Posted inଜାତୀୟ

ସମୁଦ୍ରରେ ପାଇପ ଲାଇନରୁ ଅଶୋଧିତ ତୈଳ ଲିକ୍‌: ସଙ୍କଟରେ ଜଳଚର…

ଚେନ୍ନାଇ,୪।୩ : ତାମିଲନାଡୁର ନାଗପଟ୍ଟିନମ ଜିଲାର ନାଗୁର ପଟିନାଚେରୀ ଉପକୂଳରୁ ଏକ ବିଶୋଧନାଗାରର ପାଇପଲାଇନରୁ ଅଶୋଧିତ ତୈଳ ଲିକ ହୋଇଛି। ତେବେ ଏହା ପରେ ଏହାକୁ ନିୟନ୍ତ୍ରଣକୁ ନିଆଯାଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଶନିବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ, ଗୋଟିଏ ଦିନ ପୂର୍ବରୁ ତୈଲ ଲିକ୍‌ ହେବା ନେଇ ଉପକୂଳବର୍ତ୍ତୀ ଗାଁର ମତ୍ସ୍ୟଜୀବୀମାନେ ନିଜର ବିରୋଧ ଜାରି ରଖିଥିଲେ। ଅଶୋଧିତ ତୈଳ ପାଇପଲାଇନକୁ ପାଣିରୁ ହଟାଇବାକୁ ସେମାନେ ଅଧିକାରୀମାନଙ୍କ ନିକଟରେ ଦାବି କରିଛନ୍ତି।

ଚେନ୍ନାଇ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ସିପିସିଏଲ) ର କାଉଭର ବେସିନ ରିଫାଇନାରୀର ପାଇପଲାଇନରେ ଏହି ଲିକ ଗୁରୁବାର ରାତିରେ ଘଟିଥାଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପୁରୁଣା ପାଇପଲାଇନକୁ ଅଶୋଧିତ ତୈଳ କରାଇକାଲ ବନ୍ଦରକୁ ପରିବହନ ପାଇଁ ବ୍ୟବହାର କରାଯାଉଥିଲା। ତେବେ ଶୁକ୍ରବାର ଦିନ ପାଇପଲାଇନରେ ଲିକ ହୋଇଥିବା ସୂଚନା ମିଳିଥିଲା। କିନ୍ତୁ ଉଚ୍ଚ ଜୁଆର ଯୋଗୁଁ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟ କରିପାରି ନ ଥିଲେ। ଅଶୋଧିତ ତୈଳ ସମୁଦ୍ର ଉପରେ ଭାସୁଥିବାରୁ ଏହା ଦ୍ୱାରା ଜଳଚର ପ୍ରାଣୀ ଏବଂ ପକ୍ଷୀମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ଅନୁଭୁତ ହେବାର ଆଶଙ୍କା ଥିବା କୁହାଯାଉଛି।

ନାଗପଟ୍ଟିନମ ଜିଲା ମାଜିଷ୍ଟ୍ରେଟ ଏ ଅରୁଣ ଥାମ୍ବୁରାଜ କହିଛନ୍ତି ଯେ ତୈଳ ଲିକ୍‌ ବନ୍ଦ ତଥା ଉପକୂଳକୁ ସଫା କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଜିଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିପିସିଏଲ, କୋଷ୍ଟଗାର୍ଡ, ପୋଲିସ ଏବଂ ଅଗ୍ନିଶମ ଏବଂ ଉଦ୍ଧାରକାରୀ ସେବା ଅଧିକାରୀମାନେ ଦିନରାତି କାମ କରି ଶନିବାର ସକାଳେ ଲିକ ବନ୍ଦ କରିଦେଇଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଙ୍ଗାରକାମ୍ଳ ଇସ୍ପାତ ପାଇପଲାଇନରେ ଥିବା ଡ୍ରପ ଏକ ସାମୟିକ ସମାଧାନ ଏବଂ ସ୍ଥାୟୀ ସମାଧାନ ପାଇଁ ଜିଲା ପ୍ରଶାସନ ବିଶୋଧନାଗାରକୁ ନିର୍ଦ୍ଦେଶ ଦେଇଛି।

ସିପିସିଏଲ କର୍ମଚାରୀମାନେ ସମୁଦ୍ର କୂଳରେ ଏକ ବନ୍ଧ ର୍ନିମାଣ ପାଇଁ ଖନନକାରୀ ବ୍ୟବହାର କରୁଥିବାବେଳେ ଭଟ୍ଟା ସମୟରେ ରାତି ୧ ରୁ ୧ଟା ୪୫ମଧ୍ୟରେ ଏହାକୁ ବନ୍ଦ କରିବା ପାଇଁ କ୍ଷତିଗ୍ରସ୍ତ ପାଇପଲାଇନ ଚାରିପାଖରେ ବାଲୁକା ବ୍ୟାଗ ଗଦା ହୋଇ କରାଥିଲା। ପ୍ରାୟ କୋଡିଏ ବର୍ଷ ପୂର୍ବେ ଏହି ପାଇପଲାଇନ ନିର୍ମାଣ କରାଯାଇଥିଲା। ପାଇପଲାଇନରୁ ଲିକ ହୋଇଥିବା ଅଶୋଧିତ ତୈଳ ୫୦ମିଟର ପର୍ଯ୍ୟନ୍ତ ବିସ୍ତାର ହୋଇଥିବା କୁହାଯାଉଛି।

ମତ୍ସ୍ୟଜୀବୀମାନେ କହିଛନ୍ତି ଯେ ଏହି କାରଣରୁ ମାଛ ମରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ମୋଦି-ରାହୁଲଙ୍କ ମଧ୍ୟରେ ଅଚାନକ ୮୮ ମିନିଟ୍ ଧରି ଚାଲିଲା ବୈଠକ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ଅଚାନକ ୮୮ ମିନିଟ୍...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ତିରୁପତି ମନ୍ଦିରରେ ୫୪ କୋଟି ଟଙ୍କାର ଦୁର୍ନୀତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତିରୁପତି,୧୦।୧୨: ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ(TTD)ରେ ଏକ ବଡ଼ ଧରଣର ଦୁର୍ନୀତିର ଖୁଲାସା ହୋଇଛି, ଯାହା ୨୦୧୫ ରୁ ୨୦୨୫ ମଧ୍ୟରେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ବାରବାଟୀରେ ଭାରତର ବିଜୟ ଉତ୍ସବ ମଧ୍ୟରେ ଲୁଟ୍; ଦର୍ଶକଙ୍କ ମୋବାଇଲ୍, ପର୍ସ ଚୋରି

କଟକ,୧୦।୧୨: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି-୨୦ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri