୋଲିସ ଅଟକାଇବା ସହ ସେମାନଙ୍କୁ ଠେଲିଦେଇଥିଲା। ଫଳରେ ରୋହିତାଶଭ ଲାମ୍ବାଙ୍କ ବିଧବା ସ୍ତ୍ରୀ ମଞ୍ଜୁ ଜାଟ୍‌ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସରକାର ପ୍ରତିଶ୍ରୁତି ପାଳନ କରିବା ପରିବର୍ତ୍ତେ ଏକଚ୍ଛତ୍ରବାଦ ନୀତି ଗ୍ରହଣ କରୁଥିବା ଭାଜପା ନେତା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri