ଘରେ ରଖନ୍ତୁ ଆକ୍ୱାରିୟମ୍‌, ବଢିବ ଐଶ୍ୱର୍ଯ୍ୟ…

ଘରେ ଆକ୍ୱାରିୟମ୍‌ ରଖିଲେ କେବଳ ଘରର ସୌନ୍ଦର୍ଯ୍ୟ ବଢିଥାଏ ତାହା ନୁହେଁ; ଏହାଦ୍ୱାରା ଐଶ୍ୱର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଆକ୍ୱାରିୟମ୍‌ ରଖିବାକୁ ନେଇ କ’ଣ ସବୁ ନିୟମ ରହିଛି ଜାଣନ୍ତୁ ସେ ସମ୍ପର୍କରେ…

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଡ୍ରଇଂ ରୁମ୍‌ର ଦକ୍ଷିଣ-ପୂର୍ବ ଦିଗରେ ଆକ୍ୱାରିୟମ୍‌ ରଖିବା ଶୁଭ। ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ଆକ୍ୱାରିୟମ୍‌କୁ କେବେ ବି ଡ୍ରଇଂ ରୁମ୍‌ର ମଝିରେ ରଖିବେ ନାହିଁ। ଏହାଦ୍ୱାରା ଅର୍ଥ ବଢିବା ପରିବର୍ତ୍ତେ ଖର୍ଚ୍ଚ ଅଧିକ ହୋଇଥାଏ।

* ଆକ୍ୱାରିୟମ୍‌କୁ ବେଡ୍‌ରୁମ୍‌ରେ ରଖିବା ବି ଠିକ୍‌ ନୁହେଁ। ଏହାଦ୍ୱାରା ଦୁଃସ୍ବପ୍ନ ଆସିଥାଏ ବୋଲି ବିଶ୍ୱାସ ରହିଛି।

* ଆକ୍ୱାରିୟମ୍‌ରେ ସର୍ବଦା ୯ଟି ମାଛ ରଖିବା ଶୁଭ ହୋଇଥାଏ। ଆଉ ସେହି ୯ଟି ମାଛ ମଧ୍ୟରୁ ୮ଟି ଗୋଲ୍ଡ ଫିଶ୍‌ ଓ ଗୋଟିଏ କଳା ମାଛ ରହିବା ଅତି ଉତ୍ତମ।

* ଗୋଲ୍ଡ ଫିଶ୍‌କୁ ଧନର ପ୍ରତୀକ ବୋଲି କୁହାଯାଏ। ଅନ୍ୟପକ୍ଷେ କଳାମାଛ ସୁରକ୍ଷାର ପ୍ରତୀକ ଭାବେ ଘରକୁ ପ୍ରବେଶ କରୁଥିବା ନକରାତ୍ମକ ଉର୍ଜ୍ଜାକୁ ନିଜ ଉପରକୁ ନେଇ ଘରେ ସକାରତ୍ମକ ପ୍ରଭାବ ବଢାଇବାକୁ ଚେଷ୍ଟା କରିଥାଏ।

* ଯଦି କେବେ ଆକ୍ୱାରିୟମ୍‌ରେ କଳାମାଛଟିକୁ ହଠାତ୍‌ ମରିଥିବାର ଦେଖନ୍ତି, ତା’ହେଲେ ଘର ମଧ୍ୟକୁ କିଛି ଖରାପ ଶକ୍ତି ପ୍ରବେଶ କରିଛି ବୋଲି ଜାଣିବେ।

*ସଙ୍ଗେସଙ୍ଗେ ଆଉ ଗୋଟିଏ ଜିଅନ୍ତା କଳାମାଛ ଆଣି ଆକ୍ୱାରିୟମ୍‌ରେ ରଖିଦେବେ ଏବଂ ମୃତ ମାଛଟିକୁ ଏଣେତେଣେ ନ ଫୋପାଡି ଚଳନ୍ତା ପାଣିରେ ଭସାଇଦେବେ ନଚେତ୍‌ ମାଟିଖୋଳି ପୋତିଦେବେ।

*ଯଦି ଗୋଲ୍ଡ ଫିଶ୍‌ ବି ମରିଯାଏ, ତା’ହେଲେ ପୁଣି ନୂଆ ଗୋଲ୍ଡ ଫିଶ୍‌ ଆଣି ରଖିଦେବେ।


Enter your email to get our daily news in your inbox.

All Right Reserved By Dharitri.Com

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

କେମିତି ଛଡ଼ାଇବେ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ: ଆପଣାନ୍ତୁ ଏହି ଉପାୟ

ମୋବାଇଲ ବ୍ୟବହାର ନେଇ ପିଲାଙ୍କର ଆକର୍ଷଣ ଦିନକୁ ଦିନ ବଢିଚାଲିଛି। ସମୟ ଏବେ ଏମିତି ହୋଇଛି ଯେ ଫୋନ୍‌କୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା...

ଶନିଙ୍କ ଗୋଚର ପରେ ଖୋଲିବ ୩ ରାଶିର ଭାଗ୍ୟ, ମିଳିପାରେ ଚାକିରି

ଆଜି ମଙ୍ଗଳବାର, ମାଘ ମାସର ଶୁକ୍ଳ ପକ୍ଷର ଦ୍ୱିତୀୟ ଦିନ। ଦ୍ୱିତୀୟ ତିଥି  ସକାଳ ୨ଟା୪୩ ପର୍ଯ୍ୟନ୍ତ ରହିବ। ସିଦ୍ଧି ଯୋଗ ରାତି ୮ଟା୦୧ ପର୍ଯ୍ୟନ୍ତ...

୧୪ ଦିନ ପର୍ଯ୍ୟନ୍ତ ଚିନି ନ ଖାଇଲେ ଶରୀରରେ ଦେଖିବାକୁ ପାଇବେ ଏସବୁ ପରିବର୍ତ୍ତନ

ସ୍ବାସ୍ଥ୍ୟଗତ କାରଣରୁ, ସାଧାରଣତଃ ଚିନିମୁକ୍ତ ଖାଦ୍ୟ ଅନୁସରଣ କରିବାକୁ ପରାମର୍ଶ ଦିଆଯାଏ, ଅର୍ଥାତ୍‌ ଖାଦ୍ୟରୁ ଚିନିକୁ ଦୂରେଇ ରଖିବା ଉଚିତ୍‌। ତଥାପି, ଏହା ପ୍ରାୟତଃ ଅତ୍ୟନ୍ତ...

ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ବିଶ୍ୱ ସ୍ତରରେ ଅନ୍ୟତମ ପ୍ରମୁଖ ସମସ୍ୟା ସାଜିଛି ଜଳବାୟୁ ପରିବର୍ତ୍ତନ। ଏହା ପଛରେ ଅନେକ କାରଣ ଥିଲେ ମଧ୍ୟ ଏବେ ପ୍ଲାଷ୍ଟିକଜନିତ ପ୍ରଦୂଷଣ ଦ୍ୱାରା...

ଜାଣନ୍ତୁ କାହିଁକି ଦେଖାଦିଏ ଗଣ୍ଠିଜନିତ ରୋଗ

ଗଣ୍ଠିଜନିତ ରୋଗ ଯୋଗୁ ଚଳପ୍ରଚଳରେ ଅସୁବିଧା, ଗଣ୍ଠିରେ ଯନ୍ତ୍ରଣା ଓ କାର୍ଯ୍ୟ ନ କରିବା ପରି ଗୁରୁତର ଅବସ୍ଥା ହୋଇଥାଏ। ଯନ୍ତ୍ରଣା ଲାଘବ ପାଇଁ, ଦରଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri