ଅଷ୍ଟମ ଶ୍ରେଣୀ ସାହିତ୍ୟ ବହିରେ ଭୁଲ ତଥ୍ୟ

ସମ୍ବଲପୁର,୨ା୩(ବ୍ୟୁରୋ): ସମ୍ବଲପୁରୀ ନାଟକ ଓ ସିନେମା ଭୁଖାକୁ କୋଶଲି ଲେଖାଯାଇଥିବାରୁ ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ବୁଧବାର ଦୃଢ଼ ବିରୋଧ କରାଯାଇଛି। ଲୋକପ୍ରିୟ ସମ୍ବଲପୁରୀ ନାଟକ ଓ ସମ୍ବଲପୁରୀ ସିନେମା ଭୁଖାର ରଚୟିତା ହେଉଛନ୍ତି ସମ୍ବଲପୁରୀ ସାହିତ୍ୟ ସାଧକ ଡ. ମଙ୍ଗଳୁ ଚରଣ ବିଶ୍ୱାଳ। ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ତଥା ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ପ୍ରକାଶିତ ଅଷ୍ଟମ ଶ୍ରେଣୀ ସାହିତ୍ୟ ବହିର ପୃଷ୍ଠା ୯୧ରେ ମଙ୍ଗଳୁ ବିଶ୍ୱାଳଙ୍କ ରଚିତ ସୁନା ନେଉଳ ଏକାଙ୍କିକା ଛାତ୍ରୀଛାତ୍ରଙ୍କୁ ପଢାଯାଉଛି। ମାତ୍ର କ୍ଷୋଭର ବିଷୟ ହେଉଛି, ଏହି ଲେଖାରେ ଲେଖକଙ୍କ ପରିଚୟ ସ୍ତମ୍ଭରେ ତାଙ୍କ ଭୁଖା ନାଟକ ଓ ଚଳଚ୍ଚିତ୍ର କୋଶଲି ଭାଷାରେ ଲିଖିତ ବୋଲି ଉଲ୍ଲେଖ କରାଯାଇଛି। ଏହା ସମ୍ପୂର୍ଣ୍ଣ ଭୁଲ ତଥ୍ୟ ଉପରେ ଆଧାରିତ ା ତାଙ୍କ ରଚିତ ଭୁଖା ନାଟକ ଓ ସିନେମା ସମ୍ବଲପୁରୀ ଭାଷା ଭାବରେ ରାଜ୍ୟ ଓ ଜାତୀୟ ସ୍ତରରେ ସ୍ବୀକୃତି ଲାଭ କରିଛି। ଏପରି କି କେନ୍ଦ୍ରୀୟ ଚଳଚ୍ଚିତ୍ର ପରିଷଦ ଏହାକୁ ସମ୍ବଲପୁରୀ ଚଳଚ୍ଚିତ୍ର ଭାବେ ପ୍ରମାଣପତ୍ର ପ୍ରଦାନ କରିଛି। ଲେଖକଙ୍କ ବିଷୟରେ କିଛି ନ ଜାଣି ତାଙ୍କୁ କୋଶଲି ଭାଷାର ଲେଖକ ବୋଲି ପରିଚୟ ଦେଇ ଆଗାମୀ ଛାତ୍ରୀଛାତ୍ରଙ୍କୁ ଭୁଲ ତଥ୍ୟ ଦେବାର ପ୍ରୟାସକୁ ହୀରାଖଣ୍ଡ ସାମ୍ମୁଖ୍ୟ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ତେଣୁ ଯଥାଶୀଘ୍ର ପାଠ୍ୟପୁସ୍ତକରେ ଏହାକୁ ସଂଶୋଧନ କରାଯାଉ ବୋଲି ଦାବି କରାଯାଇଛି। ଏ ନେଇ ବୁଧବାର ହୀରାଖଣ୍ଡ ସାମ୍ମୁଖ୍ୟ ସଭାପତି ଡ. ପରେଶ ଚନ୍ଦ୍ର ଦାନି, ପ୍ରଶାନ୍ତ କୁମାର ମିଶ୍ର, ଅଖିଳ ରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ପାଟ୍ଟଯୋଶୀ, ରାଜେଶ ବେହେରା, ରାଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉଚ୍ଚ ମାଧ୍ୟମିକ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଏହାର ନକଲ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri