ସୀମାନ୍ତ ଗ୍ରାମ ସମସ୍ୟା ପ୍ରତି ଆଖି ବୁଜିଛି ପ୍ରଶାସନ

ମାଲକାନଗିରି,୩ା୩: ଓଡ଼ିଶା ସୀମାବର୍ତ୍ତୀ ଗ୍ରାମଗୁଡିକ ପ୍ରତି ଅବହେଳା କରାଯାଉଥିବା ଏବଂ ସୀମାନ୍ତ ରାଜ୍ୟ ଏହାର ସୁଯୋଗ ନେଇ ଓଡିଶାର କୋରାପୁଟ ଜିଲା ଓ ମାଲକାନଗିରି ଜିଲା ଭିତରକୁ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ପ୍ରବେଶ କରୁଛନ୍ତି। ବିଭିନ୍ନ ଉନ୍ନୟନମୂଳକ ଯୋଜନା ସୀମାନ୍ତ ଗ୍ରାମଗୁଡିକରେ କାର୍ଯ୍ୟକାରୀ କରି ଗ୍ରାମବାସୀଙ୍କୁ ସେମାନଙ୍କ ରାଜ୍ୟ ପ୍ରତି ଆକୃଷ୍ଟ କରୁଛନ୍ତି। ଫଳରେ ଏହି ଗ୍ରାମବାସୀ ଆନ୍ଧ୍ର ଓ ଛତିଶଗଡରେ ମିଶିବା ପାଇଁ ଇଛା ପ୍ରକାଶ କରୁଛନ୍ତି। ଏପରି ଏକ ଘଟଣା ମାଲକାନଗିରି ଜିଲା ସଦର ବ୍ଲକ ଉଡୁପା ପଞ୍ଚାୟତ ଛତିଶଗଡ ସୀମାକୁ ଲାଗିଥିବା ତଙ୍ଗପାଲ୍ଲି ଗ୍ରାମରେ ଦେଖିବାକୁ ମିଳିଛି।
ଏହି ଗ୍ରାମ ଉଡୁପା ପଞ୍ଚାୟତ ସଦରରୁ ମାତ୍ର ସାଢେ ୩ କି.ମି. ଛତିଶଗଡ ସୀମାନ୍ତକୁ ଲାଗି ରହିଛି। ଜିଲା ପ୍ରଶାସନ ଆଦିବାସୀଙ୍କ ବିକାଶ ଏବଂ ଛତିଶଗଡକୁ ଯାତାୟାତ କରିବା ଲାଗି ମୋଟୁରୁ ତଙ୍ଗପାଲ୍ଲି ଗ୍ରାମକୁ ଏକ ବସ୍‌ ଯୋଗାଇ ଦେଇଥିଲା। ବସଟି କିଛିଦିନ ଚାଲିଲା ପରେ ଖରାପ ରାସ୍ତା ଯୋଗୁ ବସ୍‌ ବନ୍ଦ ହୋଇଯାଇଥିଲା। ଏହି ରାସ୍ତାରେ ବିଭିନ୍ନ ସ୍ଥାନରେ ଗୋଡି ଉଠିଯାଇ ଖାଲ ଖମାରରେ ପରିଣତ ହୋଇଛି। ଫଳରେ ଗ୍ରାମବାସୀ ରୋଗୀକୁ ଡାକ୍ତରଖାନା ନେବା, ପଦ୍ମଗିରି ଓ ମାଲକାନଗିରି ସଦର ମହକୁମାକୁ ଆସିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ କୌଣସି ମୋବାଇଲ ଟାଓ୍ବାର ନ ଥିବାରୁ କୌଣସି ସମସ୍ୟା ସମ୍ପର୍କରେ ନିଜ ଲୋକ କିମ୍ବା ପ୍ରଶାସନକୁ ଜରାଇପାରୁନାହାନ୍ତି। ଗ୍ରାମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଏକ ପ୍ରାଥମିକ ବିଦୟାଳୟ ରହିଛି। ଏଠାରେ ଦୁଇଜଣ ଶିକ୍ଷୟିତ୍ରୀ ଥିବା ବେଳେ ଜଣେ ଶିକ୍ଷୟିତ୍ରୀ ସରକାରୀ କାର୍ଯ୍ୟରେ ବାହାରକୁ ଗଲେ ବିଦ୍ୟାଳୟ ପାଠପଢା ବ୍ୟାହତ ହୋଇଥାଏ। ବିଦ୍ୟାଳୟରେ ପାନୀୟ ଜଳର କୌଣସି ସୁବିଧା ନାହିଁ। ମଧ୍ୟାହ୍ନ ଭୋଜନ ଠିକ୍‌ ସମୟରେ ହୋଇପାରୁନାହିଁ। ଗ୍ରାମରେ ୨୫୦ ପରିବାରର ୧୧୫୦ ଲୋକଙ୍କ ପାଇଁ ୫ଟି ନଳକୂପ ଥିଲେ ମଧ୍ୟ ସେଥିରୁ ୪ଟି ଅଚଳ ହୋଇପଡିଛି। ଗୋଟିଏ ନଳକୂପରେ ସମସ୍ତ ଗ୍ରାମବାସୀ ନିର୍ଭର କରୁଛନ୍ତି। ଅନେକ ସମୟରେ ସମସ୍ତେ ଜଳ ନ ପାଇ ଗ୍ରାମଠାରୁ ଅଧ କି.ମି. ଦୂର ଏକ ଅପରିସ୍କାର କୁଣ୍ଡରୁ ପାଣି ଆଣି ଚଳୁଛନ୍ତି। ସେହି ପାଣିରେ ରନ୍ଧା କାର୍ଯ୍ୟ ଲୁଗା ସଫା, ପିଲାମାନଙ୍କୁ ଗାଧୋଇବା, ପିଇବା କାର୍ଯ୍ୟରେ ବ୍ୟବାହର କରୁଛନ୍ତି। ଏଥିଯୋଗୁ ଗ୍ରାମରେ ଅନେକ ଚର୍ମରୋଗ, ପେଟରୋଗ ଭୋଗୁଥିବା ଗ୍ରାମ ମୁଖିଆ ଭଗବାନ ପଡିଆମି କହିଛନ୍ତି। ସେହିପରି ଦୀର୍ଘ ୧୦ ବର୍ଷ ତଳେ ଉଠା ପାନୀୟ ଜଳ ବ୍ୟବସ୍ଥା ପାଇଁ ମୋଟର ଏବଂ ଟାଙ୍କି ବସିଥିଲେ ମଧ୍ୟ ଏକ ସପ୍ତାହ ପରେ ତାହା ଅଚଳ ହୋଇ ପଡିଥିବା ଗ୍ରାମବାସୀଅଭିଯୋଗ କରିଛନ୍ତି। ୫ବର୍ଷ ତଳେ ପଞ୍ଚାୟତ ସଦର ମହକୁମାରୁ ସାଢେ ୩ କି.ମି. ରାସ୍ତା ତଙ୍ଗପାଲ୍ଲି ଗ୍ରାମକୁ ପାଇପ ପାଣି ଯୋଗାଇବା ପାଇଁ ପାଇପ୍‌ ବିଛା ଯାଇଥିଲେ ମଧ୍ୟ ଉକ୍ତ ପାଇପଗୁଡିକ ଏକମାସ ମଧ୍ୟରେ ନଷ୍ଟ ହୋଇଯାଇଥିଲା। ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କୁ ପାନୀୟ ଜଳ ଏବଂ ରନ୍ଧାଖାଦ୍ୟ ଦେବାରେ ସମସ୍ୟା ଉପୁଜିଛି। ୨୫୦ ପରିବାର ମଧ୍ୟରୁ ମାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ଜଣ ହିତାଧିକାରୀ ଆବାସ ପାଇଛନ୍ତି। ୨୦ ବର୍ଷ ମଧ୍ୟରେ ମାତ୍ର ୨୦ ଜଣ ବିଜୁ ପକ୍କା ଘର ମିଳିଛି। ଗ୍ରାମର ମୁଖିଆ ପଡିଆମି, ନରସିଂହ ମାଡକାମି, ସରପଂଚ ଗଙ୍ଗା ମାଡକାମଙ୍କ ସହ ଅନ୍ୟମାନେ କହିଛନ୍ତି, ଆମେ ମାଲକାନଗିରି ଜଲାପାଳଙ୍କୁ ଏ ସମ୍ପର୍କରେ ବହୁବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି। ସରକାର ତୁରନ୍ତ ତଙ୍ଗପାଲ୍ଲି ଗ୍ରାମର ସମସ୍ୟା ଦୂର ନ କଲେ ଆମେ ବାଧ୍ୟ ହୋଇ ଛତିଶଗଡରେ ମିଶିବୁ ବୋଲି ଚେତାବନୀ ଦେଇଛନ୍ତି।
ଦୁର୍ଯ୍ୟୋଧନ ପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri