ଜଗତ୍‌ସିଂହପୁର ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତିରେ ଘୋର ବିଳମ୍ବ

ଜଗତ୍‌ସିଂହପୁର ଅଫିସ, ୨୪ା୨:ଦିନକୁ ଦିନ ଜଗତ୍‌ସିଂହପୁର ସହର ଅସଜଡା ଭାବେ ତା’ର କାୟା ବିସ୍ତାର କରିଚାଲିଛି। ଟ୍ରାଫିକ୍‌ ସମସ୍ୟାଠାରୁ ବର୍ଯ୍ୟବସ୍ତୁ ପରିଚାଳନା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସମସ୍ୟା ଜଟିଳ ରୂପ ନେଉଛି। ଏହାର ସମାଧାନ ପାଇଁ ସହରର ମାଷ୍ଟର ପ୍ଲାନ୍‌ ଜରୁରୀ। ତେଣୁ ରାଜ୍ୟ ସରକାର ୨୦୧୭ରେ ଯୋଜନା ପ୍ରସ୍ତୁତ ପାଇଁ ନିଷ୍ପତ୍ତି ନେଇଥିଲା। ଏଥିସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ୬ା୫ା୧୮ରେ ବାଙ୍ଗାଲୋରର ସ୍କାଏ ଗ୍ରୁପ ଯୋଜନା ପ୍ରସ୍ତୁତ କରିବାକୁ ଜଗତ୍‌ସିଂହପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ (ଜେଆର୍‌ଆଇଟି) ସହ ରାଜିନାମା ସ୍ବାକ୍ଷରୟୀତ କରିଥିଲା। ରାଜିନାମା ଅନୁଯାୟୀ ସ୍କାଏ ଗ୍ରୁପ ୨୩ା୭ା୧୯ ଭିତରେ ଯୋଜନା ସାରିବା କଥା। ଦୁଃଖର କଥା ହେଲା ଏହି ସଂସ୍ଥା ଧାର୍ଯ୍ୟ ସମୟର ୩ ବର୍ଷ ପରେ ମଧ୍ୟ ଯୋଜନା ସାରିବା ତ ଦୂରର କଥା ଚିଠା ଯୋଜନା ପ୍ରସ୍ତୁତ କରିପାରିନାହିଁ। ଏପରି କି କେବେ ସାରିବ ତାହା ମଧ୍ୟ ନିଶ୍ଚିତ ହୋଇପାରୁନାହିଁ। କୋଭିଡ୍‌ କାରଣରୁ ୨ ବର୍ଷ ଚିଠା ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଥିବା କୁହାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଏହାର ରୂପରେଖ ଚୂଡାନ୍ତ ହୋଇ ନ ପାରିବା ଅସନ୍ତୋଷର କାରଣ ହୋଇଛି।
ଓଡ଼ିଶା ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟ ଅଧୀନରେ ଥିବା ଜେଆର୍‌ଆଇଟି ଜଗତ୍‌ସିଂହପୁର ସହରର ଉନ୍ନୟନ ପାଇଁ କାମ କରୁଛି। ଜଗତ୍‌ସିଂହପୁର ସହର ସମେତ ଏହି ବ୍ଲକ, ବାଲିକୁଦା, ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକ ଅଞ୍ଚଳର ୯୩ଟି ରାଜସ୍ବ ମୌଜାର ୧୧୪.୫୩ ବର୍ଗ କି.ମି. ଅଞ୍ଚଳକୁ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ। ବିଶେଷକରି ଜଗତ୍‌ସିଂହପୁର ବ୍ଲକର ପୁନଙ୍ଗ, ପଳାଶୋଳ, ଯଁକଟି, ଯଶୋବନ୍ତପୁର ସଁାପୁର, ତରଡ଼ାପଡ଼ା, ଓଡ଼ିଶୋ, ବଳରାମପୁର, ମୁଦୁପୁର, ମଣ୍ଡାସାହି ପଞ୍ଚାୟତକୁ ନୂଆକରି ମାଷ୍ଟର ପ୍ଲାନ୍‌ରେ ସାମିଲ କରାଯିବ। ବର୍ତ୍ତମାନର ସ୍ଥିତି ଯଥା ଉପଯୁକ୍ତ ରାସ୍ତା, ଡ୍ରେନ୍‌ର ଭିତ୍ତିଭୂମି ଅନୁଧ୍ୟାନ ସହ ସହରାଞ୍ଚଳର ସ୍ଥିତି, ସମସ୍ୟା ଓ ଏହାର ସମାଧାନର ବାଟ ବାହାର କରାଯିବ। ମୁଖ୍ୟ କଥା ହେଲା ସାଟେଲାଇଟ୍‌ ଚିତ୍ର ଏବଂ ଜିଆଇଏସ୍‌ ପ୍ଲାଟ ଫର୍ମରେ ରାଜସ୍ବ କାଡାଷ୍ଟ୍ରିଆଲ ମ୍ୟାପ୍‌କୁ ଦେଖି ଜମିର ଉପଯୁକ୍ତ ବିନିଯୋଗ ଉପରେ ଗୁରୁତ୍ୱ ଦିଆଯିବ। ସ୍ଥାନ, ପାଣିପାଗ, ପ୍ଲଟ ଅନୁଯାୟୀ, ଜମିର ବ୍ୟବହାର, ପରିବେଶଜନିତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ, ଲୋକ ସଂଖ୍ୟା, ଲିଙ୍ଗ ଅନୁପାତ, ଶିକ୍ଷାହାର ଆଦିକୁ ଅନୁଧ୍ୟାନ କରାଯିବ। ଆର୍ଥିକ ସ୍ଥିତି ଓ ନିଯୁକ୍ତି ଯଥା ପ୍ରଶାସନ, କୃଷି, ଖଣି, ଖାଦନ ଆଦିକୁ ଦେଖାଯିବ। କେତେ ସାଧାରଣ ଓ ବସ୍ତି ବାସିନ୍ଦାଙ୍କ ବାସୋପଯୋଗୀ ଘର, ପରିବହନ, ସ୍ବାସ୍ଥ୍ୟ, ଶିକ୍ଷା, ମନୋରଞ୍ଜନ ସୁବିଧା ଅଛି ତାହା ଅନୁଧ୍ୟାନ ହେବ। ଜଳ ଯୋଗାଣ, ବର୍ଷା ଜଳ ବିନିଯୋଗ, ଡ୍ରେନେଜ୍‌, ସ୍ବେରେଜ, ବିଦ୍ୟୁତ୍‌ ଯୋଗାଣ, ପୋଲିସ, ଅଗ୍ନିଶମ, ଶ୍ମଶାନ, ପାଣି, ପବନ, ମୃତ୍ତିକା ପରିବେଶ, ବର୍ଯ୍ୟବସ୍ତୁ ପରିଚାଳନା ଓ ପର୍ଯ୍ୟଟନ ବିଷୟରେ ଧ୍ୟାନ ଦିଆଯିବ। ପ୍ରାଥମିକ ଓ ଦ୍ୱିତୀୟ ପର୍ଯ୍ୟାୟ ସର୍ବେକ୍ଷଣ ସମୟରେ ପରିବେଶ ଯଥା ଜଳାଶୟ, ପ୍ରାକୃତିକ ନାଳ, ଜଙ୍ଗଲ, ବୃକ୍ଷଲତା, ଖାଲୁଆ ଜମି, କୃଷି ଜମି, ପ୍ରଦୂଷଣ ମାତ୍ରା, ପର୍ଯ୍ୟଟନ ସ୍ଥଳ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଇତ୍ୟାଦିକୁ ମଧ୍ୟ ପ୍ରାଥମିକତା ଦିଆଯିବ। ବର୍ଯ୍ୟବସ୍ତୁ ପରିଚାଳନା ନେଇ ମାଇକ୍ରୋ ଲେଭେଲ ଷ୍ଟଡି କରାଯିବ। ଶେଷରେ କେଉଁସବୁ ପ୍ରକଳ୍ପ କରାଯିବା ବାଧ୍ୟତାମୂଳକ ଓ କେଉଁଟା ଇଚ୍ଛାଧୀନ ତାହା ସ୍ପଷ୍ଟ କରାଯିବ। କେଉଁ ପ୍ରକଳ୍ପ ଦୀର୍ଘ ମିଆଦି ଏବଂ କେଉଁଟା କମ ସମୟ ପାଇଁ ତା’ ଉପରେ ପ୍ରସ୍ତାବ ରହିବ। ବାସୋଭଯୋଗୀ ଘର, ବ୍ୟବସାୟିକ ସ୍ଥାନ, ପାର୍କ, ସ୍ବାସ୍ଥ୍ୟକେନ୍ଦ୍ର, କଲୋନୀରେ ବିବାହ, ବ୍ରତ ଘର ପାଇଁ ସ୍ଥାନ, ପାର୍କିଂ ଅଞ୍ଚଳ ଆଦିକୁ ଏକାଧିକ ଜୋନରେ ବିଭକ୍ତ କରାଯିବ। କିଛି ବି ଜମି ଯେପରି ଅଦରକାରୀ ନ ରୁହେ ତା’ ଉପରେ ଗୁରୁତ୍ୱ ଦିଆଯିବ। ଏସବୁକୁ ଦେଖି ପ୍ରଥମେ ଚିଠା ମାଷ୍ଟର ପ୍ଲାନ୍‌ ଓ ପରେ ସ୍କାଏ ଗ୍ରୁପ୍‌ ସହାୟତାରେ ଜେଆର୍‌ଆଇଟି ସମସ୍ତ ବିଭାଗ ସହ ବୈଠକ କରି ପରାମର୍ଶ ଲୋଡିବ। ଏପରି କି କର୍ମଶାଳା, ସେମିନାର କରାଯାଇ ବ୍ୟାପକ ଚର୍ଚ୍ଚା ହେବ। ଜନସାଧାରଣଙ୍କୁ ଅଭିଯୋଗ ଓ ପରାମର୍ଶ ପାଇଁ ସୁଯୋଗ ମିଳିବ। ଏସବୁ ପ୍ରକ୍ରିୟା ପରେ ଚୂଡାନ୍ତ ମାଷ୍ଟର ପ୍ଲାନ ଘୋଷଣା ହେବ। ଏତେ କାମ ବାକି ଥିବାବେଳେ ଚିଠା ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତରେ ବିଳମ୍ବ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଏ ସମ୍ପର୍କରେ ଜେଆର୍‌ଆଇଟି ଭାରପ୍ରାପ୍ତ ସଚିବ ଅଶୋକ କୁମାର କର୍ଣ୍ଣଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା। ଜେଆର୍‌ଆଇଟି ବରିଷ୍ଠ କିରାଣି କୃଷ୍ଣଚନ୍ଦ୍ର ନାୟକଙ୍କୁ ପଚାରିବାରେ ସ୍କାଏ ଗ୍ରୁପକୁ ଏ ବାବଦରେ ଏକାଧିକ ବାର ଅବଗତ କରାଯାଇ ତୁରନ୍ତ ଚିଠା ଯୋଜନା ଦାଖଲ କରିବାକୁ କୁହାଗଲାଣି। ତଥାପି ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଚିଠା ଯୋଜନା ଦାଖଲ କରିବ ବୋଲି ସ୍କାଏ ଗ୍ରୁପ ପକ୍ଷରୁ କୁହାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri