୫ କୋଟି ଟଙ୍କାର କାମରେ ଦୁର୍ନୀତିର ଗନ୍ଧ

ଜଗତ୍‌ସିଂହପୁର ଅଫିସ,୨ା୩: ଜଗତ୍‌ସିଂହପୁର ସଦର ମହକୁମାସ୍ଥିତ ବଙ୍ଗଳା ଛକ ନିକଟରେ ଜଳ ସମ୍ପଦ ବିଭାଗର ୧୦ ନଂ. ଡିଷ୍ଟ୍ରିବ୍ୟୁଟାରୀରେ ଏକ ବକ୍ସ କଲଭର୍ଟ କରାଯାଇଛି। ଏହି କଲଭର୍ଟଠାରୁ ବସ୍‌ଷ୍ଟାଣ୍ଡ ଆଗ ଏଲ୍‌ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ କେନାଲ ଉପରେ ୫ କୋଟି ଟଙ୍କା ବିନିମୟରେ ବକ୍ସ କଲଭର୍ଟର ସମ୍ପ୍ରସାରଣ କାମ ଆରମ୍ଭ ହୋଇଛି। କିନ୍ତୁ ଏଥିରେ ବହୁ ଟଙ୍କା ଦୁର୍ନୀତିର ଗନ୍ଧ ବାରି ହେବା ସହ ବହୁ ସରକାରୀ ଅର୍ଥ ବରବାଦ ହେଉଥିବା ଗୁରୁତର ଅଭିଯୋଗ ହେଉଛି। ବଡ କଥା ନଗର ଉନ୍ନୟନ ବିଭାଗ ଜଗତ୍‌ସିଂହପୁର ପୌର ପରିଷଦକୁ ଏହି କଲଭର୍ଟ ନିର୍ମାଣ ପାଇଁ ୫ କୋଟି ଟଙ୍କା ଦେଇଥିଲା। ପରିଷଦ ଏହି ରାଶି ଜଗତ୍‌ସିଂହପୁର ଜଳ ସମ୍ପଦ ବିଭାଗକୁ ହସ୍ତାନ୍ତର କରିଥିଲା। ଜଗତ୍‌ସିଂହପୁର ସୁପରିଟେଣ୍ଡିଂ ଇଞ୍ଜିନିୟରଙ୍କ ତତ୍ତ୍ବାବଧାନରେ କଲଭର୍ଟ ନିର୍ମାଣ ଚାଲିଛି। ହେଲେ କାମ ସଂକ୍ରାନ୍ତୀୟ କୌଣସି ସୂଚନା ପରିଷଦକୁ ଦିଆଯାଇନାହିଁ। ବରଂ ପରିଷଦ ପକ୍ଷରୁ ସୌନ୍ଦର୍ଯ୍ୟକରଣ ପାଇଁ ଲଗାଯାଇଥିବା ପାମ ଗଛ ପିଣ୍ଡି ଭାଙ୍ଗି ଦିଆଯାଉଛି। ପାମ ଗଛଗୁଡିକ ମୂଳ ଛିଡି ଯାଉଥିବାରୁ ଏଗୁଡିକ ମରିଯିବାର ଆଶଙ୍କା ପ୍ରକାଶ ପାଇଛି। କେବଳ ଏତିକି ନୁହେଁ, ଜାତୀୟ ରାଜପଥ, ବିଏସ୍‌ଏନ୍‌ଏଲ୍‌, ବିଦ୍ୟୁତ୍‌ ବିଭାଗ ସହ ସମନ୍ବୟ ରକ୍ଷା କରାଯାଇ ନ ଥିବାରୁ ସମସ୍ତ ବିଭାଗ କ୍ଷତିରେ ପଡିଛନ୍ତି। ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ଫୁଟ ଦୂରରେ ଏଭଳି କାମ ଚାଲିଥିବା ବେଳେ ଜିଲାପାଳ ନୀରବ ରହିବା ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବଙ୍ଗଳା ଛକ ପୁରୁଣା ବକ୍ସ କଲଭର୍ଟ ପାର୍ଶ୍ୱ ନୂଆ କଲଭର୍ଟ ନିର୍ମାଣ ସଂକ୍ରାନ୍ତୀୟ ଲୋକଙ୍କ ଅବଗତି ନିମନ୍ତେ ଏକ ବୋର୍ଡ ମରାଯାଇଛି। ଯେଉଁଥିରେ ଉଲ୍ଲେଖ ଅଛି ଜଳସମ୍ପଦ ବିଭାଗ ୧୦ନଂ. ଡିଷ୍ଟ୍ରିବ୍ୟୁଟାରୀର ଦେଉଳୀଗ୍ରାମେଶ୍ୱରଠାରୁ ରଶ୍ମି ହଲ୍‌ ମଧ୍ୟସ୍ଥ ପୋଷ୍ଟ ଅଫିସ ସ୍କୋୟାରରୁ ଏଲ୍‌ଆଇସି ଅଫିସ ପର୍ଯ୍ୟନ୍ତ ବକ୍ସ କଲଭର୍ଟ ନିର୍ମାଣ ପାଇଁ ବିରିଡ଼ି ବ୍ଲକ ଅଢ଼ଙ୍ଗଗଡ଼ ବାରାହାପୁର ଗଁାର ଶ୍ରାବଣୀ ଦଳାଇଙ୍କୁ ଠିକା କାମ ଦିଆଯାଇଛି। ରାଜିନାମାରେ ପ୍ରକଳ୍ପ ପରିମାଣ ୩,୬୦,୬୮,୫୩୯ ଟଙ୍କା ଥିବାବେଳେ ୨୦ା୧ା୨୩ରୁ କାମ ଆରମ୍ଭ ହୋଇ ୧୯ା୧୨ା୨୩ ମଧ୍ୟରେ ସରିବା କଥା ସ୍ପଷ୍ଟ କରାଯାଇଛି। କିନ୍ତୁ ଅନ୍ୟ ସୂଚନା ଯଥା କାମର ଦୈର୍ଘ୍ୟ, ପ୍ରସ୍ଥ, ମୋଟେଇ, ବ୍ୟବହାର ହେବାକୁ ଥିବା ସାମଗ୍ରୀର ଭାଗମାପ ଆଦି ସମ୍ପର୍କରେ କୌଣସି ସୂଚନା ନାହିଁ। ବିଶେଷକରି କେଉଁ ଗ୍ରେଡ୍‌ର କଂକ୍ରିଟ, ଷ୍ଟିଲ (ରଡ୍‌), ଗୋଡି ଓ ସିମେଣ୍ଟ (ବ୍ରାଣ୍ଡ ଅନୁସାରେ) ବ୍ୟବହାର ହେବ ତା’ ଉପରେ ସୂଚନା ନାହିଁ। କେବଳ ଏତିକି ନୁହେଁ ସିମେଣ୍ଟ, ବାଲି, ଗୋଡି ଓ ରଡ ଆଦି କେତେ ପରିମାଣର ବ୍ୟବହାର ହେବ ତା’ ଉପରେ କିଛି ଉଲ୍ଲେଖ ନାହିଁ। କାନ୍ଥ ଓ ଛାତର ଲମ୍ବା, ପ୍ରସ୍ଥ, ମୋଟେଇ ସାଙ୍ଗକୁ ତଳ ବେଡ୍‌ର କଂକ୍ରିଟ ଭାଗମାପ, ରଡ ବାଇଣ୍ଡିଂ ଗ୍ୟାପ (ଦୂରତା) ଆଦି ଉପରେ ପୂର୍ଣ୍ଣ ସୂଚନା ସ୍ପଷ୍ଟ କରାଯାଇନାହିଁ। କେହି ଏ ସମ୍ପର୍କରେ ସୁପରିଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟକୁ ଯାଇ ବୁଝିବାକୁ ଚେଷ୍ଟା କଲେ ମଧ୍ୟ ତଥ୍ୟ ଲୁଚାଯାଉଛି। ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ଏହା ପାର୍ଶ୍ୱରେ ଅର୍ଥାତ ବଙ୍ଗଳା ଛକରୁ ରଶ୍ମି ଟକିଜ୍‌ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପାର୍ଶ୍ୱରେ ୫୨ଟି ପାମ ଗଛ ଲଗାଯିବା ସହ ପ୍ରତି ଗଛ ଚାରିପଟେ ପିଣ୍ଡି କରାଯାଇଥିଲା। ଏବେ ପିଣ୍ଡି ଭଙ୍ଗା ଯାଇଥିବାରୁ ଏହା ମରିଯିବାର ଆଶଙ୍କା ପ୍ରକାଶ ପାଇଛି। ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରେ ଆମେ ଟଙ୍କା ଦେଲୁ। କିନ୍ତୁ କାମ କିପରି ହେବ କି ହେଉଛି ତା’ ଉପରେ ଆମକୁ କୌଣସି ସୂଚନା ଦିଆଯାଇନାହିଁ। ବରଂ ପରିଷଦ ପ୍ରଭୁତ କ୍ଷତି ସହୁଛି ବୋଲି କହିଥିଲେ। ବିଏସ୍‌ଏନ୍‌ଏଲ୍‌ ଏସ୍‌ଡିଓ ପ୍ରଣବ କୁମାର ମଲ୍ଲିକଙ୍କୁ ପଚାରିବାରେ ମନଇଛା କାମ କରି ୨ଟି କେବୁଲ ଛିଡାଇ ଦିଆଯାଇଛି। ଯେଉଁଥିପାଇଁ ୧୫ ଦିନ ହେବ ଶତାଧିକ ସରକାରୀ, ବେସରକାରୀ ସଂସ୍ଥା ଓ ବ୍ୟକ୍ତି ବିଶେଷ ଟେଲିଫୋନ ଓ ଇଣ୍ଟରନେଟ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି। ମେଶିନ୍‌ ଖୋଳାଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜାତୀୟ ରାଜପଥ ଜଗତ୍‌ସିଂହପୁର ସବ୍‌ଡିଭିଜନ ନିର୍ବାହୀ ଯନ୍ତ୍ରୀ କମଳ କୁମାର ସ୍ବାଇଁଙ୍କୁ ପଚାରିବାରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେହେତୁ ରାଜପଥର ଏହା ଏକମାତ୍ର ନିର୍ଭରଯୋଗ୍ୟ ରାସ୍ତା ତେଣୁ ଭାରିଯାନଠାରୁ ସମସ୍ତ ପ୍ରକାର ଗାଡିମଟର ଯାତାୟାତ କରୁଛି। ହେଲେ ଜଳସମ୍ପଦ ବିଭାଗ କାମ ଆରମ୍ଭ ପୂର୍ବରୁ ବିଭାଗକୁ ଅବଗତ କରିନାହିଁ। ଏବେ ରାଜପଥ ପାର୍ଶ୍ୱ ମନଇଚ୍ଛା ଖୋଳା ଯାଉଥିବାରୁ ବିପଦର ଯଥେଷ୍ଟ ସମ୍ଭାବନା ଅଛି। ରାଜପଥ ପଥର ମଧ୍ୟ କଲଭର୍ଟ ଚଟାଣରେ ବ୍ୟବହାର ହେଉଥିବା ଶୁଣାଯାଉଛି। ତା’ ଉପରେ ଅନୁଧ୍ୟାନ ହେବା ସହ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଟାଟା ପାୱାର ଜଗତ୍‌ସିଂହପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ମହାନ୍ତି କହିଛନ୍ତ,ି ବିଦ୍ୟୁତ୍‌ କେବୁଲ ପ୍ରତି ବିପଦ ଥିବାରୁ କାମ ବନ୍ଦ କରାଯାଇଛି। ଗୁରୁବାର ଉଭୟ ଜଳସମ୍ପଦ ଓ ଟାଟା ପାୱାର ସହ ଯୁଗ୍ମ ସର୍ଭେ ପରେ କଲଭର୍ଟ କାମ ହେବ। ଏ ସମ୍ପର୍କରେ ଜଳ ସମ୍ପଦ ସୁପରିଟେଣ୍ଡିଂ ଇଞ୍ଜିନିୟର ପ୍ରତାପ ଶତପଥୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri