ଯୁକ୍ତ୨ ପରୀକ୍ଷା ପରିଚାଳନା ନେଇ ଆଶଙ୍କା

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଏବେ ଅଧ୍ୟାପକଙ୍କ ଆନ୍ଦୋଳନ ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି। କାରଣ ଗତ ୧୩ଦିନ ହେଲାଣି ୪ଦଫା ଦାବି ନେଇ ୬୬୨ବର୍ଗ ଅଧ୍ୟାପକ ସଂଘ ଭୁବନେଶ୍ୱରରେ ଆନ୍ଦୋଳନରେ ବସିଛନ୍ତି। ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଏପରିକି ପରୀକ୍ଷା ପରିଚାଳନା ସହିତ ମୂଲ୍ୟାୟନ ବି ବର୍ଜନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଫଳରେ ପରୀକ୍ଷା ପରିଚାଳନା ନେଇ ଆଶଙ୍କା ପ୍ରକାଶ ପାଇଛି। ସେପଟେ ପରୀକ୍ଷା ଆଉମାତ୍ର ୩ଦିନ ଥିବାରୁ ପିଲାଙ୍କ ମଧ୍ୟରେ ଭାଳେଣି ପଡିଛି। ପରୀକ୍ଷା ଲାଗି ଯେତିକି ଚିନ୍ତା ଲାଗୁଛି, ନିଜ ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ମଧ୍ୟ ସେତିକି ମନରେ ଛନକା ପଶୁଛି।
ଚଳିତବର୍ଷ ପ୍ରାୟ ସାଢ଼େ ତିନି ଲକ୍ଷ ପିଲା ଯୁକ୍ତ୨ ପରୀକ୍ଷା ଦେବେ। ଏମାନଙ୍କ ମଧ୍ୟରେ ୬୬୨ ବର୍ଗ କଲେଜର ପ୍ରାୟ ୨ ଲକ୍ଷ ପରୀକ୍ଷାର୍ଥୀ ଅଛନ୍ତି। ଆଉ ଏହି ବର୍ଗର ପ୍ରାୟ ୪ହଜାର ଅଧ୍ୟାପକ ପରୀକ୍ଷା ପରିଚାଳନା ଲାଗି ନିୟୋଜିତ ହୋଇଛନ୍ତି। ଏତେ ସଂଖ୍ୟକ ପରୀକ୍ଷକ ପରୀକ୍ଷା ବର୍ଜନ କଲେ, ନିଶ୍ଚିତ ଏହାର ପରିଚାଳନା ପ୍ରଭାବିତ ହୋଇପାରେ। ତେଣୁ ଅଧ୍ୟାପକଙ୍କ ଦାବି ସଂକ୍ରାନ୍ତରେ ରାଜ୍ୟ ସରକାର ଯଦି ତୁରନ୍ତ କିଛି ପଦକ୍ଷେପ ନ ନିଅନ୍ତି, ତେବେ ପରୀକ୍ଷା ପରିଚାଳନାରେ ଅସୁବିଧା ହେବାର ଆଶଙ୍କା ରହିଥିବା ଶିକ୍ଷାବିତ୍‌ମାନେ କହିଛନ୍ତି।
ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ମାର୍ଚ୍ଚ ୧ରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ପ୍ରଶ୍ନପତ୍ର ହବ୍‌ରେ ପହଞ୍ଚତ୍ସାରିଥିବାବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ କିଛି ଅଧ୍ୟାପକ ଦାବି ପୂରଣ ନ ହେଲେ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଏକଥା ଆମ ନଜରକୁ ଆସିଛି। ଆମେ ଅନୁରୋଧ କରିବୁ ଅଧ୍ୟାପକଙ୍କୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉ। ଆନ୍ଦୋଳନରେ ଥିବା ଅଧ୍ୟାପକମାନେ ପିଲାଙ୍କ ସ୍ବାର୍ଥ ଦୃଷ୍ଟିରୁ ପରୀକ୍ଷା ବର୍ଜନ ନ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।
ଏନେଇ ନିଖିଳ ଓଡ଼ିଶା ୬୬୨ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି, ସରକାର ଦାବି ସମ୍ପର୍କରେ ଆଲୋଚନା କରୁନାହାନ୍ତି। ଆଗକୁ ଯୁକ୍ତ୨, ଯୁକ୍ତ୩ ପରୀକ୍ଷା ଅଛି। ପିଲାଙ୍କୁ ଆମେ ହଇରାଣ କରିବା ପାଇଁ ପାଇଁ ଚାହୁଁନୁ। ତେଣୁ ଯଦି ସରକାର ପିଲାଙ୍କ ସ୍ବାର୍ଥ ଚାହୁଁଛନ୍ତି, ତେବେ ଆଗ ଅଧ୍ୟାପକଙ୍କ ଦାବି ସମ୍ପର୍କରେ ପଦକ୍ଷେପ ନିଅନ୍ତୁ। ତୁରନ୍ତ କୌଣସି ପଦକ୍ଷେପ ନିଆ ନ ଗଲେ ପରୀକ୍ଷା ପରିଚାଳନାରେ ସହଯୋଗ କରିବୁ ନାହିଁ ଏବଂ ଆବଶ୍ୟକ ପଡ଼ିଲେ ଖାତା ଦେଖାରେ ମଧ୍ୟ ଅସହଯୋଗ କରିବୁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ସମାନ ଗ୍ରେଡ୍‌ ପେ’ ଆଧାରରେ ସମାନ ଦରମା ବୃଦ୍ଧି, ସମସ୍ତଙ୍କୁ ପେନ୍‌ସନ ଓ ଗ୍ରାଚ୍ୟୁଇଟି ପ୍ରଦାନ ଆଦି ୪ ଦଫା ଦାବି ନେଇ ନିଖିଳ ଓଡ଼ିଶା ୬୬୨ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଗତ ୧୩ ତାରିଖରୁ ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଜାରି ରହିଛି। ୧୩ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା ହୋଇ ନ ଥିବାବେଳେ ସଂଘର ଚେତାବନୀ ଚିନ୍ତା ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri